ପାଟଣା,୨୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଭୀମ ପୁର ଗ୍ରାମ ବିଲ ମଝିରେ ଏକ ଦନ୍ତା ଶୁକ୍ରବାର ରାତିରେ ଜଣେ ୨୨ବର୍ଷୀୟ ଯୁବକ କଚାଡି ମାରିବା ସହ ତାଙ୍କ ଅନ୍ତବୁଜୁଳା ବାହାର କରିଦେଇଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷିରେଇ ଟାଙ୍ଗିରି ପଞ୍ଚାୟତ ବାଘ ମରା ସାହି ଭଗବାନ ମହାନ୍ତଙ୍କ ପୁଅ ସିପିନ ଓରଫ ରମୁ ମହାନ୍ତ(୨୨)।
ସୂଚନାଯୋଗ୍ୟ, ରମୁ ଶୁକ୍ରବାର ସାରେ ଘରୁ ଭୀମପୁରକୁ ହାତୀ ଦେଖିବାକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡରେ ପଡ଼ିଯାଇଥିଲେ। ଦନ୍ତା ତାଙ୍କୁ କାଦୁଅ ଭିତରେ କଚାଡି ମାରିବା ସହ ଦାନ୍ତରେ ଅନ୍ତ ବୁଜୁଳା ବିଦାରି ଦେଇଥିଲା। ପାଟଣା ବନପାଳ ନିରଞ୍ଜନ ସେଠୀ ଘଟଣାସ୍ଥଳରେ ପହଞ୍ଚି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ନେଇଛନ୍ତି।


