ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର ବିଧାନସଭା ଆସନର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛି ଲୋକ ନୋଟ ରୂପକ ମୁଗୁରାରେ ଭୋଟ ରୂପକ ମାଛ ଧରିବାକୁ ଚେଷ୍ଟା ଚଳାଇ ଖୁସି ହେଉଛନ୍ତି। କେତେଜଣ ନିର୍ବାଚନ ସହ ଜଡ଼ିତ ରୋଗାଗ୍ରସ୍ତ କର୍ମଚାରୀମାନେ ନିର୍ବାଚନ ଦୁଃଖ ଭୋଗୁଛନ୍ତି। ଆଉ କେତେଜଣ ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ, ଯେଉଁମାନେ ଖୁବ୍‌ କମ୍‌ ଅର୍ଥରେ ଦୈନିକ ଗୁଜୁରାଣ ମେଣ୍ଟାନ୍ତି, ସେମାନଙ୍କ ପାଇଁ ନିର୍ବାଚନ ଏକ ଉପହାସ ଭଳି ଲାଗୁଛି।

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ବିଭିନ୍ନ ଲୋକପ୍ରିୟ, ମାଗଣା ଯୋଜନା ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାକୁ ନିଜ ଟଙ୍କାମୁଣିର ଡୋର ଢିଲା କରିଦେଇଛନ୍ତି ବୋଲି ମତ ପ୍ରକାଶପାଇଛି ।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ବର୍ତ୍ତମାନର ନିର୍ବାଚନ ଜନତାଙ୍କୁ ବୋକା ବନେଇବାର ଏକ କ୍ଷେତ୍ର ହେଉଛି। ନେତାମାନେ ଗୋଟିଏ ଦଳର ଟିକେଟ ପାଇ ଅନ୍ୟ ଦଳରେ ଯୋଗଦେବା, ଗୋଟିଏ ଦଳର ବିଧାୟକ, ଏମ୍‌ପି ବା ମନ୍ତ୍ରୀ ଓ ମୁଖପାତ୍ର ହୋଇ ଗଲାରାତିରେ ଗାଳି ଦେଉଥିବା ଦଳକୁ ଆଜି ଯଦି ନିଜ ଦଳରୁ ପାନରୁ ଚୂନ ଖସିଗଲା ତା’ହେଲେ ଦୀର୍ଘବର୍ଷ ଧରି ବିରୋଧ କରୁଥିବା ଦଳରେ ଯୋଗଦେଇ ଆଲିଙ୍ଗନ କରୁଛନ୍ତି। ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ନେତାମାନେ ଆଚରଣ ବିଧିକୁ ଭ୍ରୂକ୍ଷେପ ନ କରି ନିର୍ଦ୍ଧାରିତ ଖର୍ଚ୍ଚ ସୀମା ମଧ୍ୟରେ ନିର୍ବାଚନ ନ ଲଢ଼ି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଠିକ୍‌ ଏଭଳି ସ୍ଥାନରେ କେତେଜଣ ଲୋକ ବିଭିନ୍ନ ଦଳର ନିର୍ବାଚନୀ ସଭା ପାଇଁ ହେଉ ବା ରାଲି ଆଦି ଲାଗି ଲୋକ ଯୋଗାଡ କରି ଭୋଟରଙ୍କ ମୁଣ୍ଡ ପିଛା ଟଙ୍କା ଆଣି ତା’ର ଅଧା ଅର୍ଥ ଲୋକଙ୍କ ଭିତରେ ବାଣ୍ଟି ନିଜେ ମାଲାମାଲ ହୁଅନ୍ତି। ଆଉ କେତେଜଣ ଲୋକ ଭୋଜିଭାତ, ପ୍ରଚାର, ବ୍ୟାନର ପାଇଁ ପରୋକ୍ଷରେ ନୋଟ ନେଇ ଚାଲିଛନ୍ତି। ଅନ୍ୟ କେତେଜଣ ଭୋଟର ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ବିଷୟରେ ଜାଣନ୍ତିି ନାହିଁ। ସେମାନେ ପ୍ରାର୍ଥୀ ପରିବର୍ତ୍ତେ ନୋଟ ପାଇଗଲେ ଚିହ୍ନ ସହ ବେଶି ପରିଚିତ ହୁଅନ୍ତି। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଯାହା ହେଉ ପଛେ ସେଥିରେ ସେମାନଙ୍କର ଯାଏ ଆସେ କିଛି ନାହିଁ। ମୁଣ୍ଡପିଛା ନୋଟ ଆସିଗଲେ ଭୋଟ ଦେଇଦେବା କଥା ଭାବନ୍ତି। ମାତ୍ର ପରବର୍ତ୍ତୀ ସମୟର ନିର୍ବାଚନୀ ଖର୍ଚ୍ଚ ଉଠାଇବାକୁ ନେତା ଯାବତୀୟ ଦୁର୍ନୀତି କରିବାକୁ ପଛାନ୍ତି ନାହିଁ। ଫଳରେ ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ମଣିଷ ଏହି ଦୁର୍ନୀତିରେ ଯୁଝି ହୋଇ ଅସହ୍ୟ ହୋଇପଡନ୍ତି। ସବୁଠୁ ବେଶି ଦୁଃଖ ଭୋଗନ୍ତି ନିର୍ବାଚନ ସହ ଜଡ଼ିତ କର୍ମଚାରୀମାନେ। ଯାବତୀୟ ସାଧୁତା, ନିଷ୍ଠା, ନିଷ୍କପଟତା ସତ୍ତ୍ୱେ ଉପରିସ୍ଥ ଅଫସରଙ୍କ କଥା କଥାକେ ନିଲମ୍ବନର ନାଲିଆଖି ଯନ୍ତ୍ରଣାକୁ ଆହୁରି ଦ୍ୱିଗୁଣିତ କରେ ବୋଲି ଜଣେ ଅଧିକାରୀ କହିଛନ୍ତି। ଆଉ କେତେଜଣ ରୋଗଗ୍ରସ୍ତ କର୍ମଚାରୀ ଡ୍ୟୁଟି ନ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ସହ ଜଣାଇଥିଲେ ମଧ୍ୟ ସେମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଆଉ କେତେଜଣ କର୍ମଚାରୀ ସୁସ୍ଥ ଥାଇ ମଧ୍ୟ ନେତାଙ୍କୁ ଧରି ନିର୍ବାଚନୀ କାର୍ଯ୍ୟରୁ ଦୂରେଇ ରହିଛନ୍ତି ବୋଲି ଅଭିଯୋଗ ହେଉଛି। ଗୌତମ ବେହେରା କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ବହୁ ସଚେତନ, ଘର ପାଇଁ ଯେ କୌଣସି ଦରକାରୀ ସାମାନ କିଣିବା ପୂର୍ବରୁ ଦୋକାନୀଙ୍କୁ ସେ ସମ୍ପର୍କରେ ପ୍ରଶ୍ନ କରି ହାନିଲାଭ ପଚାରିଥାଆନ୍ତି। କିନ୍ତୁ ଯେତେବେଳେ ଭୋଟ ସମୟ ଆସେ ସେତେବେଳେ ଦୀର୍ଘ ୫ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପରିବହନ ଓ ଅନ୍ୟାନ୍ୟ ସୁରକ୍ଷା ନିମନ୍ତେ କ’ଣ କରିବା ଉଚିତ ପଞ୍ଚାୟତ ସ୍ତରରୁ ବ୍ଲକ, ଜିଲା, ରାଜ୍ୟ ଓ ଦେଶକୁ ଆଗେଇ ନେବା ପାଇଁ କେଉଁ ପ୍ରକାର ଚିନ୍ତା କରାଯାଉଛି, ସେ ସମ୍ବନ୍ଧରେ ପ୍ରଶ୍ନ କରିବାକୁ କେହି ଆଗାନ୍ତି ନାହିଁ। ଫଳରେ କେବଳ ଧର୍ମ, ଜାତି ନଚେତ୍‌ ମାଗଣା ମିଳି ପାରୁଥିବା ସୁବିଧା ସମ୍ପର୍କରେ ଯେଉଁ ନେତା ଆମକୁ ନିଦର୍‌ବନ୍ଦ୍ୱରେ କୁହେ ସେ ଭଳି ନେତାକୁ ଆଖି ବନ୍ଦ କରି ଭୋଟ ଦେଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri