Advertisement

ଆଖି ବୁଜିଲା ହାତୀ ପ୍ରେମା

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା ଚିକିତ୍ସା କ୍ଷେତ୍ରରେ ସବୁପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରେମାକୁ ବଞ୍ଚାଇବାରେ ସକ୍ଷମ ହୋଇପାରି ନାହାନ୍ତି। ଅପରାହ୍ନ ୩ଟାରେ ତା’ର ମୃତ୍ୟୁ ହୋଇଛି।

ପ୍ରେମାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ହ୍ରାସ ପାଇ ୩ରେ ପହଞ୍ଚିଛି। ବାର୍ଦ୍ଧକ୍ୟଜନିତ କାରଣରୁ ପ୍ରେମା ଗତ ୩ ମାସ ଧରି ଅସୁସ୍ଥ ହେବା ଆରମ୍ଭ ହୋଇଥିଲା। ଗୁରୁବାର ତଳେ ପଡିଯାଇ ଚେଷ୍ଟା ସତ୍ତ୍ୱେ ଉଠିପାରି ନ ଥିଲା। ଓୟୁଏଟି, ଦିଲ୍ଲୀ ଓ ଆସାମର ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ପ୍ରେମାର ଚିକିତ୍ସା କରାଯାଇଥିଲା। ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ

ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...

ସମ୍ବଲପୁର ସହରରେ ପଶିଲା ବନ୍ୟାଜଳ

ସମ୍ବଲପୁର,୨୯।୮(ବ୍ୟୁରୋ)-ଶନିବାର ହୀରାକୁଦ ଜଳଭଣ୍ଡାରରୁ ୪୬ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ମହାନଦୀ ପିଛିଲା ପାଣିରେ ସମ୍ବଲପୁର ଜିଲାର ନଦୀ ନାଳଗୁଡ଼ିକ ଫୁଲି ଉଠିଛି...

ଅନୁଭବଙ୍କ ନାଁରେ ଆଉ ଏକ ଏତଲା ଦେଲେ ବର୍ଷା

କଟକ ଅଫିସ,୨୫ା୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାର ଆଉ...

୫ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ସୋମବାର ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଲୋପାମୁଦ୍ରା ମହାନ୍ତି ଓୟୁଏଟି, ଶ୍ୟାମଳୀ ମହାପାତ୍ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ସୀତାରାମ...

ଭୋଟର ତାଲିକାରୁ ପୂର୍ବତନ ସରପଞ୍ଚଙ୍କ ନାମ ଗାଏବ; ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରିଲେ

ଦଶମନ୍ତପୁର,୨୦।୧ ( ଡ଼ି.ଏନ୍‌.ଏ. )  କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଭିତରବାଗ୍ରି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ନାମ ଭୋଟର ତାଲିକାରେ ନାହିଁ। ଫଳରେ...

ସୋସିଆଲ ମିଡ଼ିଆରେ ଅମ୍ରିତଙ୍କ ପାଇଁ ଚାଲିଛି ପାଣ୍ଠି ସଂଗ୍ରହ

ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଜଣେ ଗୁରୁତର ରୋଗୀଙ୍କୁ ଗୁରୁବାର ଗ୍ରୀନ କରିଡରେ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଇଥିଲା। ସେ ହେଲେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ।...

ନକଲି ବାଣ କାରଖାନା ଠାବ: ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ସଜନାଗଡ଼,୧୨।୧୦(ଡି.ଏନ.ଏ.)-ନୀଳଗିରି ଥାନା ମଲ୍ୟାଣି ଗ୍ରାମର ଏକ ନକଲି ବାଣ କାରଖାନା ଉପରେ ଶନିବାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।...

ଟ୍ରକ ଧକ୍କାରେ ୨ ହାତୀ ମୃତ

ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ...

Advertisement
Archives

Model This Week