ରାଜକୁମାର ରାଓଙ୍କୁ ନ୍ୟାଶନାଲ ଆଇକନ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫।୧୦: ଭାରତର ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ ଭାବରେ ନିଯୁକ୍ତ କରିବ। ନ୍ୟାଶନାଲ ଆଇକନ ଲୋକମାନଙ୍କୁ ଭୋଟ ବିଷୟରେ ସଚେତନ କରାଏ । ଏହାର ପ୍ରୟାସ ହେଉଛି ଭୋଟ ପ୍ରତିଶତ ବୃଦ୍ଧି କରିବା।

ଯଦିଓ ଅଭିନେତା ରାଜକୁମାର ରାଓ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ଅନେକ ଚଳଚ୍ଚିତ୍ର ହିଟD ହୋଇଛି, କିନ୍ତୁ ‘ନ୍ୟୁଟନ’ ଏକ ଚଳଚ୍ଚିତ୍ର ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ନୂତନ କୁମାର ନାମକ ଜଣେ ସରକାରୀ କିରାଣୀ ଭୂମିକାରେ ନଜର ଆସିଥିଲେ। ନୂତନ କୁମାର ଜଣେ କିରାଣୀ ଥିଲେ ଯିଏ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ। ତାଙ୍କ ଚରିତ୍ରକୁ ଆଧାର କରି ନିର୍ବାଚନ ଆୟୋଗ ଭୋଟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି।

Share