ପୌରରେ ଆସିବେ ନା ପଞ୍ଚାୟତ ଭଳି ରହିଯିବେ

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେଲା ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏଥର ନିର୍ବାଚନରେ ବିଜେଡି ଏକପାଖିଆ ସଫଳତା ହାସଲ କରିଥିବା ବେଳେ ବିରୋଧୀ ଦଳ ମାଟି କାମୁଡ଼ିଛନ୍ତି। ୨୦୧୭ ନିର୍ବାଚନ ତୁଳନାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରଦର୍ଶନକୁ ନେଇ ସବୁଆଡେ ଆଲୋଚନା। ଭାଜପାର ବରିଷ୍ଠ ନେତାମାନେ ମଧ୍ୟ ପଞ୍ଚାୟତ ଫଳାଫଳକୁ ନେଇ ଅସନ୍ତୁଷ୍ଟ ହୋଇ ଦଳର ରଣନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି। କଂଗ୍ରେସ ବି ଗତ ନିର୍ବାଚନ ତୁଳନାରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ । ଏଥର ପଞ୍ଚାୟତ ଭୋଟ ବେଳେ ବିଜେଡି ଯେମିତି ଦମ୍‌ ଦେଖାଇଥିଲା ବିରୋଧୀଙ୍କ ପାଖରେ ସେମିତି ପ୍ରସ୍ତୁତି ଦେଖିବାକୁ ମିଳି ନ ଥିଲା। ସେହିପରି ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ/ମ୍ୟୁନିସିପାଲିଟି ଓ ୩ ମହାନଗର ନିଗମ ନିମନ୍ତେ ଭୋଟ ହେବ। ଏହି ନିର୍ବାଚନ ଫଳାଫଳ କେମିତି ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପଞ୍ଚାୟତ ଭୋଟ ବେଳେ ରାଜ୍ୟର ୩ ପ୍ରମୁଖ ଦଳର ପ୍ରମୁଖ ନେତାମାନେ କ୍ୟାମ୍ପେନ କରିବାକୁ ଆସି ନ ଥିଲେ। ପଞ୍ଚାୟତ ଭୋଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଜିକାଲି ନା ଭର୍ଚୁଆଲି କୌଣସି ପ୍ରକାର ରାଲି କିମ୍ବା ସଭାରେ ଯୋଗଦେଇ ନ ଥିଲେ। ସେହିପରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଗତ ଦିନରେ ରାଜ୍ୟ ପ୍ରଭାରୀ, କେନ୍ଦ୍ର ନେତାମାନେ ଆସି ପ୍ରଚାର କରିଥାଆନ୍ତି ହେଲେ ଏଥର ସେସବୁ ନ ଥିଲା। ଖୋଦ୍‌ ପିସିସି ସଭାପତି ଶେଷ ସମୟରେ କିଛିଟା ସ୍ଥାନରେ ସାଧାରଣ ସଭା, ରାଲି କରି ଥିଲେ। ସେହିପରି ୨୦୧୭ ପଞ୍ଚାୟତ ଭୋଟ୍‌ ଏବଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ରାଜ୍ୟ ପ୍ରଭାରୀ, ସହପ୍ରଭାରୀ, କେନ୍ଦ୍ରମନ୍ତ୍ରୀ ଥିବା ଅନେକ ନେତାଙ୍କୁ ଆସି ପ୍ରଚାର କରିବାର ଦେଖିବାକୁ ମିଳିଥିଲା। ହେଲେ ୨୦୨୨ ପଞ୍ଚାୟତ ଭୋଟ୍‌ ବେଳକୁ ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପ୍ରଚାରରେ ନ ଥିଲେ। ତେଣୁ ଏବେ ଆଗକୁ ହେବାକୁ ଥିବା ପୌର ଭୋଟ୍‌ ସକାଶେ କ୍ୟାମ୍ପେନ୍‌, ର଼୍ୟାଲି, ସଭା ଆଦି ଆରମ୍ଭ ହେଲାଣି। ମେୟର ପ୍ରାର୍ଥୀମାନେ କିଛିଟା ସ୍ଥାନରେ ମଙ୍ଗଳବାର କ୍ୟାମ୍ପେନ କରିଥିବା ବେଳେ ଆଗକୁ ଏହା ଜୋରଦାର କରିବେ। ଏବେ ବିରୋଧୀଙ୍କ ଲାଗି ସେମାନଙ୍କ ପ୍ରଭାରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀମାନେ ଆସିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ତେବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ପାଇଁ ବିଜେଡି, ଭାଜପା ଏବଂ କଂଗ୍ରେସର ମେୟର ଓ କର୍ପୋରେଟର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ବିଜେଡି ଏବଂ ବିରୋଧୀଙ୍କ ର଼୍ୟାଲି ଭିତରେ ବହୁ ଫରକ ରହିଥିଲା। ଭୁବନେଶ୍ୱରର ୩ ବିଧାୟକ, ପୂର୍ବତନ ଏମ୍‌ପି ଏବଂ ଅନ୍ୟ ବହୁ ବରିଷ୍ଠ ନେତା ନିଜ ମେୟର ପ୍ରାର୍ଥୀଙ୍କ ସାଙ୍ଗରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଭାଜପା କିମ୍ବା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେମିତି ଆଗ୍ରହ କିମ୍ବା ବରିଷ୍ଠ ନେତାମାନେ ସାଙ୍ଗରେ ଯିବା ଆଦର ଦୃଶ୍ୟ ଦେଖିବାକୁ ମିଳିନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତରେ ଯମାବି ନ ଆସିବା ପରେ ପୌର ଭୋଟ୍‌ କ୍ୟାମ୍ପେନ ସମୟରେ ପହଞ୍ଚିବେ ନା ନାହିଁ ସମସ୍ତଙ୍କ ଚିନ୍ତାର ବିଷୟ ହୋଇଛି। ଭାଜପା ମେୟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଯିବା ସମୟରେ ଖୋଦ୍‌ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ସାଙ୍ଗରେ ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଆହୁରି ଅନେକ ନେତା ମଧ୍ୟ ଯାଇ ନ ଥିଲେ। ସେହିପରି କଂଗ୍ରେସର ମଧ୍ୟ ସମଦଶା। ଉଭୟ ଭାଜପା ଏବଂ କଂଗ୍ରେସ ଜାତୀୟ ଦଳ ହୋଇଥିବାରୁ ବିଗତ ଦିନ ଗୁଡିକରେ ଯେତେସବୁ ନିର୍ବାଚନ ହୋଇଛି ସବୁବେଳେ କେନ୍ଦ୍ର ନେତାମାନେ ଆସି ସ୍ଥାନୀୟ ଶାସକ ଦଳ ବିରୋଧରେ ବର୍ଷିଥାଆନ୍ତି। ମାତ୍ର ଏବେ କୌଣସି କେନ୍ଦ୍ରୀୟ ନେତା ଆସି ବ୍ୟକ୍ତବ୍ୟ ନ ରଖିବା ରାଜନୈତିକ ମହଲରେ ଆଲୋଚନାର ଖୋରାକ୍‌ ପାଲଟିଛି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ୱରେ ବିଏମ୍‌ସି ଭୋଟ୍‌ ଲଢାଯାଉଛି। ତେଣୁ ଦଳ ଭିତରେ ତାଙ୍କ ପ୍ରତି କିଛି ନେତାଙ୍କ ଅସନ୍ତୋଷ ରହିଛି। ଦୀର୍ଘଦିନ ଧରି ଦଳ ପାଇଁ କାମ କରି ଆସିଥିବା ଭାଜପାର କେତେଜଣ ମହିଳା ନେତ୍ରୀ ମହିଳାଙ୍କୁ ଟିକେଟରୁ ବଞ୍ଚିତ କରି ସଙ୍ଗଠନ ସହ ଜଡିତ ନ ଥିବା ଜଣଙ୍କୁ ମେୟର ପ୍ରାର୍ଥୀ କରିବାରେ କେତେକ ଅସନ୍ତୋଷ ରହିଛନ୍ତି। ଅନ୍ୟପଟେ ପଞ୍ଚାୟତ ଭୋଟ୍‌ ଫଳାଫଳ ପରେ ପୌରସ୍ତରରେ ତୃଣମୂଳସ୍ତର ନେତା ଏବଂ କର୍ମୀ ସେତେଟା ସକ୍ରିୟ ଥିବାଭଳି ମନେ ହେଉ ନ ଥିବା ଭାଜପା ଶିବିରରେ ଆଲୋଚନା ଜୋର୍‌ ଧରିଛି। ଅନ୍ୟପଟେ କଂଗ୍ରେସ ନେତୃତ୍ୱ ମଧ୍ୟ ଦୁର୍ବଳ ହୋଇପଡିଛି। ଭୁବନେଶ୍ୱରର କେତେଗୁଡିଏ ଓ୍ବାର୍ଡ ଲାଗି ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକା ମଧ୍ୟରୁ ବହୁଜଣ ନାମାଙ୍କନ ଦାଖଲ କରିନାହାନ୍ତି। କେତେଜଣ ବିଜେଡି ଏବଂ ଭାଜପା ସହ ମିଶିଯାଇ ନାମାଙ୍କନ ଭରି ନ ଥିବା ଦଳ ପକ୍ଷରୁ ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଫଳରେ ଦଳ ସେହିସବୁ ଓ୍ବାର୍ଡରେ ପ୍ରାର୍ଥୀଶୂନ୍ୟ ହେଲା ବୋଲି କୁହାଯାଉଛି। ଦଳର ଆଗଧାଡିର ନେତାମାନେ ସକ୍ରିୟ ନ ରହିବା ଏଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି କେତେକ କର୍ମୀ କହୁଥିବା ଶୁଣିବାକୁ ମିଳୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri