ମୌଳିକତା ହରାଇଛି ମୌଳିକ ବିଦ୍ୟାଳୟ

କେନ୍ଦ୍ରାପଡ଼ା ଅଫିସ, ୨।୧୨: ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବାକୁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯିବ ବୋଲି ୨୦୧୬ରେ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। ହେଲେ ଆଜି ପର୍ଯ୍ୟନ୍ତ ସେହି ଘୋଷଣା କେବଳ କାଗଜକଲମରେ ଅଟକି ରହିଛି। ଏହି ପରିପ୍ରେକ୍ଷୀରେ ଆଜକୁ ୮୦ ବର୍ଷ ତଳେ ଧନ୍ଦାମୂଳକ ଶିକ୍ଷା ପ୍ରତିଷ୍ଠାନ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କୁଶିଆପାଳର ସରକାରୀ ଉଚ୍ଚ ମୌଳିକ ବିଦ୍ୟାଳୟକୁ ଏଠାରେ ଉଦାହରଣ ଭାବେ ନିଆଯାଇଛି। ଏହି ସ୍କୁଲ ସରକାରୀ ଉଦାସୀନତା କାରଣରୁ ତାର ମୌଳିକତା ହରାଇ ସାରିଛି। ଉକ୍ତ ସ୍କୁଲରେ ଏବେ ବି ସ୍ବାଧୀନତା ସଂଗ୍ରାମୀଙ୍କ ଅରଟ ଓ ତନ୍ତ ପଡି ରହିଛି। ହେଲେ ତାହା କୌଣସି କାମରେ ଲାଗୁନାହିଁ। ଉକ୍ତ ସ୍କୁଲରେ ପୁର୍ନବାର ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି।
ଏହି ମୌଳିକ ସ୍କୁଲ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାହୁ କୁହନ୍ତି, ୧୯୩୬ରେ ସ୍କୁଲ ପ୍ରତିଷ୍ଠା ସମୟରେ ଅରଟରୁ ସୂତା କାଟିବା, ତନ୍ତରେ ଲୁଗା ବୁଣିବା ସହ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଥିଲା। ଦେଶ ସ୍ବାଧୀନତା ସମୟରେ ସ୍ଥାନୀୟ ଅଞ୍ଚଳର ଯଦୁମଣି ମଙ୍ଗରାଜ, ପୁରୁଷୋତ୍ତମ ନାୟକ, ମାୟାଧର ସାହୁ, କୁଳମଣି ନାୟକଙ୍କ ସହିତ ବହୁ ସ୍ବାଧୀନତା ସଂଗ୍ରାମୀ ସେଠାରେ ମେଳି କରି ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତା ପ୍ରଚାର କରୁଥିଲେ। ୧୯୪୬ରେ ଏହି ପ୍ରତିଷ୍ଠାନ ସରକାରୀକରଣ ହେବା ସହ ମୌଳିକ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଥିଲା। ଏକଦା ପୂର୍ବତନ ରାଜ୍ୟପାଳ ଅଯୋଦ୍ଧାନାଥ ଖୋସଲା ଏହି ବିଦ୍ୟାଳୟକୁ ଆସି ଏତେ ଖୁସି ଅନୁଭବ କଲେ ଯେ, ପୁରସ୍କାର ସ୍ବରୂପ ଏକ ରେଡିଓ ପ୍ରଦାନ କରିଥିଲେ। ତେବେ ସରକାରୀକରଣ ପରେ ସ୍କୁଲରେ ସାଧାରଣ ପାଠ୍ୟକ୍ରମ ଚାଲିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ଆଇନଜୀବୀ ଶ୍ରୀକାନ୍ତ ସାହୁ କହିଛନ୍ତି, ୧୯୮୮ରେ ରାଜ୍ୟର ୨୩୧ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ପ୍ରଚଳନ କଲେ। ତେବେ ଏହି ମୌଳିକ ସ୍କୁଲ ଏଥିରୁ ବଞ୍ଚତ୍ତ ହୋଇଛି। ସାମ୍ପ୍ରତିକ ସମୟରେ ଲୋକ ସମ୍ଭଳ ବିନିଯୋଗ ଏକ ଆହ୍ବାନ ହୋଇଛି। ସରକାରୀ ଚାକିରି ପଛରେ ଶିକ୍ଷିତ ଯୁବବର୍ଗ ଧାଇଁ ନିରାଶ ହେଉଛନ୍ତ। ଧନ୍ଦାମୂଳକ ଶିକ୍ଷା ମିଳି ନ ଥିବାରୁ ନିଶ୍ଚିତ କର୍ମନିଯୁକ୍ତି ଏବେ ପ୍ରଶ୍ନବାଚୀ ହୋଇଛି। ଶିକ୍ଷା ବ୍ୟବସ୍ଥାରେ ଅନୂ୍ୟନ୍ୟ ଚତୁର୍ଥ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷାକୁ ବାଧ୍ୟ କରାଯାଉ ବୋଲି ସେ ମତ ଦେଇଛନ୍ତି। ଗ୍ରାମର ପ୍ରଫୁଲ ସ୍ବାଇଁ ଓ ମାଧବ ସ୍ବାଇଁ କହିଛନ୍ତି, ୨୦୦୨ରେ ଏହି ଅନୁଷ୍ଠାନ ନିମ୍ନ ମୌଳିକ ସ୍କୁଲ ଥିଲା। ଗ୍ରାମବାସୀ ଓ ସରକାରୀ ଉଦ୍ୟମରେ ୨୦୧୦ରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନିତ କରାଯାଇଛି। ଯେହେତୁ ଏହା ଏକ ମୌଳିକ ବିଦ୍ୟାଳୟ, ଏଠାରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଉ ବୋଲି ସେମାନେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଜିଲା ଶିକ୍ଷା ବିଭାଗର ତଦନ୍ତ ପରେ ଏଦିଗରେ ପଦକ୍ଷେପ ନେବା ପାଇଁ ସୁପାରିଶ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri