Categories: ଜାତୀୟ

ଏନ୍‌ଡିଏରେ ସାମିଲ ହେଲା ଆର୍‌ଏଲ୍‌ଡି, ନଡ୍ଡା-ଶାହାଙ୍କୁ ଭେଟିବା ପରେ ଆଧିକାରୀକ ଘୋଷଣା କଲେ ଜୟନ୍ତ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଲୋକଦଳ(ଆର୍‌ଏଲ୍‌ଡି) ଆଧିକାରୀକ ଭାବେ ଏନ୍‌ଡିଏରେ ସାମିଲ ହୋଇଛି। ଏନେଇ ଦଳର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ଘୋଷଣା କରିଛନ୍ତି। ତେବେ ଶନିବାର ଜୟନ୍ତ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ଭେଟ ପରେ ସେ ବିଧିବଦ୍ଧ ଭାବେ ଏନ୍‌ଡିଏରେ ସାମିଲ ହୋଇଥିବା କହିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ଜୟନ୍ତ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କୁଶଳ ନେତୃତ୍ୱ ଏବଂ ମିଳିତ ପ୍ରୟାସଯୋଗୁ ଦେଶ ଆଗକୁ ବଢ଼ୁଛି। ଆମର ଦଳୀୟ ନେତୃବୃନ୍ଦ ଦେଶର ହିତ ପାଇଁ ନେଇଥିବା ପବିତ୍ର ସଂକଳ୍ପକୁ ପୂରଣ କରିବା ଲାଗି ପରିଶ୍ରମ କରିବେ।

ତେବେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେ ପି ନଡ୍ଡା ପ୍ରମୁଖ ଜୟନ୍ତଙ୍କୁ ଏନ୍‌ଡିଏରେ ସ୍ବାଗତ କରିଛନ୍ତି।

Share