Categories: ଜାତୀୟ

ଛିନ୍ଦଓ୍ବାଡ଼ାରୁ ନକୁଳ ନାଥ, ଜାଲୋରରୁ ଲଢ଼ିବେ ବୈଭବ ଗେହଲଟ୍‌; ଦ୍ୱିତୀୟ ତାଲିକାରେ ୪୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହାପୂର୍ବରୁ ଦଳ ଦ୍ୱାରା ୩୯ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଥିଲା। ତେବେ ୨ୟ ତାଲିକାରେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଆସନରୁ ପୂର୍ବତନ ସିଏମ୍‌ କମଲ ନାଥଙ୍କ ପୁଅ ନକୁଳ ନାଥଙ୍କୁ ଟିକେଟ ଦିଆଯାଇଛି। ଗୌରବ ଗୋଗୋଇଙ୍କୁ ଆସାମର ଜୋରହାଜରୁ ପ୍ରାର୍ଥୀ ଘୋଷିତ କରାଯାଇଥିବାବେଳେ ପୂର୍ବତନ ସିଏମ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ରାଜସ୍ଥାନରେ ଜାଲୋରରୁ ଟିକେଟ ଦିଆଯାଇଛି।

କଂଗ୍ରେସ ରାଜସ୍ଥାନର ୨୫ ଲୋକ ସଭା ଆସନ ମଧ୍ୟରୁ ୧୦ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିମଧ୍ୟରୁ ବିକାନେରରୁ ଗୋବିନ୍ଦ ମେଘୱାଲ, ଚୁରୁରୁ ରାହୁଲ କାସୱା, ଜୁଞ୍ଜୁନୁରୁ ବ୍ରିଜେନ୍ଦ୍ର ଓଲା, ଅଲୱାରରୁ ଲଳିତ ଯାଦବ, ଭାରତପୁରରୁ ସଞ୍ଜନା ଜାଟଭ, ଟୋଙ୍କରୁ ହରିଶ ମୀନା, ଯୋଧପୁରରୁ କରଣ ସିଂ ଉଚିରାଡା, ଜାଲୋର ସିରୋହୀରୁ ବୈଭବ ଗେହଲଟ୍‌, ଉଦୟପୁରରୁ ତାରଚାନ୍ଦ ମୀନା ପ୍ରମୁଖଙ୍କୁ ଟିକେଟ ଦିଆଯାଇଛି।

ମଧ୍ୟପ୍ରଦେଶର ଯେଉଁ ୧୦ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି ସେଥିରେ ଛିନ୍ଦଓ୍ବାଡାରୁ ନକୁଲ ନାଥ, ଭିଣ୍ଡରୁ ଫୁଲ ସିଂ ବରୈୟା, ଟିକାମଗଡରୁ ପଙ୍କଚ ଅହିରୱର, ସତ୍ୟରୁ ସିଦ୍ଧାର୍ଥ କୁଶୱା, ସିଦ୍ଧିର କମଲେଶ୍ୱର ପଟେଲ, ମଣ୍ଡଳରୁ ଓମକର ସିଂ ମାର୍କମ, ଦେୱାସରୁ ରାଜେନ୍ଦ୍ର ମାଲଭିଆ, ଧରରୁ ରାଡେଶ୍ୟାମ ମୁଭେଲ, ଖାର୍ଗୋନରୁ ପୋରଲ ଖାର୍ଟ, ବେତୁଲରୁ ରାମୁ ଟେକାମ ପ୍ରମୁଖ ରହିଛନ୍ତି।

Share