ଜଙ୍ଗଲରେ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ବାରିପଦା ଅଫିସ,୧୧ା୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା ସେକ୍ସନ ଅଧୀନ ବାଘାଝରଣ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀର ମୃତ୍ୟୁ ଘଟିଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ। ପ୍ରାଣୀ ବିଶେଷଜ୍ଞମାନେ ପହଞ୍ଚି ଅନୁଧ୍ୟାନ ଜାରି ରଖିବା ସହ ବ୍ୟବଚ୍ଛେଦ କରିଛନ୍ତି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।