୧୭ ହାତୀଙ୍କ ଉତ୍ପାତ, ନାକେଦମ ବନ ବିଭାଗ

ଚମ୍ପୁଆ,୮।୫: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଚମ୍ପୁଆ ଓ ଉଖୁଣ୍ଡା ଅଞ୍ଚଳରେ ୬ଦିନ ଧରି ହାତୀ ପଲଙ୍କ ଉପତ୍ାତ ଜାରି ରହିଛି। ଏଥିରେ ବନ ବିଭାଗ ନାକେଦମ ହୋଇଥିବା ବେଳେ ଉଖୁଣ୍ଡା ଓ ଚମ୍ପୁଆ ସେକ୍ସନର ସ୍କାଡକୁ ହାତୀ ପଲ ଉପରେ ନଜର ରଖିବା ପାଇଁ ନିୟୋଜିତ କରାଯାଇଛି। ସୂଚନା ଅନୁସାରେ ୭ ଗୋଟିଆ ହାତୀ ପଲ ପ୍ରଥମେ ଚମ୍ପୁଆ ସେକ୍ସନରେ ପ୍ରବେଶ କରି ରଜିଆ ଓ କଇଁତା ଅଞ୍ଚଳରେ ଉତ୍ପାତ ଜାରି ରଖିଥିଲେ। ପରେ ଏହି ହାତୀ ପଲ ଟୁଣୁଟୁଣା ଅଞ୍ଚଳରେ ରହି ଖରାଟିଆ ଧାନ ଚାଷ ନଷ୍ଟ କରିବା ପରେ ଗତରାତି ଉଖୁଣ୍ଡା ସେକ୍ସନର ଲକ୍ଷ୍ମୀପଶି ଅଞ୍ଚଳରେ ପ୍ରବେଶ କରି ଲିବ୍ୟା ମୁଣ୍ଡା ଓ ରମେଇ ମୁଣ୍ଡାଙ୍କ ଘର ଭାଙ୍ଗିଥିବା ବନ ବିଭାଗ ସୂଚନା ଦେଇଛି। ହାତୀ ପଲରେ କେତେକ ଛୁଆ ହାତୀ ରହିଥିବାରୁ ହାତୀ ଛୁଆମାନେ ସ୍ଥାନ ଛାଡି ଯାଉ ନ ଥିବା ଜଣାପଡିଛି। ପୂର୍ବରୁ ହାତୀ ପଲ ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଜଙ୍ଗଲରୁ ବାହାରି କ୍ଷୟକ୍ଷତି ଘଟାଉଛନ୍ତି। ମାତ୍ର ଏହି ୧୭ଟିକିଆ ହାତୀ ପଲ ଦିନାବେଳା ମଧ୍ୟ ଜଙ୍ଗଲରେ ନ ରହି ଚାରିଆଡେ ବୁଲୁଥିବାରୁ ବନ ବିଭାଗର ଚିନ୍ତା ବଡାଇଦେଇଛି। ଏ ନେଇ ଚମ୍ପୁଆ ଚମ୍ପୁଆ ରେଞ୍ଜର ଶିବ ରାଉତ କହିଛନ୍ତି, ୨୦ରୁ ଅଧିକ ହାତୀ ସ୍କ୍ବାଡ ଓ ପାରା ଷ୍ଟାଫଙ୍କୁ ନେଇ ୩ଟି ଗାଡିରେ ହାତୀ ଘଉଡାଇବା କାର୍ଯ୍ୟ ଚାଲୁ ରହିଛି। ଅଯଥା ଜନ ସାଧାରଣ ହାତୀ ପାଖକୁ ଯାଇ ହଇରାଣ ନ କରିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri