ନିରାକାରପୁରରେ ହାତୀ ଉପଦ୍ରବ, ଫସଲ ଗଛ ନଷ୍ଟ

ନିରାକାରପୁର,୧୩ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ଚିତ୍ରକୂଟ ପାଦଦେଶରେ ଥିବା ପୂର୍ବତନ ସରପଞ୍ଚ ବିପିନ ଜୟସିଂହଙ୍କ ବଗିଚାରେ ଗତ ଶନିବାର ରାତିରେ ହାତୀପଲ ଉପଦ୍ରବ କରିଛନ୍ତି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଆସି ବଗିଚାରେ ଥିବା ବିଭିନ୍ନ ଗଛକୁ ଖାଇ, ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ପ୍ରକାଶଥାଉ କି, ଏହି ହାତୀପଲ ଟାଙ୍ଗୀ ବନାଞ୍ଚଳରୁ ଆସି ପ୍ରାୟ ସମୟରେ ଏହି ଗ୍ରାମରେ ଚାଷୀଙ୍କ ଧାନ ଫସଲ ଓ ପନିପରିବା ନଷ୍ଟ କରୁଥିବା ଅଭିଯୋଗ ହେଉଛି। ତେବେ ଶନିବାର ରାତିରେ ମଧ୍ୟ ପ୍ରଥମେ ଗ୍ରାମର କେତେଜଣ ଚାଷୀଙ୍କ ଜମିରେ ପଶି ଫସଲ ନଷ୍ଟ କରିଥିଲେ। ପରେ ବିପିନଙ୍କ ବଗିଚାରେ ପଶି ବିଭିନ୍ନ ଫଳ, ପନିପରିବା ଖାଇବା ସହ ଦଳିଚକଟି ନଷ୍ଟ କରି ଚାଲିଯାଇଥିଲେ। ବାରମ୍ବାର ଏହି ଅଞ୍ଚଳରେ ହାତୀପଲ ଆସି ବିଭିନ୍ନ ନଷ୍ଟ କରୁଥିବାରୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

ବିଜେଡିର ବିଶାଳ ମହିଳା ସମାବେଶ: ଏହାଠି ହେଲେ ହଜାର ହଜାର ମହିଳା

ଖୋର୍ଦ୍ଧା,୫।୬: ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ। ଜିଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri