ଗଞ୍ଜାମରେ ଶାସକ, ବିରୋଧୀଙ୍କ ନିର୍ବାଚନୀ ପ୍ରସ୍ତୁତି

ବ୍ରହ୍ମପୁର,୨ା୧୦(ନରସିଂହ ସାହୁ):ସାଧାରଣ ନିର୍ବାଚନ ପାଇଁ ଏବେଠୁ ଗଞ୍ଜାମ ଜିଲାରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଶାସକ ବିଜେଡି ସଙ୍ଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି। ବିଜେଡିକୁ ଟକ୍କର ଦେବା ନିମନ୍ତେ ମୁଖ୍ୟ ବିରୋଧୀ ଦଳ ଭାଜପା ମଧ୍ୟ ସଜବାଜ ହେଉଛି। ତେବେ ସର୍ବପୁରାତନ କଂଗ୍ରେସ ଦଳ ଏ କ୍ଷେତ୍ରେରେ ପଛରେ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ସହ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଜୋରଦାର କରିବ। ଜିଲାର ସମସ୍ତ ୧୩ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହା ଅନୁଷ୍ଠିତ ହେବ।
ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ୨୦୧୯ ନିର୍ବାଚନରେ ଦଳ ଜିଲାର ୧୨ଟି ବିଧାନସଭା ଆସନ ହାତେଇଥିଲା। କେବଳ ସାନଖେମୁଣ୍ଡି ଆସନ ଖସି ଯାଇଥିଲା। ୨୦୨୪ ନିର୍ବାଚନରେ ସେହି ଆସନ ଛଡ଼ାଇ ଆଣିବା ଲକ୍ଷ୍ୟ ରଖାଯାଇଛି। ଜିଲାରେ ଶତ ପ୍ରତିଶତ ସଫଳତା ହାସଲ ପାଇଁ ଏବେଠୁ ପ୍ରୟାସ ଆରମ୍ଭ କରାଯାଇଛି। ଅପରପକ୍ଷରେ ଗୋପାଳପୁର ବିଧାୟକ ଅଢ଼େଇ ବର୍ଷ ତଳୁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସେଠାରେ ନୂଆ ଚେହେରା ପ୍ରାର୍ଥୀ ହେବେ। ସେହିପରି ଦିଗପହଣ୍ଡି ବିଧାୟକଙ୍କ ପରଲୋକ ଯୋଗୁ ସେଠାରେ ମଧ୍ୟ ନୂଆ ପ୍ରାର୍ଥୀ ଲଢ଼ିବେ। ସଭାପତି ତଥା ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପ୍ରାର୍ଥୀ କରିବେ ତାଙ୍କ ଜିତାପଟ ଲାଗି ସବୁ କର୍ମୀ ଓ ନେତା ଲାଗିପଡ଼ିବେ। ଆଉ କେତେକ ନିର୍ବାଚନ ମଣ୍ଡଳୀରେ ବିବାଦ ଦେଖାଦେଇଥିବା ସତ୍ତ୍ୱେ ତା’ର ଆଲୋଚନା ଦ୍ୱାରା ସମାଧାନ କରାଯିବ ଏବଂ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ଜିଲା ସଭାପତି ଆଶାବାଦୀ ଅଛନ୍ତି।
ଭାଜପା ପକ୍ଷରୁ ମଧ୍ୟ ବିଜେଡିକୁ ମୁକାବିଲା ନିମନ୍ତେ ରଣନୀତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ରଚାର ବିଭିନ୍ନ ମଣ୍ଡଳରେ ଚାଲିଛି। ଇତିମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ପଦାଧିକାରୀ ଏକାଧିକ ଥର ଜିଲା ଗସ୍ତରେ ଆସି ନେତା ଓ କର୍ମୀଙ୍କୁ ମନ୍ତ୍ର ଫୁଙ୍କିଛନ୍ତି। ସଂଗଠନ ବଢ଼ିଥିବା ଚିକିଟି, ପୋଲସରା ଓ ସୋରଡ଼ାକୁ ଅଧିକ ଫୋକସ କରାଯାଇଛି।
ସୂଚନାଯୋଗ୍ୟ, ଅତୀତରେ ଏହି ଜିଲା କଂଗ୍ରେସର ଦୁର୍ଗ ହୋଇଥିଲା। ଆଞ୍ଚଳିକ ଦଳ ବିଜେଡି ଗଠନ ପରେ କଂଗ୍ରେସର ସ୍ଥିତିର ରସାତଳଗାମୀ ହେବାରେ ଲାଗିଛି। ବିଜେଡି ରାଜନୀତି ଆରମ୍ଭ ପରେ ପ୍ରଥମ ୨୦୦୦ ନିର୍ବାଚନରେ ସୋରଡ଼ା ଓ ଜଗନ୍ନାଥପ୍ରସାଦରୁ କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୪ ନିର୍ବାଚନରେ ଗୋପାଳପୁରରୁ କଂଗ୍ରେସ ଜିିତିଥିଲା। ୨୦୦୯ ନିର୍ବାଚନରେ ନୂଆ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ୧୩ ନିର୍ବାଚନ ମଣ୍ଡଳୀରେ ପରାଜିତ ହୋଇଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ସେହି ସାନଖେମୁଣ୍ଡି କଂଗ୍ରେସ ଦଖଲକୁ ଯାଇଛି। ଆଗାମୀ ନିର୍ବାଚନରେ କଂଗ୍ରେସ ସ୍ଥିତି କଣ ହେବ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri