ହାତୀ ଆକ୍ରମଣ: ୩ବର୍ଷରେ ୧,୫୭୮ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ହାତୀ ଆକ୍ରମଣରେ ଗତ ତିନିବର୍ଷରେ ଦେଶରେ ୧,୫୭୮ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଶାରେ ସର୍ବାଧିକ ୩୨୨ଜଣଙ୍କ ଜୀବନ ଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ ମନ୍ତ୍ରୀ ଏହି ତଥ୍ୟ ରଖିବା ସହ କହିଛନ୍ତି, ହାତୀ ଆକ୍ରମଣରେ ୨୦୧୯-୨୦ରେ ୫୮୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୨୦-୨୧ରେ ୪୬୧ ଓ ୨୦୨୧-୨୨ରେ ୫୩୨ଜଣଙ୍କ ଜୀବନ ଯାଇଛି। ତେବେ ଓଡ଼ିଶାରେ ସର୍ବାଧିକ ୩୨୨ଜଣ ମୃତକଙ୍କ ମଧ୍ୟରେ ୨୦୧୯ରେ ୧୧୭, ୨୦୨୦ରେ ୯୩ ଏବଂ ୨୦୨୧ରେ ୧୧୨ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶା ପରେ ଝାଡ଼ଖଣ୍ଡ ରହିଛି। ଏଠାରେ ୨୯୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପଶ୍ଚିମବଙ୍ଗରେ ୨୪୦, ଆସାମରେ ୨୨୯, ଛତିଶଗଡ଼ରେ ୧୮୩, ତାମିଲନାଡ଼ୁରେ ୧୩୨, କର୍ନାଟକରେ ୬୯, କେରଳ ୫୭, ମେଘାଳୟ ୧୨ ଓ ଆନ୍ଧ୍ରପ୍ରଦେଶରେ ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ବନ୍ୟପ୍ରାଣୀ ପରିଚାଳନା ଏବଂ ହାତୀ-ମଣିଷ ଲଢ଼େଇରେ ରୋକ ଲଗାଇବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ୱ। ହାତୀ ଆକ୍ରମଣରେ ମୃତ୍ୟୁ ସହ ହାତୀ ଶିକାର ରୋକିବା ପାଇଁ ରାଜ୍ୟଗୁଡ଼ିକ ପଦକ୍ଷେପ ନେବା ଉଚିତ। ହାତୀ ଆକ୍ରମଣରେ ଯେଉଁ ଲୋକଙ୍କର ମୃତ୍ୟୁ ଘଟୁଛି ଓ ଯେଉଁମାନଙ୍କର ଫସଲ କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହେଉଛି, ଉକ୍ତ ଧନଜୀବନର କ୍ଷୟକ୍ଷତି ନିମନ୍ତେ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ସେହିପରି ୨୦୧୭ରେ କେନ୍ଦ୍ର ସରକାର ହାତୀ-ମଣିଷ ଲଢ଼େଇ ପରିଚାଳନା ପାଇଁ ଏକ ଗାଇଡ୍‌ଲାଇନ ପ୍ରସ୍ତୁତ କରିଥିଲେ। ଗତ ଏପ୍ରିଲ ମାସରେ ସମ୍ମୁଖ କର୍ମଚାରୀଙ୍କ ପାଇଁ ଫିଲ୍ଡ ମାନୁଆଲ ଲାଗୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri