ବିଦ୍ୟୁତ୍‌ତାର ଲାଗି ହାତୀର ଜୀବନ ଗଲା

ନିରାକାରପୁର,୧୧ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲବାଇ ଛକ ନିକଟରେ ବିଦ୍ୟୁତ୍‌ ତାର ଲାଗି ସୋମବାର ଏକ ହାତୀର ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ହାତୀଟି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ତା’ର ମୃତ୍ୟୁ ଘଟିଛି। ଏହି ମୃତ ହାତୀ ନିକଟରେ ଆଉ ଏକ ହାତୀ ଜଗି ରହିଥିବାରୁ ତା’ ନିକଟକୁ ଯିବାକୁ ଲୋକେ ଭୟ କରୁଛନ୍ତି।