Categories: ଜାତୀୟ

‘ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମସ୍ତ ଭାଜପା ନେତା ଜେଲ ଯିବେ’

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ତୁଷ୍ଟୀକରଣ ପଙ୍କରେ ବୁଡ଼ିଥିବା ଦଳ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ ଆର୍‌ଜେଡି ନେତା ମିସା ଭାରତୀ ବଡ଼ ବିବୃତ୍ତି ଦେଇଛନ୍ତି, ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଭାଜପା ଲାଲୁ ଯାଦବଙ୍କ ପୁରା ପରିବାରକୁ ଦୁର୍ନୀତିରେ ସମ୍ପୃକ୍ତ ବୋଲି କହିଛି। ଏପରିକି ମିସା ନିରାଶ ହୋଇ ଏଭଳି ବୟାନ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମିସା ଭାରତୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ୩୦ ଲକ୍ଷ ଲୋକଙ୍କୁ ଚାକିରି ଦେଉଛି, ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୁଷ୍ଟୀକରଣ ଦେଖାଯାଉଛି। ଆମେ କୃଷକଙ୍କ ଆୟକୁ ଦ୍ୱିଗୁଣା ଏବଂ ଏମ୍‌ଏସ୍‌ପି ଲାଗୁ କରିବାକୁ କହୁଛୁ, କିନ୍ତୁ ସେମାନେ ଏଥିରେ ତୁଷ୍ଟୀକରଣ ଦେଖୁଛନ୍ତି। ଇଲେକ୍ଟୋରାଲ ବଣ୍ଡ ଉପରେ କିଏ ଜବାବ ଦେବ?  ଯଦି ଜନସାଧାରଣ ଆମକୁ ସୁଯୋଗ ଦିଅନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭାଜପାର ସମସ୍ତ ନେତା ଜେଲ୍‌ରେ ରହିବେ।

Share