ଆମେରିକା ମାଟିରୁ ଭାରତକୁ ଧମକ ଦେଲେ ମୁନିର: କହିଲେ, ଧ୍ୱଂସ କରିଦେବୁ

ଓ୍ବାଶିଂଟନ,୧୧/୮:ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍‌ ମୁନିର ରବିବାର ଆମେରିକା ମାଟିରୁ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଭାରତ ଏକ ଡ୍ୟାମ୍‌ ନିର୍ମାଣ କରିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଭାରତ ଯେତେବେଳେ ସିନ୍ଧୁ ନଦୀରେ ଡ୍ୟାମ୍‌ ନିର୍ମାଣ ସମ୍ପୂର୍ଣ୍ଣ କରିବ, ସେତେବେଳେ ଆମେ ୧୦ ମିଶାଇଲ ମାଡ଼କରି ତାକୁ ଧ୍ୱଂସ କରିଦେବୁ ବୋଲି ଫ୍ଲୋରିଡାର ଟାମ୍ପାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁନିର କହିଛନ୍ତି। ଗତ ଜୁନ୍‌ ୧୮ରେ ମୁନିର ଆମେରିକା ଯାଇ ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଥିଲେ। ସେଠାରୁ ପାକିସ୍ତାନକୁ ଫେରିବା ପରେ ଟ୍ରମ୍ପ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ମୁନିର ସୁପାରିସ କରିଥିଲେ। ନିକଟରେ ଟ୍ରମ୍ପ୍‌ ଭାରତ ଉପରେ ଦୁଇଟି ପର୍ଯ୍ୟାୟରେ ୫୦% ଟାରିଫ୍‌ ଘୋଷଣା କରିବା ପରେ ଭାରତ-ଆମେରିକା ସମ୍ପର୍କ ୨୦ ବର୍ଷରେ ସବୁଠୁ ଅଧିକ ତିକ୍ତତାପୂର୍ଣ୍ଣ ହୋଇଛି। ଏଭଳି ସମୟରେ ମୁନିର ୨ ମାସ ମଧ୍ୟରେ ଦ୍ୱିତୀୟ ଥର ଆମେରିକା ଗସ୍ତ କରିଛନ୍ତି। ପାକିସ୍ତାନର ଏହି ପ୍ରଭାବଶାଳୀ ସାମରିକ ଅଧିକାରୀ ହ୍ବାଇଟ୍‌ ହାଉସ୍‌ର ବିନା ପ୍ରୋତ୍ସାହନରେ ଭାରତକୁ ଏଭଳି ଧମକ ଦେବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଲେଣି।
ପାକିସ୍ତାନୀ ସେନାମୁଖ୍ୟ ମୁନିର ଟାମ୍ପାସ୍ଥିତ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌)ର କମାଣ୍ଡର ଜେନେରାଲ ମାଇକେଲ ଇ କୁରିଲାଙ୍କ ଅବସର ଗ୍ରହଣ ଏବଂ ନୂତନ କମାଣ୍ଡର ଆଡ୍‌ମିରାଲ ବ୍ରାଡ୍‌ କୁପରଙ୍କ ଶପଥ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତରୁ ପାକିସ୍ତାନକୁ ନଦୀଜଳ ପ୍ରବାହରେ ପ୍ରତିବନ୍ଧକ ସୃଷ୍ଟି କରିବା ଭଳି ନୂଆଦିଲ୍ଲୀ କୌଣସି ଡ୍ୟାମ୍‌ ନିର୍ମାଣ କଲେ ଆମେ ତାକୁ ଧ୍ୱଂସ କରିଦେବୁ। ପାକିସ୍ତାନ ଏକ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର। ପାକିସ୍ତାନର ଅସ୍ତିତ୍ୱ ସଙ୍କଟ ସୃଷ୍ଟି ହେଲେ ଆମେ ଖସୁଛୁ ବୋଲି ଯଦି ମନେକରିବୁ ତେବେ ଅଧା ବିଶ୍ୱକୁ ଖସାଇଦେବୁ। ସିନ୍ଧୁ ନଦୀ ଭାରତୀୟମାନଙ୍କ ପାରିବାରିକ ସମ୍ପତ୍ତି ନୁହେଁ। ଆଲ୍ଲାଙ୍କ କୃପାରୁ ଆମ ପାଖରେ ମିଶାଇଲ୍‌ର ଅଭାବ ନାହିଁ। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବଳର ଅପରେଶନ ସିନ୍ଦୂର ସମୟରେ ଭାରତର କେତୋଟି ଯୁଦ୍ଧବିମାନ ଖସିଥିବା ବିଷୟ ଉଭୟ ପକ୍ଷ ସୂତ୍ରରୁ ପ୍ରକାଶ ପାଉଛି। ଏଭଳି ସମୟରେ ଟ୍ରମ୍ପ୍‌ ଭାରତ ଉପରେ ଉଚ୍ଚ ଟାରିଫ୍‌ କଷିଥିବାରୁ ଓ୍ବାଶିଂଟନ-ନୂଆଦିଲ୍ଲୀ ଏକପ୍ରକାର ମୁହଁାମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ସେପଟେ ୨ ମାସ ନ ପୂରୁଣୁ ମୁନିର ପୁଣି ଆମେରିକା ଯିବା ଏବଂ ଶକ୍ତିଶାଳୀ ରାଷ୍ଟ୍ରରୁ ଭାରତକୁ ଧମକ ଦେବା ଅନେକ ପ୍ରଶ୍ନ ଛିଡ଼ା କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri