ହାତୀ କବରସ୍ଥଳ ଆଠଗଡ଼ ବନଖଣ୍ଡ

ଭୁବନେଶ୍ୱର, ୨୮ା୬(ବ୍ୟୁରୋ):ଆଠଗଡ଼ ବନଖଣ୍ଡ ଏବେ ହାତୀଙ୍କ କବରସ୍ଥଳ ପାଲଟିଛି। ତଦନ୍ତ ଯେତେ ଆଗଉଛି ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମାଟି ତଳୁ ମିଳୁଛି। ଇତିମଧ୍ୟରେ ମାସକ ଭିତରେ ୪ ହାତୀ କଙ୍କାଳ ଜବତ ହୋଇଛି। ପୂର୍ବରୁ ବଡ଼ମ୍ବା ରେଞ୍ଜରେ ୩ ହାତୀ କଙ୍କାଳ ମିଳିବା ପରେ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଥିଲେ। ଏହି ଟିମ୍‌ ସୋମବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସମୟରେ ଆଉଏକ ସ୍ଥାନରୁ ମାଟିଖୋଳି ହାତୀ କଙ୍କାଳ ପାଇଛି। ଉକ୍ତ ହାତୀଟି ଏକ ପ୍ରାପ୍ତବୟସ୍କ ହୋଇଥିବାବେଳେ ତାହା ମାଈ କି ଅଣ୍ଡିରା ଜଣାପଡ଼ି ନାହିଁ। ତେଣୁ ତା’ର ଠିକ୍‌ ଲିଙ୍ଗ ନିରୂପଣ ପାଇଁ ଡିଏନ୍‌ଏ ପରୀକ୍ଷା ଲାଗି ମଙ୍ଗଳବାର ଓୟୁଏଟିସ୍ଥିତ ସେଣ୍ଟର ଫର୍‌ ଓ୍ବାଇଲ୍ଡଲାଇଫ୍‌କୁ ନମୁନା ପଠାଯିବ। କଙ୍କାଳଟିର ସ୍ଥିତିରୁ ଏହା ପ୍ରାୟ ଦୁଇବର୍ଷ ତଳର ବୋଲି ଜଣାପଡ଼ୁଛି। କିନ୍ତୁ ପ୍ରକୃତ ମୃତ୍ୟୁ ସମୟ ଜାଣିବା ପାଇଁ ନମୁନା ପରୀକ୍ଷା କରାଯିବ ବୋଲି ଜଣେ ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।
ଏସ୍‌ଆଇଟିର ୬ଜଣିଆ ଟିମ୍‌ ସୋମବାର ବଡ଼ମ୍ବା ରେଞ୍ଜକୁ ଯାଇ ପୂର୍ବରୁ ଯେଉଁ ୩ଟି ସ୍ଥାନରୁ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା, ସେହି ସ୍ଥାନ ସବୁ ପରିଦର୍ଶନ କରି ସରଜମିନ ତଦନ୍ତ ଆରମ୍ଭ କରିଥିଲେ। ଟିମ୍‌ ସଦସ୍ୟ ସିସିଏଫ୍‌(ବନ୍ୟପ୍ରାଣୀ) ମନୋଜ ଭି ନାୟାର, ସିଏଫ୍‌(ବନ୍ୟପ୍ରାଣୀ) କେଦାର ସ୍ବାଇଁ, ଅନୁଗୋଳ ଆର୍‌ସିସିଏଫ୍‌ ଯୋଗ ଦୟାନନ୍ଦ, କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ଦିଲୀପ କୁମାର ସାହୁ, ଓୟୁଏଟି ଭେଟେରିନାରୀ ସର୍ଜରୀ ବିଭାଗ ମୁଖ୍ୟ ଡା. ଇନ୍ଦ୍ରମଣି ନାଥ ଏବଂ କଙ୍କାଳ ବିଶେଷଜ୍ଞ ଡା. ଶିବ ପ୍ରସାଦ ପରିଡ଼ା ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଏସ୍‌ଆଇଟିର ତଦନ୍ତବେଳେ ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ, ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ, ଆନିମଲ ଓ୍ବେଲ୍‌ଫେୟାର ଟ୍ରଷ୍ଟ ଏକାମ୍ରର ପୂରବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ତଦନ୍ତବେଳେ ପୂର୍ବରୁ ମିଳିଥିବା ସୂଚନା ଆଧାରରେ ଅପରାହ୍ନରେ ଉକ୍ତ ରେଞ୍ଜ୍‌ର ଗୋପପୁର ସେକ୍ସନ ଅନ୍ତର୍ଗତ ମଣ୍ଡପ ସଂରକ୍ଷିତ ଜଙ୍ଗଲରେ ଏସ୍‌ଆଇଟି ଉପସ୍ଥିତିରେ ଜେସିବି ଦ୍ୱାରା ମାଟି ଖୋଳାଯାଇ ଆଉଏକ ହାତୀ କଙ୍କାଳକୁ ବାହାର କରାଯାଇଥିଲା।
କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗତ ୨ ଓ ୩ ତାରିଖରେ ଦୁଇଟି ହାତୀ କଙ୍କାଳ ଖୋଳି ବାହାର କରିବା ପରେ ବନ ବିଭାଗ କେତେଜଣ ଓ୍ବାଚର ଓ ଗାର୍ଡଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରାବେଳେ ଆଉ ଏକ ହାତୀ କଙ୍କାଳ ଥିବା ଜଣାପଡ଼ିଥିଲା। ଏହାପରେ ଗତ ୧୪ ତାରିଖରେ ସେହି ବନାଞ୍ଚଳର ଖାରୋଡ଼ ଗ୍ରାମ ନିକଟ ଚନ୍ଦ୍ରଗିରି ପାହାଡ଼ ଅଞ୍ଚଳରେ ମାଟିତଳୁ ତୃତୀୟ ହାତୀ କଙ୍କାଳ ମିଳିଥିଲା। ତେବେ ଗୋପପୁରରେ ଆଉଏକ ହାତୀ କଙ୍କାଳ ଥିବା ମଧ୍ୟ ସେମାନଙ୍କୁ ଜେରାବେଳେ ସୂଚନା ମିଳିଥିଲା। ତେବେ ଏସ୍‌ଆଇଟି ଉପସ୍ଥିତିରେ ସୋମବାର ତାହାକୁ ଜବତ କରାଯାଇଛି। ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତଦନ୍ତରେ ସ୍ବଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟିରେ ଜଣେ ନିରପେକ୍ଷ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ସାମିଲ କରନ୍ତୁ ବୋଲି ପୂର୍ବଭଳି ଦାବି ଦୋହରାଇଛନ୍ତି। ନଚେତ୍‌ ବଡ଼ ବଡ଼ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ବନ ବିଭାଗ ଓ୍ବାଚର, ଫରେଷ୍ଟର, ଗାର୍ଡଙ୍କୁ ଗିରଫ କରି ଦୋଷ ଖସାଇବାରେ ସକ୍ଷମ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ଏସ୍‌ଆଇଟିର ତଦନ୍ତବେଳେ ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ଉପସ୍ଥିତିକୁ ନେଇ ମଧ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଶୁଭେନ୍ଦୁ କହିଛନ୍ତି, ଫେରାର ହୋଇଥିବା ଦୁଇ ଫରେଷ୍ଟରଙ୍କୁ ଧରିବା ପାଇଁ ଚେଷ୍ଟା ନ କରି ଆଠଗଡ଼ ଡିଏଫ୍‌ଓ ଏବଂ ଏସ୍‌ସିଏଫ୍‌ ତଳିଆ କର୍ମଚାରୀଙ୍କ ମାଧ୍ୟମରେ ସୂଚନାଦାତାଙ୍କୁ ଧମକ ଚମକ ଦେବା ସହ ମାଡ଼ ମାରୁଛନ୍ତି। ଏହାସତ୍ତ୍ୱେ ଦିନକୁ ଦିନ ହାତୀ ମୃତ୍ୟୁର ନୂଆ ତଥ୍ୟ ମିଳିବାରେ ଲାଗିଛି। ଏସ୍‌ଆଇଟି ତଦନ୍ତ ପରେ ରେଞ୍ଜର, ଏସିଏଫ୍‌ ଓ ଡିଏଫ୍‌ଓ ଗିରଫ ହେଲେ ହିଁ ଆଠଗଡ଼ ବନଖଣ୍ଡର ଅବସ୍ଥା ସୁଧୁରିବ। ପୂରବୀ କହିଛନ୍ତି, ଏସ୍‌ଆଇଟି ତଦନ୍ତ ସମୟରେ ଆଠଗଡ଼ ଡିଏଫ୍‌ଓ ପୂରା ସମୟ ତାଙ୍କ ସହିତ ରହିବା ଆଦୌ ଗ୍ରହଣୀୟ ନୁହେଁ।
ସେପଟେ ଓ୍ବାଇଲ୍ଡଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ(ଡବ୍ଲ୍ୟୁସିସିବି)ର ଦୁଇଜଣିଆ ଟିମ୍‌ ଦୁଇଦିନ ଘଟଣାସ୍ଥଳରେ ତଦନ୍ତ କରି ଫେରିଯାଇଛନ୍ତି। ଏହି ଘଟଣାରେ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜଣାପଡିବ, ସମସ୍ତଙ୍କୁ ଗିରଫ କରାଯିବ। କାହାକୁ ଛଡ଼ାଯିବ ନାହିଁ ବୋଲି ଡବ୍ଲ୍ୟୁସିସିବିର ଇନ୍ସପେକ୍ଟର କୌଶିକ ମଣ୍ଡଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri