ମାତ୍ର ୫ ଟଙ୍କା ବକେୟା ନାଁରେ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ

ରାୟଗଡ଼ା,୧୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଉପଭୋକ୍ତାଙ୍କ ବିନା କୌଣସି ବକେୟାରେ ଟାଟା ପାୱାର ମନଇଚ୍ଛା ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରୁଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାହକ ସେବା କେନ୍ଦ୍ରକୁ ପଚାରିଲେ ୫ ଟଙ୍କା ୮୬ ପଇସା ବକେୟା ଥିବାରୁ ସ୍ମାର୍ଟ ମିଟର ମାଧ୍ୟମରେ ବିଦ୍ୟୁତ୍‌ କାଟ ହୋଇଥିବା ନେଇ ସୂଚନା ମିଳୁଛି। ଅନ୍ୟପକ୍ଷରେ ବିଭାଗୀୟ ଉପଖଣ୍ଡ ଯନ୍ତ୍ରୀ ଓ ଟାଟା ପାୱାରର ସ୍ମାର୍ଟ ମିଟର ପରିଚାଳନା ଟିମ୍‌କୁ ପଚାରିବା ସମୟରେ ଠିକ୍‌ ତଥ୍ୟ ମିଳୁନାହିଁ। ଏଭଳିକି ବିଦ୍ୟୁତ୍‌ ପୁନଃ ଚାର୍ଜ କରିବା ପାଇଁ ଗ୍ରାହକ ସମ୍ପର୍କ କେନ୍ଦ୍ରକୁ ଅନୁରୋଧ କଲେ ମିଟର ସମ୍ବନ୍ଧିତ ବିଭିନ୍ନ ପ୍ରକାର ଟେକ୍ନିକାଲ ପ୍ରଶ୍ନ ପଚାରି ଉପଭୋକ୍ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।
ରାୟଗଡ଼ା ସହରର ତେଜସ୍ବୀ ହୋଟେଲ ଛକ ନିକଟସ୍ଥ ଏକ ଆପାର୍ଟମେଣ୍ଟର ଫ୍ଲାଟରେ ଗତ ମଙ୍ଗଳବାର ପୂର୍ବାହ୍ନ ୨ଟାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ରହିଥିଲା। ଅନ୍ୟ ଫ୍ଲାଟରେ କରେଣ୍ଟ ଥିବାରୁ ଉକ୍ତ ଘରେ ଭଡ଼ାରେ ରହୁଥିବା ଜଣେ ବୃଦ୍ଧା ଟାଟା ପାୱାର ଗ୍ରାହକ ସମ୍ପର୍କ କେନ୍ଦ୍ରକୁ ୧୯୧୨ରେ ଅଭିଯୋଗ ପାଇଁ ଯୋଗାଯୋଗ କରିଥିଲେ। ଗ୍ରାହକ ସମ୍ପର୍କ କେନ୍ଦ୍ରର କର୍ମଚାରୀ ଜଣକ ଉପଭୋକ୍ତାଙ୍କୁ କଞ୍ଜ୍ୟୁମର ନମ୍ବର, ମିଟର ନମ୍ବରଠାରୁ ଆରମ୍ଭକରି ବିଭିନ୍ନ ଟେକ୍ନିକାଲ ପ୍ରଶ୍ନ ପଚାରିଥିଲେ। ଏପରିିକି ସ୍ମାର୍ଟ ମିଟରରେ ରିଲେ ଇଣ୍ଡିକେଟର ଲାଗିଛି କି ନାହିଁ ଦେଖି ନ କହିବା ପର୍ଯ୍ୟନ୍ତ ସେମାନେ କୌଣସି ଅଭିଯୋଗ ଦାଖଲ କରାଇପାରିବେ ନାହିଁ ବୋଲି କହିଥିଲେ। ବାଧ୍ୟ ହୋଇ ବୃଦ୍ଧା ଜଣକ ଆପାର୍ଟମେଣ୍ଟରୁ ତଳକୁ ଯାଇ ମିଟରର ସମସ୍ତ ସୂଚନା ଦେଇଥିଲେ। ଏହାପରେ ବକେୟା ଟଙ୍କା ବିଷୟରେ ଉପଖଣ୍ଡ ଯନ୍ତ୍ରୀଙ୍କୁ ପଚାରିବା ସହିତ ଟାଟା ପାୱାର ପୋର୍ଟାଲରେ କଞ୍ଜ୍ୟୁମର ନମ୍ବର ଦେଇ ବିଲ୍‌ ଡାଉନଲୋଡ଼୍‌ ସମୟରେ କୌଣସି ବକେୟା ନ ଥିବା ଦେଖିବାକୁ ପାଇଥିଲେ। ବୃଦ୍ଧାଙ୍କ କହିବା ଅନୁସାରେ, ସେ ସବୁବେଳେ ସମୟସୀମା ମଧ୍ୟରେ ବିଲ୍‌ ପଇଠ କରନ୍ତି। କେଉଁଭଳି ଭାବେ ୫ଟଙ୍କା ୮୬ପଇସା ବିଲ୍‌ ବକେୟା ରହିଛି ସେ ଜାଣିନାହାନ୍ତି। ତେବେ ବିଦ୍ୟୁତ୍‌ ସଂଯୋଗ ପାଇଁ ଉପଖଣ୍ଡ ଯନ୍ତ୍ରୀ ହେମନ୍ତ ସାହୁଙ୍କୁ ପଚାରିବାରୁ ସେ ମିଟର ପରିଚାଳନା ଦାୟିତ୍ୱରେ ଥିବା ଟାଟା ପାୱାର କମର୍ଚାରୀ ଅମନଙ୍କ ଫୋନ୍‌ ନମ୍ବର ଦେଇଥିଲେ। ଅମନଙ୍କୁ ଯୋଗାଯୋଗ କରିବାରୁ ସେ ଅଟୋ ଟ୍ରିପ୍‌ ହୋଇଯାଇଛି ଏବଂ ଶୀଘ୍ର ବିଦ୍ୟୁତ ସଂଯୋଗ ହୋଇଯିବ ବୋଲି କହିଥିଲେ। ତେବେ କେଉଁ କାରଣରୁ ଅଟୋ ଟ୍ରିପ୍‌ ହେଲା ଏବଂ କୌଣସି ସବିଶେଷ ତଥ୍ୟ ଦେଲେ ନାହିଁ ଅମନ୍‌।
ପ୍ରକାଶ ଥାଉକି, କୋରାପୁଟ ଜିଲା ଜୟପୁରରେ ଏହିଭଳି ସ୍ମାର୍ଟ ମିଟର ବସାଇବା ସମୟରେ ଉପଭୋକ୍ତାଙ୍କ ବିରୋଧ କାରଣରୁ ଜୟପୁର ସହରରେ ସ୍ମାର୍ଟ ମିଟର ଲାଗିନାହିଁ। ସ୍ମାର୍ଟ ମିଟରର ଉପକାରିତା ବିଷୟରେ ଜଣେ ଲାଇନମ୍ୟାନଙ୍କୁ ପଚାରିବାରୁ ବିଦ୍ୟୁତ୍‌ ବିଲ୍‌ ବକେୟା ରୋକିବା ପାଇଁ ଟାଟା ପାୱାର ଏଭଳି ପଦକ୍ଷେପ ନେଇଛି ବୋଲି କହିଛନ୍ତି। ତେବେ ଜଣେ ଗ୍ରାହକ ଅନଲାଇନ୍‌ ପେମେଣ୍ଟ କରିବା ସମୟରେ ଡିଜିଟାଲ ରିବେଟ୍‌ ମିଳୁଛି। ହେଲେ ଏହି ଛାଡ଼କୁ ବିଭାଗୀୟ କର୍ମଚାରୀ ଠିକ୍‌ ସମୟରେ ଅପଡେଟ୍‌ କରୁ ନ ଥିବାରୁ ସେମାନଙ୍କ ବିଲ୍‌ ବକେୟା ରହୁଛି ବୋଲି ଜଣେ ଲାଇନମ୍ୟାନ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ହେଲେ ସ୍ମାର୍ଟ ମିଟର ବସାଇବା ପରେ ଗ୍ରାହକଙ୍କୁ କୌଣସି ସୂଚନା ନ ଦେଇ ଏଭଳି ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ କରିବା କେତେ ଦୂର ଯଥାର୍ଥ ବୋଲି ଉପଭୋକ୍ତାମାନେ ପ୍ରଶ୍ନ କରିଛନ୍ତି। ଏବେ ଖରାର ତାତି ପ୍ରଚଣ୍ଡ ହେଉଥିବା ବେଳେ ଉପଭୋକ୍ତାଙ୍କୁ ଏଭଳି ଭାବେ ହଇରାଣ ନ କରିବାକୁ ଜନସାଧାରଣ ଚେତାବନୀ ଦେଇଛନ୍ତି। ଯଦି ଆଗାମୀ ଦିନରେ ଏହିଭଳି ସମସ୍ୟା ଉପୁଜେ ତେବେ ଉପଭୋକ୍ତା ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ଯୋଗାଯୋଗ କରିଥିଲେ ହେଁ ସମ୍ଭବପର ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri