ତାରସିଂ ରେଞ୍ଜରେ  ହାତୀ ମୃତ୍ୟୁ: ଜେଟିଏଫ ଟିମ ଉପସ୍ଥିତିରେ ଚାଲିଛି ବ୍ୟବଚ୍ଛେଦ

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ନାରାୟଣପ୍ରସାଦ ରାସ୍ତା କଡ ଜଙ୍ଗଲରେ ଏକ  ହାତୀ ମୃତ୍ୟୁ ବରଣ କରିଥିବା ଖବର ଶନିବାର ରାତିରେ  ଲୋକ ଲୋଚନକୁ ଆସିଛି। ଖବରପାଇ ବନ ବିଭାଗ କର୍ମଚାରୀ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଜେଟିଏଫଟିମ୍‌ ଭୁବନେଶ୍ୱରରୁ ଆସି ପହଞ୍ଚିବା ପରେ ହାତୀର ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଛି। ହାତୀଟି କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛି ସେନେଇ ସଠିକ କିଛି ଜଣାପଡ଼ିନାହିଁ। ୫ ଦିନ ପୁର୍ବରୁ ହାତୀଟି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଡିଏଫଓ ହିମାଂଶୁ ଶେଖର ମହାନ୍ତି ଘଟଣାସ୍ଥଳରେ ରହି ଘଟଣାର ଟିକିନିଖି ଯାଞ୍ଚ କରୁଛନ୍ତି। ଅପରପକ୍ଷେ ବିଗତ କିଛି ବର୍ଷ ହେବ ଏହି ବନଖଣ୍ଡରେ ଏକାଧିକ ହାତୀଙ୍କ ମୃତ୍ୟୁ ଘଟିଛି। କେଉଁଠି ବିଦ୍ୟୁତ୍‌ ଆଘାତରେ  ହାତୀ ମରୁଚି ତ ଆଉ କେଉଁଠି ଶିକାରୀ ଗୁଳିରେ ହାତୀ ମରୁଛି। ଏଥିସହ କିଛି ହାତୀ ସ୍ବଭାବିକ ଭାବେ ମୃତ୍ୟୁବରଣ କରୁଛନ୍ତି।
ପରେ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ  ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି। ମାତ୍ର ଟାଟା ପାୱାର  କିମ୍ବା ବନ କର୍ମଚାରୀଙ୍କ ଅବହେଳା ପାଇଁ କାହା ବିରୋଧରେକାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । ଏହିଭଳି ପରିସ୍ଥିତିରେ ଆଉ ଏକ ହାତୀ ମରିଛି। ହାତୀଟି ସ୍ବଭାବିକ ମରିଛି ନା କିଏ ତାକୁ ମାରିଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଏହା ପୂର୍ବରୁ ହାତୀ ମୃତ୍ୟୁନେଇ ନାନା ପ୍ରକାର ଆଲୋଚନା ହେଉଛି। ଡିଏଫଓ ହିଂମାଶୁ ଶେଖର ମହାନ୍ତି, ଏସିଏଫ ବିବେକ ଦାସ, ବିମଳ ପ୍ରସାଦ ପ୍ରଧାନ, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ତାର ସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରେ ଜିଅନ୍ତା ଜଳିଗଲେ ବାପ-ପୁଅ, ଶୋଇଥିବାବେଳେ ଘଟିଲା…

ଖୋର୍ଦ୍ଧା,୧୫ା୩(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ସାନପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳୁ ଦୋକାନରେ ଶୋଇଥିବା ବେଳେ ଜିଅନ୍ତା ଜଳି ଯାଇଛନ୍ତି ବାପ-ପୁଅ। ସୂଚନା…

ମହାକାଳପଡ଼ାରେ ପହଞ୍ଚିଲା ଗ୍ୟାସ୍‌ ସିଲିଣ୍ଡର ଗାଡ଼ି: ସବୁ ଉପଭୋକ୍ତାଙ୍କୁ ମିଳିଲାନି

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉପସାଗରୀୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ଜଳପଥ ଦେଇ ଭାରତକୁ ପ୍ରାକୃତିକ ତୈଳ ଓ ଜାଳେଣି ଗ୍ୟାସ୍‌ ଆମଦାନୀରେ…

ଭୟଙ୍କର ଯୁଦ୍ଧ: ସ୍କୁଲ ଛୁଟି ଘୋଷଣା , ଓ଼୍ବାର୍କ ଫର୍ମ ହୋମ୍‌ ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ!

ନୂଆଦିଲ୍ଲୀ,୧୫।୩: ଇରାନ ସହିତ ଜଡିତ ସଂଘର୍ଷ ଏସୀୟ ରାଷ୍ଟ୍ରଗୁଡ଼ିକର କାର୍ଯ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଛି। ଅଧିକାଂଶ ଦେଶରେ, ତୈଳ ଯୋଗାଣ ବନ୍ଦ ହୋଇଯାଇଛି କିମ୍ୱା ବହୁଳ…

ପୁଣି ଯଜ୍ଞନାରାୟଣଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ନିଯୁକ୍ତି

ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି…

ଇଚ୍ଛାମୃତ୍ୟୁ ପାଇଁ ଅନୁମତି: ଔଷଧି ଧରି ଆସିଲେ ବାବା, ଦାବି କଲେ ହରିଶଙ୍କୁ ସୁସ୍ଥ କରିବେ, ଛଅ ଘଣ୍ଟା ଧରି ଫାଟକରେ ଅପେକ୍ଷା କଲେ

ଗାଜିଆବାଦ,୧୪।୩: ରାଜସ୍ଥାନର ଭିଲୱାଡ଼ାର ବାସିନ୍ଦା ସ୍ବାମୀ ଅଖଣ୍ଡାନନ୍ଦ ଶୁକ୍ରବାର ହରିଶ ରାଣାଙ୍କୁ ଭେଟିବା ପାଇଁ ରାଜ ଏମ୍ପାୟାର ସୋସାଇଟିରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଯେ ସେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ: ସେନା ପଠାଇବ ଚାଇନା, ଥରିଲାଣି ଆମେରିକା!

ନୂଆଦିଲ୍ଲୀ,୧୫।୩: ଆମେରିକା ବର୍ତ୍ତମାନ ଇରାନ ସହିତ ଯୁଦ୍ଧକୁ ଜୋରଦାର କରିଛି। ଏହି ସଂଘର୍ଷ 15 ଦିନ ଧରି ଚାଲିଛି। ଆମେରିକା ଦ୍ରୁତ ଗତିରେ ପଶ୍ଚିମ ଏସିଆ ଆଡକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୪।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

ଏହି ପନିପରିବା, ଫଳକୁ ଏକାଠି ରଖୁଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା କ’ଣ ଘଟେ…

ଲୋକମାନେ ପ୍ରାୟତଃ ବଜାରରୁ ବହୁ ପରିମାଣର ଫଳ ଏବଂ ପନିପରିବା କିଣି କିଛି ଦିନ ପାଇଁ ଫ୍ରିଜରେ ରଖନ୍ତି। କିଛି ଦିନ ମଧ୍ୟରେ ସେଗୁଡ଼ିକ ନଷ୍ଟ ହୋଇଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri