Categories: ଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ଗାଇଡ୍‌ଲାଇନ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୫।୨: ଲୋକ ସଭା ନିର୍ବାଚନ ପୂର୍ବରୁ ସୋମବାର ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ପୋଷ୍ଟର ଏବଂ ପାମ୍ପଲେଟ ସମେତ ପ୍ରଚାରରେ କୌଣସି ସାମଗ୍ରୀରେ ପିଲାଙ୍କୁ କୌଣସି ରୂପରେ ବ୍ୟବହାର ନକରିବାକୁ କହିଛନ୍ତି।

ରାଜନୈତିକ ଦଳକୁ ପଠାଯାଇଥିବା ଏହାର ପରାମର୍ଶରେ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ସମୟରେ ଦଳ ତଥା ପ୍ରାର୍ଥୀଙ୍କ ଦ୍ୱାରା ଯେକୌଣସି ପ୍ରକାରେ ପିଲାଙ୍କ ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ନିର୍ବାଚନ ଆୟୋଗ କହିଛନ୍ତି , ନେତା ତଥା ପ୍ରାର୍ଥୀମାନେ ପିଲାମାନଙ୍କୁ କୌଣସି ପ୍ରକାରେ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବା ଉଚିତ୍‌ ନୁହେଁ।

Share