ଭଡ଼ାରେ ଚାଲିଛି ବିଦ୍ୟୁତ୍‌ ଥାନା

କଟକ ଅଫିସ,୩୧।୮: ବିଦ୍ୟୁତ ଚୋରି ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକରେ ବିଦ୍ୟୁତ ଥାନା ରହିଛି। ଏହି ଥାନା ବିଗତ ୪୦ ଦିନରେ ବେଆଇନ ଭାବେ ବିଦ୍ୟୁତ ବ୍ୟବହାରକାରୀଙ୍କଠାରୁ ପ୍ରାୟ ୨୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ତେବେ ଏହି ଥାନା ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାବେଳେ ମୌଳିକ ସମସ୍ୟା ଲାଗିରହିଛି। ଭଡ଼ା ସୂତ୍ରରେ ଅନ୍ୟ ଏକ ସରକାରୀ କାର୍ଯ୍ୟାଳୟରେ ଥାନା କାର୍ଯ୍ୟ ଚାଲିଛି। ପୋଲିସ ଭ୍ୟାନ୍‌ ଖରାପ ହୋଇ ପଡ଼ିିରହିଥିଲେ ମଧ୍ୟ ମରାମତି କରାଯାଉନାହିଁ।
୨୦୦୪ରେ କଟକର ଯୋବ୍ରାରେ ସ୍ବତନ୍ତ୍ର ବିଦ୍ୟୁତ ଥାନା ସ୍ଥାପନ କରାଯାଇଥିଲା। କିଛିଦିନ ତଳେ ସେହି କୋଠାକୁ ସହର ବିକାଶ ପାଇଁ ଭଙ୍ଗାଯାଇଛି। ଦେଢ ବର୍ଷ ହେଲା ଜୋବ୍ରା ବନ୍ଦୋବସ୍ତ କାର୍ଯ୍ୟାଳୟ ପରିସରରେ ଏହି ଥାନା ଭଡ଼ାରେ ଚାଲୁଛି। ଏହି ଥାନାରେ ଜଣେ ଇନ୍ସପେକ୍ଟର, ୨ସବ୍‌ଇନ୍ସପେକ୍ଟର (ଏସ୍‌ଆଇ), ୨ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର (ଏଏସଆଇ), ଜଣେ ହେଡ୍‌ କନଷ୍ଟେବଳ ଏବଂ ୧୨ଜଣ କନଷ୍ଟେବଳ ପଦବୀର ପ୍ରାବଧାନ ରହିଛି। କିନ୍ତୁ ଏବେ ଏଠାରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଜଣେ ଏଏସ୍‌ଆଇ, ଜଣେ ହାବିଲଦାର ଓ ୪ଜଣ କନଷ୍ଟେବଳ ରହିଛନ୍ତି। ଗୋଟିଏ ଏସ୍‌ଆଇ ଏବଂ ୮ କନଷ୍ଟେବଳ ପଦବୀ ଖାଲିପଡ଼ିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଚଢାଉ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନ ଥିବା ଥାନା ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, ହୁକିଂ ଓ ମିଟର ବାଇପାସ୍‌ ମାଧ୍ୟମରେ ବିଦ୍ୟୁତ୍‌ ଚୋରି ହୋଇଥାଏ। ତାହାକୁ ରୋକିବାକୁ ବିଦ୍ୟୁତ ଥାନା କାର୍ଯ୍ୟ କରୁଛି। ପୂର୍ବରୁ ବିଦ୍ୟୁତ ଥାନା ନିମନ୍ତେ ସେସୁ ପକ୍ଷରୁ ଏକ ଟାଟା ସୁମୋ ଗାଡ଼ି ଦିଆଯାଇଥିଲା। ଫଳରେ ଚଢାଉ କରାଯାଇ ମାମଲା ରୁଜୁ ସହ ଜରିମାନା ପୂର୍ଣ୍ଣମାତ୍ରାରେ ଆଦାୟ କରାଯାଉଛି। କିନ୍ତୁ ଗତ ବର୍ଷେ ହେଲା ଗାଡ଼ିି ଖରାପ। ତଥାପି ଗତ ଜୁଲାଇ ୧୯ରେ ଦାୟିତ୍ୱ ନେବା ପରେ ଆଜିପର୍ଯ୍ୟନ୍ତ ୪୨ ଦିନରେ ବେଆଇନ ବିଦ୍ୟୁତ ବ୍ୟବହାରକାରୀଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସତ୍ତ୍ବେ ଘରୋଇ କମ୍ପାନୀର ନିଘା ନାହିଁ। ଉକ୍ତ ଘରୋଇ ସଂସ୍ଥା ମରାମତି ପାଇଁ ୨୦ ଦିନ ହେଲା ପୋଲିସ ଗାଡ଼ିି ନେଇଛି। କିନ୍ତୁ ମରାମତି କରୁନାହିଁ କି ଫେରାଉ ନାହିଁ। ତେଣୁ ଚଢାଉ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ। ଘରୋଇ କମ୍ପାନୀ ପକ୍ଷରୁ ସେମାନଙ୍କ କର୍ମଚାରୀଙ୍କ ସହ ଯିବାକୁ କୁହାଯାଉଛି। କିନ୍ତୁ ଜଣେ ଥାନା ଅଧିକାରୀଙ୍କ ପକ୍ଷେ ତାହା ସମ୍ଭବ ନୁହେଁ। ପୋଲିସ ଗାଡ଼ିରେ ଗଲେ ନିୟମ ଉଲ୍ଲଂଘନକାରୀଙ୍କ ମନରେ ଭୟ ସଂଚାର ହେବା ସହ ଜରିମାନା ଆଦାୟ କରିବାରେ ସହାୟକ ହେବ। ସେହିପରି ଥାନାରେ ମୌଳିକ ସୁବିଧା ନାହିଁ। ଶୌଚାଳୟର କବାଟ ଭାଙ୍ଗିଯାଇଛି। ଫଳରେ ମହିଳା କର୍ମଚାରୀମାନେ ୩୦୦ ମିଟର ଦୂର ମାଲଗୋଦାମ ଥାନାକୁ ଶୌଚ ଲାଗି ଯାଉଛନ୍ତି। ପାଣି ସୁବିଧା ମଧ୍ୟ ନାହିଁ। ଯଦି ଏହି ଥାନାକୁ ଗାଡ଼ିି ସହ ଅନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାନ୍ତା ତେବେ ଅଧିକ ରାଜସ୍ବ ଆଦାୟ କରାଯାଇପାରନ୍ତା ବୋଲି ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri