ହାତୀ ସହ ମଣିଷ

ନିୟମିତ ବ୍ୟବଧାନରେ ହାତୀ ମୃତ୍ୟୁ ଖବର ପ୍ରକାଶ ପାଇଆସୁଛି। ସ୍ବାଭାବିକ ମୃତ୍ୟୁ ତୁଳନାରେ ବିଦ୍ୟୁତ୍‌ ଆଘାତ ଓ ଟ୍ରେନ୍‌ ଧକ୍କାରେ ଅଧିକ ହାତୀଙ୍କ ଜୀବନ ଯାଉଛି। ଏହାବ୍ୟତୀତ ଶିକାରୀମାନେ ଦାନ୍ତ ଲୋଭରେ ଏବଂ ହାତୀ ଖାଦ୍ୟ ଖୋଜି ଗ୍ରାମ ଭିତରକୁ ପ୍ରବେଶ କରିବା ଓ ଫସଲହାନି କରୁଥିବାରୁ ମୁଖ୍ୟତଃ ଗ୍ରାମବାସୀଙ୍କ ରୋଷର ଶିକାର ହୋଇ ଏହା ମୃତ୍ୟୁମୁଖରେ ପଡ଼ୁଛି। ୨୦୦୯-୧୦ ରୁ ୨୦୨୪-୨୫ ମଧ୍ୟରେ ଅର୍ଥାତ୍‌ ୧୫ ବର୍ଷ ଭିତରେ ଭାରତରେ ଟ୍ରେନ୍‌ ଧକ୍କାରେ ୧୮୬ ହାତୀଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ୧୪ଟି ରାଜ୍ୟର ୧୨୭ ରେଳପଥର ୩,୪୫୨ କିଲୋମିଟର ପରିବ୍ୟାପ୍ତ ଟ୍ରାକ୍‌ରେ କରାଯାଇଥିବା ସର୍ଭେରୁ ଏହିି ତଥ୍ୟ ଜଣାପଡ଼ିଛି। ଭାରତର ୬୯ ହଜାର କିଲୋମିଟର ରେଲ ନେଟଓ୍ବର୍କ ମଧ୍ୟରୁ ଅନେକ ଶହ କିଲୋମିଟର ଘଞ୍ଚ ଜଙ୍ଗଲ ପଥ ଦେଇ ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ତେବେ ସେହିସବୁ ଅଞ୍ଚଳରେ ଲେଭଲ କ୍ରସିଂ, ର଼୍ୟାମ୍ପ୍‌, ବାରିକେଡିଂ ଓ ଟ୍ରେଞ୍ଚିଂ ଭିତ୍ତିଭୂମି ଗଠନ, ଅଣ୍ଡରପାସ ଏବଂ ଓଭରପାସ ନିର୍ମାଣ କରିବାକୁ ସର୍ଭେରେ ପ୍ରସ୍ତାବ ଦିଆଯାଇଛି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହା ହାତୀ ମୃତ୍ୟୁ ରୋକିବାରେ କେତେ ସକ୍ଷମ ହୋଇପାରିବ ତାହା ଭବିଷ୍ୟତରେ ଜଣାପଡ଼ିବ। ଏକଥା ଚିନ୍ତା କଲାବେଳକୁ ହାତୀ ମୃତ୍ୟୁର ଅନ୍ୟ କାରଣଗୁଡ଼ିକ ଉପରେ ଗୁରୁତ୍ୱର ସହ ବିଚାର କରାଯିବା ଦରକାର। କାରଣ ଟ୍ରେନ୍‌ ଧକ୍କାରେ ଯେତିକି ହତୀଙ୍କର ମୃତ୍ୟୁ ହେଉଛି, ତାହାଠାରୁ କାହିଁ ଅଧିକ ପ୍ରାଣ ଯାଉଛି ବିଦ୍ୟୁତ୍‌ ଆଘାତ ଓ ଶିକାର ଯୋଗୁ। ଅନେକ ସମୟରେ ଜଙ୍ଗଲ ମଧ୍ୟରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଙ୍କ ଜୀବନ ଯାଉଛି କିମ୍ବା ଲୋକମାନେ ସେମାନଙ୍କ ଫସଲ ରକ୍ଷା କରିବାକୁ ଯାଇ ତାର ବିଛାଇ ମାରି ଦେଉଛନ୍ତି। ୨୦୨୪ ତଥ୍ୟ ଅନୁଯାୟୀ, ଭାରତରେ ବିଗତ ୫ ବର୍ଷରେ ୭୩ ହାତୀ ଟ୍ରେନ୍‌ ଧକ୍କାରେ ଏବଂ ୩୯୨ ବିଦ୍ୟୁତ୍‌ ଆଘାତ ଯୋଗୁ ମୃତ୍ୟୁମୁଖରେ ପଡ଼ିଥିଲେ। ଉଲ୍ଲେଖନୀୟ ଯେ, ଓଡ଼ିଶାରେ ବିଦ୍ୟୁତ ଆଘାତ ଯୋଗୁ ଏହି ସମୟରେ ୭୧ ହାତୀ ମରିଥିଲେ, ଯାହା ଦେଶରେ ଥିଲା ସର୍ବାଧିକ।
ନିକଟରେ ଓଡ଼ିଶା ସରକାରଙ୍କ ୨୦୨୫ ତଥ୍ୟ ମଧ୍ୟ ଦର୍ଶାଇଛି ଯେ, ଟ୍ରେନ ଦୁର୍ଘଟଣା ତୁଳନାରେ ବିଦ୍ୟୁତ୍‌ ଆଘାତ ଯୋଗୁ ଅଧିକ ହାତୀଙ୍କର ମୃତ୍ୟୁ ଘଟିଛି। ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ବିଭିନ୍ନ କାରଣରୁ ୪୮୦ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ସେଥିରେ ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁ ୯୫ ଓ ଟ୍ରେନ ଦୁର୍ଘଟଣାରେ ୧୫ ହାତୀଙ୍କର ପ୍ରାଣ ଯାଇଛି। ୨୦୧୮ରେ ଢେଙ୍କାନାଳର କମଳାଙ୍ଗ ଗାଁ ନିକଟରେ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକାବେଳକେ ୭ଟି ହାତୀଙ୍କ ମୃତ୍ୟୁ ହେବା ଓଡ଼ିଶାରେ ହାତୀ ମୃତ୍ୟୁ ଇତିହାସର ଏକ ବଡ଼ ଘଟଣା ଥିଲା। ଏହାପରେ ଚିନ୍ତା କରାଯାଉଥିଲା ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ। କିନ୍ତୁ ହାତୀ ସୁରକ୍ଷା ଦିଗରେ ସେଭଳି କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇନାହିଁ। ହାତୀ ମୃତ୍ୟୁ ରୋକିବା ପାଇଁ କରାଯାଉଥିବା ଯୋଜନା ଓ ତାହାର କାର୍ଯ୍ୟକାରିତା ଭିତରେ ବହୁତ ପ୍ରଭେଦ ଥିବା ଭଳି ମନେହେଉଛି।
ପ୍ରତିକାର ସ୍ବରୂପ ଜନବସତି ନିକଟରେ ଯେଉଁ ବିଦ୍ୟୁତ୍‌ ଲାଇନ ରହୁଛି ତାହାକୁ ଠିକ୍‌ ଭାବେ ଦେଖାଯାଉନାହିଁ କିମ୍ବା ଜନସାଧାରଣ ତାର ବିଛାଇ ହାତୀ ମାରିଦେବା ଘଟଣାରେ ବନ ବିଭାଗର ଦାୟିତ୍ୱହୀନତା ପ୍ରମାଣିତ ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ଭାରତବର୍ଷରେ ହାତୀ ଓ ମଣିଷ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ରହିଛି। ତେଣୁ ଅସ୍ବାଭାବିକ ସ୍ଥିତିକୁ ପାର କରିବା ପାଇଁ କେବଳ ଟ୍ରେନ୍‌ ଭିତ୍ତିଭୂମି ବିକାଶ ବେଳେ ହାତୀ ସୁରକ୍ଷା ବିଷୟ ପର୍ଯ୍ୟାପ୍ତ ହେବ ନାହିଁ। ଏଥିସହିତ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବା ଉଚିତ। ଜଙ୍ଗଲରେ କୃତ୍ରିମ ହ୍ରଦ ସୃଷ୍ଟି କରିବା ସହ ଖାଦ୍ୟ ପାଇଁ ବିଭିନ୍ନ ଫଳଜାତୀୟ ବୃକ୍ଷ ବଢ଼ାଇବାର ଆବଶ୍ୟକତା ପଡ଼ିଲାଣି। ବିକାଶ ପାଇଁ ଜଙ୍ଗଲ ଓ ଜନ୍ତୁଙ୍କୁ ଅଣଦେଖା କରାଗଲେ ମଣିଷ ତିଷ୍ଠିବା କଷ୍ଟକର ହେବ। ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ଅଧିକ ସଂଖ୍ୟକ ଫରେଷ୍ଟଗାର୍ଡ ସହିତ ଅତ୍ୟାଧୁନିକ କ୍ୟାମେରା ଭଳି ନୂତନ ପ୍ରଯୁକ୍ତି ବ୍ୟବହାର କରାଯିବା ଦରକାର। ଏଥିସହ ହାତୀ କରିଡର (ହାତୀ ଚଲାପଥ) ନିର୍ମାଣ ସକାଶେ ବହୁ ଦଶନ୍ଧି ଧରି ଆଲୋଚନା ହେବା ସତ୍ତ୍ୱେ ଓଡ଼ିଶା ଭଳି ରାଜ୍ୟରେ କୌଣସି କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ ହେଉନାହିଁ। ସେଥିପାଇଁ ବାସ୍ତବ କ୍ଷେତ୍ରରେ ସ୍ଥିତିରେ ପରିବର୍ତ୍ତନ ଦେଖାଯାଉନାହିଁ। ଦୁଇ ହାତରେ ତାଳି ବାଜିବା ଭଳି ମନେରଖିବାକୁ ହେବ ଯେ, ହାତୀ ସୁରକ୍ଷା ସେତିକିବେଳେ ଶହେ ପ୍ରତିଶତ ହୋଇପାରିବ ଯେତେବେଳେ ସେମାନଙ୍କ ଚଲାପଥ ନିକଟରେ ବସବାସ କରୁଥିବା ଜନବସତିର ମଣିଷ ଜୀବନ ସହିତ ସମ୍ପତ୍ତି ସୁରକ୍ଷିତ ରହିବାର ବ୍ୟବସ୍ଥା କରାଯାଇପାରିବ। ଏଥିରେ ଜନସାଧାରଣଙ୍କ ସହଯୋଗ ସର୍ବାଗ୍ରେ ରହିବାର ଆବଶ୍ୟକତା ପଡ଼ିଲାଣି। କାରଣ ସରକାରୀ ସ୍ତରରେ ସବୁ ଚାହିଦାକୁ ପୂରଣ କରାଯାଇପାରିବ ନାହିଁ। ଏଭଳି ସ୍ଥଳେ ସାମାଜିକ ଓ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ସଙ୍ଗଠନକୁ ସବୁ ଦିଗରୁ ସହଯୋଗ ମିଳିଲେ ପରିବର୍ତ୍ତନ ବଡ଼ ଆକାରରେ ଆସିପାରନ୍ତା। ୭ ଅଗଷ୍ଟରେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଗୁହାଳିଆ ଗ୍ରାମର ଦେବଗିରି ପାହାଡ଼ ପାଦଦେଶ ଖରାଖାଇ ପଡ଼ିଆରେ ‘ବିକାଶ ସାଥୀ’ ସଙ୍ଗଠନ ଦ୍ୱାରା ଆରମ୍ଭ କରାଯାଇଥିବା ‘ହାତୀ ସଭା’ ଏକ ଅଭିନବ ଚିନ୍ତାର ବାର୍ତ୍ତା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri