୨୦୧୬ରୁ ହୋଇନି ହାତୀ ଗଣନା

ରାଉରକେଲା,୧୨।୮(ସଙ୍ଗୀତା ଜେନା): ଅଗଷ୍ଟ ୧୨ ତାରିଖ ହେଉଛି ବିଶ୍ୱ ହାତୀ ଦିବସ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ପରିମାଣ କମୁଥିବାରୁ ହାତୀପଲ ଜନବସତି ମୁହାଁ ହୋଇଛନ୍ତି। ଏବେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ବିଶାଳକାୟ ପ୍ରାଣୀ ପାଇଁ ପ୍ରାୟ ସବୁ ଦେଶରେ କଠୋର ଆଇନ କାନୁନ ଥିବାବେଳେ କ୍ରମାଗତ ଭାବେ ହାତୀ ଶୀକାର ଯୋଗୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିକୋଣରୁ ହାତୀ ସମ୍ପର୍କରେ ଜନସଚେତନତା କରାଯାଉଛି। ତେବେ ସବୁ ବନାଞ୍ଚଳରେ ପ୍ରତ୍ୟେକ ୨ବର୍ଷରେ ଥରେ ହାତୀ ଗଣନା କରାଯିବା କଥା। କିନ୍ତୁ ୨୦୧୬ପରେ ଏହି ଗଣନା କରାଯାଇନାହିଁ। ଫଳରେ ପ୍ରକୃତିପ୍ରେମୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସେହିପରି ହାତୀମାନଙ୍କ ବେକରେ ଲାଗିବାକୁ ଥିବା ‘ଜିପିଆରଏସ କଲାର’ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନାହିଁ।
ସୂଚନା ଅନୁସାରେ, ରାଉରକେଲା ବନଖଣ୍ଡରେ ବିଶ୍ରା ବ୍ଲକ ମହିପାଣି, ଲାଠିକଟା ପଞ୍ଚାୟତ, କୁଆଁରମୁଣ୍ଡା, ବିରକେରା, କଚାରୁ, ରାଜଗାଙ୍ଗପୁରର ସାଗଜୋର, ବିରମିତ୍ରପୁରର ହାତୀବାରି, ରାଏବୋଗା ଆଦି ଅଞ୍ଚଳରେ ସାଧାରଣତଃ ହାତୀପଲ ସକ୍ରିୟ ଥିବା ଦେଖିବାକୁ ମିଳିଥାଏ। ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ହାତୀମାନଙ୍କ ବିଚରଣ ଓ ଚଳପ୍ରଚଳର ସମସ୍ତ ବିବରଣୀ ମୋବାଇଲ ଯୋଗେ ଆଲର୍ଟ କରାଯାଉଛି। ରେଳପଥରେ ହାତୀ ଦୁର୍ଘଟଣା ରୋକିବା ପାଇଁ ପ୍ରତ୍ୟେକ ମାସରେ ରେଳବାଇ ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ବୈଠକ କରାଯାଉଛି। ବିଜୁଳି ବିଭାଗ ସହ ବୈଠକ କରାଯାଉଛି। ସେହିପରି ବିଶ୍ରା-ଜରେଇକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର, ଚାନ୍ଦିପୋଷ ଅଞ୍ଚଳରେ ରେଳ ଚଳାଚଳ ଉପରେ ସତର୍କତା ଅବଲମ୍ବନ କରାଯାଉଛି। ହାତୀ ଚଳାଚଳ ହେଉଥିବା ସ୍ଥାନଗୁଡ଼ିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଛି। ବନାଞ୍ଚଳରେ ୧୭୦ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ବାର୍ଡ ଓ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ନିୟୋଜିତ କରାଯାଇଛି। ରାଉରକେଲା ବନଖଣ୍ଡରେ ପ୍ରାୟ ୨୫ଟି ହାତୀ ରହିଛନ୍ତି। ଏ ନେଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କୁହନ୍ତି, ରାଉରକେଲା ଏକ ଶିଳ୍ପ ସହର। ହାତୀପଲ ଝାଡ଼ଖଣ୍ଡରୁ ବିଶ୍ରା ବ୍ଲକ ଦେଇ ଏଠାରେ ପଶିଥାନ୍ତି। ଖରାମାସ ବା ଫସଲ ଉପତ୍ାଦନ ସମୟରେ ସେମାନଙ୍କ ସକ୍ରିୟତା ଅଧିକ ଦେଖାଯାଇଥାଏ। ଏଥିପାଇଁ ସ୍କ୍ବାର୍ଡମାନେ ନିରନ୍ତର ତନଖି କରୁଛନ୍ତି। ହାତୀଙ୍କ ସମସ୍ତ କାର୍ଯ୍ୟକଳାପ ଓ ଉପସ୍ଥିତି ଅବଗତ ହେବା ପାଇଁ ହାତୀପଲର ମୁଖ୍ୟ ହାତୀ ବେକରେ ଜିପିଆର୍‌ଏସ୍‌ କଲାର ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହାତୀ ଆକ୍ରମଣରେ କ୍ଷୟକ୍ଷତି ହେଲେ ଲୋକଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା ରହିଛି। ଜଙ୍ଗଲ ସୁରକ୍ଷାକୁ ଖିଲାପ କରୁଥିବା ଶିକାରୀ ଓ ସ୍ଥାନୀୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଡିଏଫ୍‌ଓ ସେଠୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri