ହାତୀ କରିଡର: ବିଜ୍ଞପ୍ତି ଜାରି କରୁନି ବନ ବିଭାଗ

ଭୁବନେଶ୍ୱର, ୨୧।୨: ରାଜ୍ୟରେ ୧୪ଟି ହାତୀ ଚଲାପଥ ବା ହାତୀ କରିଡର ରହିଥିବା ୨୦୧୦ରେ ବନ ବିଭାଗ କହିଥିଲା। ୨୦୧୨ରେ କେନ୍ଦ୍ର ସରକାରଙ୍କୁ ଡ୍ରାଫ୍ଟ ନୋଟିସ୍‌ ପଠାଇବା ପାଇଁ ବିଭାଗ ପ୍ରସ୍ତୁତ କରିଥିଲା। ହେଲେ ଏଯାଏ ବିଧିବଦ୍ଧ ଭାବେ ବନବିଭାଗ ତରଫରୁ ସରକାରୀ ନୋଟିଫିକେଶନ ବା ବିଜ୍ଞପ୍ତି ଜାରି କରାଯାଇନାହିଁ। ଖାଲି ସେତିକି ନୁହେଁ, ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଆଦେଶକୁ ମଧ୍ୟ ରାଜ୍ୟ ବନ ବିଭାଗ ଅବମାନନା କରିଚାଲିଛି। ୨୦୨୧ ଅଗଷ୍ଟରେ ଏନ୍‌ଜିଟି ତାଙ୍କ ରାୟରେ ଓଡ଼ିଶାରେ ହାତୀ କରିଡର ପାଇଁ ସରକାରୀ ବିଜ୍ଞପ୍ତି ଜାରି କରିବା ପାଇଁ ରାୟ ଦେଇଥିଲେ। ଏଥିସହିତ ଏହି କାମକୁ ୨ ମାସ ଭିତରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିଙ୍କ ରାୟ ଅନୁସାରେ ୨୦୨୧ ଅକ୍ଟୋବର ସୁଦ୍ଧା ବନବିଭାଗ ଓଡ଼ିଶାରେ ହାତୀ କରିଡର ସମ୍ପର୍କରେ ନୋଟିଫିକେଶନ ଜାରି କରିବା କଥା। ହେଲେ ଇତିମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ଚୁପ ହୋଇ ବସିପଡ଼ିଛି।
ରାଜ୍ୟରେ ହାତୀ-ମଣିଷ ଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ଆକଳନ ଅନୁସାରେ, ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୭୭୧ ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୮୮୧ଜଣ ମଣିଷଙ୍କ ମୃତ୍ୟୁ ହୋଇଛି। ତେବେ ହାତୀର ବାସସ୍ଥାନ ସେମିତି କିଛି ନିର୍ଦ୍ଦିଷ୍ଟ ନ ଥାଏ। ସେମାନେ ଦିନକୁ ପ୍ରାୟ ୨୫ କିଲୋମିଟର ବାଟ ଚାଲିଥାନ୍ତି। ପ୍ରତିଦିନ ପ୍ରାୟ ୧୫୦ କିଲୋଗ୍ରାମ ଓଜନର ଡାଳ, ପତ୍ର ଆଦି ଖାଇବା ସହ ପ୍ରାୟ ୧୦୦ ଲିଟର ପାଣି ମଧ୍ୟ ପିଇଥାନ୍ତି। ଗୋଟିଏ ପ୍ରାପ୍ତ ବୟସ୍କ ହାତୀ ୫ ମିନିଟରେ ୨୦୦ ଲିଟର ଯାଏ ପାଣି ପିଇପାରେ। ତେଣୁ ହାତୀ ଖାଦ୍ୟ ଓ ପାନୀୟ ସଂଗ୍ରହ କରିବା ପାଇଁ ଚାରିଆଡ଼େ ବୁଲନ୍ତି। ହାତୀମାନେ ବୁଲିବା ପାଇଁ କିଛି ନିର୍ଦ୍ଦିଷ୍ଟ ବାଟ ଦେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ଏହି ବାଟକୁ ସେମାନେ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି। ଏହି ଚଲାପଥକୁ ହାତୀ କରିଡର ନାମ ଦିଆଯାଇଛି। ସାଧାରଣରେ ହାତୀ ତା’ର ଚଲାପଥର ଉଭୟ ପାର୍ଶ୍ୱରେ କ୍ୱଚିତ ଦୂରକୁ ଯାଇଥାଏ।
ବନବିଭାଗର ତଥ୍ୟାନୁସାରେ, ରାଜ୍ୟରେ ଥିବା ୧୪ଟି ହାତୀ କରିଡର ମଧ୍ୟରୁ ୪ଟି ଆନ୍ତଃରାଜ୍ୟ କରିଡର ଥିବା ବେଳେ ବାକି ସବୁ ଆନ୍ତଃଜିଲା କରିଡର। ଆନ୍ତଃରାଜ୍ୟ ମଧ୍ୟରେ ଥିବା କରିଡର ନାମ ହେଉଛି ‘ବାଦାମପାହାଡ଼(ମୟୂରଭଞ୍ଜ)-ଧୋବାଧୋବଣୀ(ଝାଡ଼ଖଣ୍ଡ)’, ‘ବାଦାମପାହାଡ଼(ମୟୂରଭଞ୍ଜ)-କରିଡ଼ା(ଝାଡ଼ଖଣ୍ଡ)’, ‘ପଶ୍ଚିମବଙ୍ଗ-ଦେଉଳୀ- ଶୂଳିଆପଦା’ ଏବଂ ‘କାରୋ(କେନ୍ଦୁଝର)-କରମପଡ଼ା(ଝାଡ଼ଖଣ୍ଡ)’। ସେହିପରି ଆନ୍ତଃଜିଲା କରିଡରଗୁଡ଼ିକ ହେଲା ‘ଶିମିଳିପାଳ-ହଦଗଡ଼-କୁଲଡିହା’, ‘ତେଲକୋଇ-ପାଲଲହଡ଼ା’, ‘ମୟୂରଭଞ୍ଜ ଜିରିଡାମାଲି-ଅନନ୍ତପୁର’, ‘କହ୍ନେଇଜେନା- ଅନନ୍ତପୁର’, ‘ବୁଗୁଡ଼ା-ସେଣ୍ଟ୍ରାଲ ଆର୍‌ଏଫ୍‌(ନୟାଗଡ଼ ଡିଭିଜନ), ‘ନୂଆଗାଁ-ବାରୁଣୀ’, ‘ତାଳ-ଖୋଲଗଡ଼’, ‘ବାରପାହାଡ଼-ତରଭା-କଣ୍ଟାମାଳ’, ‘କୋଟଗଡ଼-ଚନ୍ଦ୍ରପୁର’ ଏବଂ ‘କର୍ଲାପାଟ-ଉର୍ଲଡନୀ’। ତେବେ ଏ ସମସ୍ତ କରିଡର ୮୭୦.୬୧ବର୍ଗକିମି ହୋଇଥିବା ବେଳେ ଦୈର୍ଘ୍ୟ ୪୨୦.୮କିମି।
ରାଜ୍ୟର ବିକାଶ ପାଇଁ ଖଣିଜ ପଦାର୍ଥ ସହିତ କଳକାରଖାନା ଯେତିକି ଆବଶ୍ୟକ, ତା’ଠାରୁ ବନ୍ୟପ୍ରାଣୀ ଏବଂ ପରିବେଶ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ବନ୍ୟପ୍ରାଣୀ ଓ ପରିବେଶ ନ ବଞ୍ଚତ୍ବ, ତେବେ ମଣିଷ ମଧ୍ୟ ବଞ୍ଚତ୍ପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ପରିବେଶ ସୁରକ୍ଷିତ ରହିବାରେ ହାତୀର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଏହି ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କ୍ଷେତ୍ର ବିଶେଷରେ ବନ ଅଧିକାରୀଙ୍କ ପ୍ରାଥମିକତା ବଦଳି ଯାଉଛି। କେବଳ ବିକାଶ ନାମରେ ବିଭାଗ ପୁଞ୍ଜିପତି ଓ ଶିଳ୍ପପତିଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ହାତୀ କରିଡର ବିଜ୍ଞପ୍ତି ଥରେ ଜାରି ହେଲେ, ସେହି ଅଞ୍ଚଳରେ ଖଣି ଉତ୍ତୋଳନ ବା କଳକାରଖାନା ସ୍ଥାପନ ଏକପ୍ରକାର ଅସମ୍ଭବ ହୋଇଯିବ। ତେଣୁ ଏନ୍‌ଜିଟିଙ୍କ ରାୟକୁ ବନବିଭାଗ ନାଲି ଫିତା ତଳେ ଚାପି ଦେଇଛି। ଗତ ସପ୍ତାହରେ ସୁନ୍ଦରଗଡ଼ ଜିଲାର ବଣାଇ ବନଖଣ୍ଡରେ ଦୁଇଟି ଜଙ୍ଗଲ ଜମିରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ବନବିଭାଗ ତରଫରୁ ପ୍ରାକ୍‌ ସର୍ଭେ ନିମନ୍ତେ କିଛି ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଥିଲା। ବନବିଭାଗ ଖଣି ଉତ୍ତୋଳନ ପାଇଁ ଯେତିକି ତତ୍ପରତା ଦେଖାଉଛି, ହାତୀ କରିଡର ନୋଟିଫିକେଶନ ଏବଂ ସର୍ବୋପରି ଏନ୍‌ଜିଟିଙ୍କ ରାୟ ପାଳନ କିପରି ହେବ ସେ ନେଇ ଆଦୌ ଚିନ୍ତିତ ଥିବା ଭଳି ଲାଗୁନାହିଁ। ବରଂ ହାତୀ କରିଡର ନୋଟିଫିକେଶନ ଶୀତଳଭଣ୍ଡାରକୁ ଠେଲି ହେଇଗଲା ଭଳି ଲାଗୁଛି। ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ରାଜ୍ୟରେ ୧୪ଟି ହାତୀ କରିଡର ଚିହ୍ନଟ ହୋଇଛି। ଏଯାଏ ନୋଟିଫିକେଶନ ଜାରି ହୋଇ ନାହିଁ। ଏହି ମାମଲା ଏବେ ମାନ୍ୟବର ଏନ୍‌ଜିଟିଙ୍କ ନିକଟରେ ବିଚାରାଧୀନ ରହିଛି। ପିସିସିଏଫ୍‌ଙ୍କ ଅଜାଣତରେ ଏହି ମାମଲାର ରାୟ ୨୦୨୧ ଅଗଷ୍ଟ ୧୭ ତାରିଖରେ ପ୍ରକାଶ ପାଇସାରିଲାଣି।
ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଓଡ଼ିଶା ବନ୍ୟପ୍ରାଣୀ ସମିତି ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଏନ୍‌ଜିଟି ଗତବର୍ଷ ଅଗଷ୍ଟରୁ ଏହି ମାମଲାର ରାୟ ଦେବା ସହିତ ମାମଲାର ଅନ୍ତ କରିଥିଲେ। କିନ୍ତୁ ବିଭାଗର ଅପାରଗତା ଯୋଗୁ ରାଜ୍ୟରେ ଏବେ ବନ୍ୟପ୍ରାଣୀ ଅସୁରକ୍ଷିତ। ଖଣି ମାଫିଆଙ୍କ ଚାପରେ ବନ ବିଭାଗ ହାତୀ କରିଡର କଥା ଭୁଲି ଯାଉଛି। ହାତୀ କରିଡର ନୋଟିଫିକେଶନ ଜାରି ହେଲେ ସେହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଯଥା ଖଣି ବା କଳକାରଖାନା ସ୍ଥାପନ ପାଇଁ କଟକଣା ଲାଗିଯିବ। ଖାସ୍‌ ଏହି କାରଣରୁ ବନ ବିଭାଗ ଏନ୍‌ଜିଟି ରାୟ ଦେବା ପରେ ମଧ୍ୟ ହାତୀ କରିଡର ନୋଟିଫିକେଶନ ଜାରି କରିବାରେ ସମୟ ଗଡ଼େଇ ଚାଲିଛି ବୋଲି ବିଶ୍ୱଜିତ କହିଛନ୍ତି।
ସେପଟେ ହାତୀ କରିଡର ଚିହ୍ନଟ କରିବା ଏବଂ ହାତୀ କରିଡର ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ନାଁ ରେ କିଛି ଏନ୍‌ଜିଓଙ୍କ ମାଧ୍ୟମରେ ଉଚ୍ଚ ପଦବୀରେ ଥିବା ବନ ଅଧିକାରୀମାନେ ଅନେକ ଟଙ୍କା ଖର୍ଚ୍ଚ କରିଦେଲେ। ଏଠି ପ୍ରଶ୍ନ ଉଠୁଛି, ଯଦି ହାତୀ କରିଡର ନୋଟିଫିକେଶନ ଜାରି କରିବାର ଉଦ୍ଦେଶ୍ୟ ନ ଥିଲା, ତେବେ ହାତୀ କରିଡର ନାଁରେ ବନ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କାହିଁକି କରିଲା।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri