Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ବ୍ୟାଗ୍‌ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୬।୧୧: ନିର୍ବାଚନ ଆୟୋଗ ଅଧିକାରୀମାନେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବ୍ୟାଗ ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲଙ୍କ ବ୍ୟାଗରେ ତଲାସୀ କରିଛନ୍ତି। ଗତକାଲି ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏବଂ ଏଥିରେ ଥିବା ବ୍ୟାଗଗୁଡ଼ିକର ଯାଞ୍ଚ କରାଯାଇଥିଲା।

ସୂଚନା ଅନୁସାରେ, ଅମରାବତୀରେ ରାହୁଲଙ୍କ ହେଲିକପ୍ଟର ଅବତରଣ କରିବା ବେଳେ ନିର୍ବାଚନ ଆୟୋଗର କିଛି ଅଧିକାରୀ ସେଠାକୁ ଯାଇ ରାହୁଲ ଗାନ୍ଧିଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧି ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ। କିନ୍ତୁ କିଛି ସମୟ ପରେ ସେ ସେଠାରୁ ଚାଲି ଯାଇଥିଲେ। ରାହୁଲଙ୍କ ବ୍ୟାଗ ଯାଞ୍ଚ ହେଉଥିଲେ ମଧ୍ୟ ସେ ସେଠାରୁ ଚାଲିଯାଇ ଦଳୀୟ କର୍ମକର୍ତ୍ତାଙ୍କ ସହ ବାର୍ତ୍ତାଳାପ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ବ୍ୟାଗକୁ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରକୁ ଗସ୍ତ କରୁଥିବା ନେତାମାନଙ୍କ ବ୍ୟାଗ ଯାଞ୍ଚ କରୁଛି ନିର୍ବାଚନ ଆୟୋଗ। ଶୁକ୍ରବାର ଅମିତ ଶାହ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ, ଅଜିତ ପାୱାର ଏବଂ ଅନ୍ୟମାନଙ୍କ ହେଲିକେପ୍ଟର ଏବଂ ବ୍ୟାଗ ମଧ୍ୟ ଯାଞ୍ଚ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି କାରନାମା କଲେ ଜୋଫ୍ରା ଆର୍ଚର: ଲେଖିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୨୩।୪: ଜୋଫ୍ରା ଆର୍ଚର ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ମେଡେନ…

ପଞ୍ଚମ ପରାଜୟ ପରେ ରିଷଭ ପନ୍ତଙ୍କ ସହ ଏମିତି କାମ କଲେ ଲକ୍ଷ୍ନୌ ମାଲିକ ସଞ୍ଜୟ ଗୋଏଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୩।୪: IPL 2026 ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ପରାଜୟ ବରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମୋଟ ୧୫୯…

ରାଜନୀତିରେ ବାଦବିବାଦ, ବ୍ୟକ୍ତିଗତ କାର୍ଯ୍ୟରେ ବିଜେଡି-ଭାଜପା ଏକାଠି ହୋଇ…

ଗଞ୍ଜାମ,୨୩ା୪(ବିଦ୍ୟାଧର): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ପିତା ତଥା ଧର୍ମପରାୟଣ ବ୍ୟକ୍ତି କାଶୀନାଥ ପାଢ଼ୀଙ୍କ ବିୟୋଗ ଘଟିଥିଲା।…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ, ସକାଳୁ ସକାଳୁ…

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି, ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ବଲାଙ୍ଗୀରରେ ଭାରତ…

ତାତି ଥମିନି, ଆଶ୍ରୟ ପାଇଁ ଜାଗା ନାହିଁ: ଲୋକେ ହଟହଟା

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ତାପମାତ୍ରା ଥମିବାର ନଁା ନେଉ ନାହିଁ। ବରଗଡ଼ ଜିଲାରେ ଦିନକୁଦିନ ତାପମାତ୍ରା ବଢ଼ି ଚାଲିଛି। ତାତି ସାଙ୍ଗକୁ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଆହୁରି…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri