ଦୁଇ ସାମାଜିକ କର୍ମୀ ରାଜ୍ୟସଂଘକୁ ଚୟନ

ଢେଙ୍କାନାଳ ଅଫିସ,୮ା୮: ଢେଙ୍କାନାଳ ଜିଲାର ଦୁଇଜଣ ସାମାଜିକ କର୍ମୀ ରାଜ୍ୟ ସମାଜସେବୀ ମହାସଂଘକୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବଜରଙ୍ଗ କ୍ଲବର ସଭ୍ୟ ସନ୍ଦୀପ ଷଡ଼ଙ୍ଗୀ ଏବଂ ପିପୁଲ୍ସ ଫର ସ୍ମାଇଲର ଦେବୀଦତ୍ତ ମହାପାତ୍ର। ସନ୍ଦୀପଙ୍କୁ ରାଜ୍ୟ ଉପସଭାପତି ଓ ଜିଲା ସଂଯୋଜକ ଭାବେ ଏବଂ ଦେବୀଦତ୍ତଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଚୟନ କରାଯାଇଛି। ରାଜ୍ୟ ସମାଜସେବୀ ମହାସଂଘର ମହାସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସଭାପତି ନରୋତ୍ତମ ଦାସ, ସମ୍ପାଦକ ନାରାୟଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଉଭୟଙ୍କୁ ରାଜ୍ୟ ମହାସଂଘକୁ ମନୋନୀତ କରାଯାଇଥିଲା। ଢେଙ୍କାନାଳ ଜିଲାରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ରହିଛି। ବର୍ଷତମାମ ଯୁବବର୍ଗ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି। ସେମାନଙ୍କୁ ସଙ୍ଗଠିତ କରି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆଗକୁ ନେବା, ଜିଲାର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବା, ଅସହାୟଙ୍କୁ ସହାୟତା ଯୋଗାଇ ଦେବା, ସର୍ବୋପରି ସାଂସ୍କୃତିକ ବିକାଶ କଥା ବୁଝିବା ଭଳି ଗୁରୁଦାୟିତ୍ୱ ତୁଲାଇବାକୁ ଉଭୟଙ୍କୁ ପରାମର୍ଶ ଦିଆଯାଇଛି।