ଗାଁରେ ବୁଲିଲା ଗୋଠଛଡ଼ା ଦନ୍ତା

ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ/ ଉମେଶ ଚନ୍ଦ୍ର ପାଢ଼ୀ): ଢେଙ୍କାନାଳ ଜିଲା କପିଳାସ ଜଙ୍ଗଲରୁ ଆସିଥିବା ଏକ ଗୋଠଛଡ଼ା ଦନ୍ତା ଆନନ୍ଦପୁର ଉପଖଣ୍ତରେ ଉତ୍ପାତ ମଚାଇଛି। ରବିବାର ରାତିରେ ବେଲବାହାଳି ଓ ହରିଡ଼ାପାଳ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମକୁ ଗୋଠ ଛଡ଼ା ଦନ୍ତା ପଶିଥିଲା। ଫଳରେ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବନ ବିଭାଗ ଉଦ୍ୟମରେ ହାତୀକୁ ହଦଗଡ଼ ଅଭୟାରଣ୍ୟରେ ଛଡ଼ାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦନ୍ତା ରବିବାର ଗଡ଼ବାନ୍ଧଗୋଡା, ଭଣ୍ଡାରିପଡା ଦେଇ ମେଘନାଦପୋଇ ଜଙ୍ଗଲରେ ଦିନ ତମାମ ରହି ସାରେ ଗତିପଥ ବଦଳାଇ ରାତିରେ ସାଇଁକୁଳ ସିଆପଡ଼ା ଦେଇ ଟୋଲଙ୍କପଡା ଗ୍ରାମକୁ ପ୍ରବେଶ କରିଥିଲା।

ଆନନ୍ଦପୁର ବନବିଭାଗ ପକ୍ଷରୁ ସୂଚନା ପାଇ ଗ୍ରାମବାସୀ ମସାଲ ଜଳାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଦିନରେ ଅଳତୀ, ଗଡ଼ବାନ୍ଧଗୋଡା, ପୁରୁଣା ବାନ୍ଧଗୋଡା, ଗଁପୁର ଅଞ୍ଚଳକୁ ପ୍ରବେଶ କରିଥିବା ବେଳେ ରାତିରେ ସାଇଁକୁଳ, ସିଆପଡ଼ା ଟୋଲଙ୍କପଡା, ପୁରୁଣିଆ ଦେଇ ଯାଇଥିବା ସୂଚନା ମିଳିଛି।

ଏନେଇ ୨୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଇଥିଲା। ଦନ୍ତା ସୋମବାର ଭୋରରେ ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ଫକୀରପୁର, ଶାଳବଣୀ, ତରତରା ଛକଠାରୁ ଚକ୍ରତୀର୍ଥ ରାସ୍ତାରେ ଯାଇ କାଠକଟା ଶିଆପଡ଼ା ନିକଟ ହଦଗଡ଼ ଜଙ୍ଗଲକୁ ପଳାଇଥିଲା।

ଆନନ୍ଦପୁର ଡିଏଫ୍‌ ଅଭୟ କୁମାର ଦଳେଇଙ୍କ ନିର୍ଦ୍ଧେଶକ୍ରମେ ଏସିଏଫ ଅଶୋକ ବିଶ୍ୱାଳଙ୍କ ସହ ବନ ବିଭାଗର ଉଚ୍ଚ ପଦାଧିକାରୀ ଓ ୧୦୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଜନସାଧାରଣଙ୍କ ସହଯୋଗ ଏବଂ ବନବିଭାଗ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ବିନା କ୍ଷୟକ୍ଷତି ଏବଂ ଧନ ଜୀବନ ହାନୀରେ ହାତୀ ଗନ୍ତବ୍ୟସ୍ଥଳରେ ପହଞ୍ଚି ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri