ହାତୀ କବରସ୍ଥଳ ଆଠଗଡ଼ ବନଖଣ୍ଡ

ଭୁବନେଶ୍ୱର, ୨୮ା୬(ବ୍ୟୁରୋ):ଆଠଗଡ଼ ବନଖଣ୍ଡ ଏବେ ହାତୀଙ୍କ କବରସ୍ଥଳ ପାଲଟିଛି। ତଦନ୍ତ ଯେତେ ଆଗଉଛି ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମାଟି ତଳୁ ମିଳୁଛି। ଇତିମଧ୍ୟରେ ମାସକ ଭିତରେ ୪ ହାତୀ କଙ୍କାଳ ଜବତ ହୋଇଛି। ପୂର୍ବରୁ ବଡ଼ମ୍ବା ରେଞ୍ଜରେ ୩ ହାତୀ କଙ୍କାଳ ମିଳିବା ପରେ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଥିଲେ। ଏହି ଟିମ୍‌ ସୋମବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସମୟରେ ଆଉଏକ ସ୍ଥାନରୁ ମାଟିଖୋଳି ହାତୀ କଙ୍କାଳ ପାଇଛି। ଉକ୍ତ ହାତୀଟି ଏକ ପ୍ରାପ୍ତବୟସ୍କ ହୋଇଥିବାବେଳେ ତାହା ମାଈ କି ଅଣ୍ଡିରା ଜଣାପଡ଼ି ନାହିଁ। ତେଣୁ ତା’ର ଠିକ୍‌ ଲିଙ୍ଗ ନିରୂପଣ ପାଇଁ ଡିଏନ୍‌ଏ ପରୀକ୍ଷା ଲାଗି ମଙ୍ଗଳବାର ଓୟୁଏଟିସ୍ଥିତ ସେଣ୍ଟର ଫର୍‌ ଓ୍ବାଇଲ୍ଡଲାଇଫ୍‌କୁ ନମୁନା ପଠାଯିବ। କଙ୍କାଳଟିର ସ୍ଥିତିରୁ ଏହା ପ୍ରାୟ ଦୁଇବର୍ଷ ତଳର ବୋଲି ଜଣାପଡ଼ୁଛି। କିନ୍ତୁ ପ୍ରକୃତ ମୃତ୍ୟୁ ସମୟ ଜାଣିବା ପାଇଁ ନମୁନା ପରୀକ୍ଷା କରାଯିବ ବୋଲି ଜଣେ ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।
ଏସ୍‌ଆଇଟିର ୬ଜଣିଆ ଟିମ୍‌ ସୋମବାର ବଡ଼ମ୍ବା ରେଞ୍ଜକୁ ଯାଇ ପୂର୍ବରୁ ଯେଉଁ ୩ଟି ସ୍ଥାନରୁ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା, ସେହି ସ୍ଥାନ ସବୁ ପରିଦର୍ଶନ କରି ସରଜମିନ ତଦନ୍ତ ଆରମ୍ଭ କରିଥିଲେ। ଟିମ୍‌ ସଦସ୍ୟ ସିସିଏଫ୍‌(ବନ୍ୟପ୍ରାଣୀ) ମନୋଜ ଭି ନାୟାର, ସିଏଫ୍‌(ବନ୍ୟପ୍ରାଣୀ) କେଦାର ସ୍ବାଇଁ, ଅନୁଗୋଳ ଆର୍‌ସିସିଏଫ୍‌ ଯୋଗ ଦୟାନନ୍ଦ, କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ଦିଲୀପ କୁମାର ସାହୁ, ଓୟୁଏଟି ଭେଟେରିନାରୀ ସର୍ଜରୀ ବିଭାଗ ମୁଖ୍ୟ ଡା. ଇନ୍ଦ୍ରମଣି ନାଥ ଏବଂ କଙ୍କାଳ ବିଶେଷଜ୍ଞ ଡା. ଶିବ ପ୍ରସାଦ ପରିଡ଼ା ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଏସ୍‌ଆଇଟିର ତଦନ୍ତବେଳେ ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ, ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ, ଆନିମଲ ଓ୍ବେଲ୍‌ଫେୟାର ଟ୍ରଷ୍ଟ ଏକାମ୍ରର ପୂରବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ତଦନ୍ତବେଳେ ପୂର୍ବରୁ ମିଳିଥିବା ସୂଚନା ଆଧାରରେ ଅପରାହ୍ନରେ ଉକ୍ତ ରେଞ୍ଜ୍‌ର ଗୋପପୁର ସେକ୍ସନ ଅନ୍ତର୍ଗତ ମଣ୍ଡପ ସଂରକ୍ଷିତ ଜଙ୍ଗଲରେ ଏସ୍‌ଆଇଟି ଉପସ୍ଥିତିରେ ଜେସିବି ଦ୍ୱାରା ମାଟି ଖୋଳାଯାଇ ଆଉଏକ ହାତୀ କଙ୍କାଳକୁ ବାହାର କରାଯାଇଥିଲା।
କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗତ ୨ ଓ ୩ ତାରିଖରେ ଦୁଇଟି ହାତୀ କଙ୍କାଳ ଖୋଳି ବାହାର କରିବା ପରେ ବନ ବିଭାଗ କେତେଜଣ ଓ୍ବାଚର ଓ ଗାର୍ଡଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରାବେଳେ ଆଉ ଏକ ହାତୀ କଙ୍କାଳ ଥିବା ଜଣାପଡ଼ିଥିଲା। ଏହାପରେ ଗତ ୧୪ ତାରିଖରେ ସେହି ବନାଞ୍ଚଳର ଖାରୋଡ଼ ଗ୍ରାମ ନିକଟ ଚନ୍ଦ୍ରଗିରି ପାହାଡ଼ ଅଞ୍ଚଳରେ ମାଟିତଳୁ ତୃତୀୟ ହାତୀ କଙ୍କାଳ ମିଳିଥିଲା। ତେବେ ଗୋପପୁରରେ ଆଉଏକ ହାତୀ କଙ୍କାଳ ଥିବା ମଧ୍ୟ ସେମାନଙ୍କୁ ଜେରାବେଳେ ସୂଚନା ମିଳିଥିଲା। ତେବେ ଏସ୍‌ଆଇଟି ଉପସ୍ଥିତିରେ ସୋମବାର ତାହାକୁ ଜବତ କରାଯାଇଛି। ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତଦନ୍ତରେ ସ୍ବଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟିରେ ଜଣେ ନିରପେକ୍ଷ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ସାମିଲ କରନ୍ତୁ ବୋଲି ପୂର୍ବଭଳି ଦାବି ଦୋହରାଇଛନ୍ତି। ନଚେତ୍‌ ବଡ଼ ବଡ଼ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ବନ ବିଭାଗ ଓ୍ବାଚର, ଫରେଷ୍ଟର, ଗାର୍ଡଙ୍କୁ ଗିରଫ କରି ଦୋଷ ଖସାଇବାରେ ସକ୍ଷମ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ଏସ୍‌ଆଇଟିର ତଦନ୍ତବେଳେ ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ଉପସ୍ଥିତିକୁ ନେଇ ମଧ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଶୁଭେନ୍ଦୁ କହିଛନ୍ତି, ଫେରାର ହୋଇଥିବା ଦୁଇ ଫରେଷ୍ଟରଙ୍କୁ ଧରିବା ପାଇଁ ଚେଷ୍ଟା ନ କରି ଆଠଗଡ଼ ଡିଏଫ୍‌ଓ ଏବଂ ଏସ୍‌ସିଏଫ୍‌ ତଳିଆ କର୍ମଚାରୀଙ୍କ ମାଧ୍ୟମରେ ସୂଚନାଦାତାଙ୍କୁ ଧମକ ଚମକ ଦେବା ସହ ମାଡ଼ ମାରୁଛନ୍ତି। ଏହାସତ୍ତ୍ୱେ ଦିନକୁ ଦିନ ହାତୀ ମୃତ୍ୟୁର ନୂଆ ତଥ୍ୟ ମିଳିବାରେ ଲାଗିଛି। ଏସ୍‌ଆଇଟି ତଦନ୍ତ ପରେ ରେଞ୍ଜର, ଏସିଏଫ୍‌ ଓ ଡିଏଫ୍‌ଓ ଗିରଫ ହେଲେ ହିଁ ଆଠଗଡ଼ ବନଖଣ୍ଡର ଅବସ୍ଥା ସୁଧୁରିବ। ପୂରବୀ କହିଛନ୍ତି, ଏସ୍‌ଆଇଟି ତଦନ୍ତ ସମୟରେ ଆଠଗଡ଼ ଡିଏଫ୍‌ଓ ପୂରା ସମୟ ତାଙ୍କ ସହିତ ରହିବା ଆଦୌ ଗ୍ରହଣୀୟ ନୁହେଁ।
ସେପଟେ ଓ୍ବାଇଲ୍ଡଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ(ଡବ୍ଲ୍ୟୁସିସିବି)ର ଦୁଇଜଣିଆ ଟିମ୍‌ ଦୁଇଦିନ ଘଟଣାସ୍ଥଳରେ ତଦନ୍ତ କରି ଫେରିଯାଇଛନ୍ତି। ଏହି ଘଟଣାରେ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜଣାପଡିବ, ସମସ୍ତଙ୍କୁ ଗିରଫ କରାଯିବ। କାହାକୁ ଛଡ଼ାଯିବ ନାହିଁ ବୋଲି ଡବ୍ଲ୍ୟୁସିସିବିର ଇନ୍ସପେକ୍ଟର କୌଶିକ ମଣ୍ଡଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri