ପୌରରେ ଆସିବେ ନା ପଞ୍ଚାୟତ ଭଳି ରହିଯିବେ

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେଲା ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏଥର ନିର୍ବାଚନରେ ବିଜେଡି ଏକପାଖିଆ ସଫଳତା ହାସଲ କରିଥିବା ବେଳେ ବିରୋଧୀ ଦଳ ମାଟି କାମୁଡ଼ିଛନ୍ତି। ୨୦୧୭ ନିର୍ବାଚନ ତୁଳନାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରଦର୍ଶନକୁ ନେଇ ସବୁଆଡେ ଆଲୋଚନା। ଭାଜପାର ବରିଷ୍ଠ ନେତାମାନେ ମଧ୍ୟ ପଞ୍ଚାୟତ ଫଳାଫଳକୁ ନେଇ ଅସନ୍ତୁଷ୍ଟ ହୋଇ ଦଳର ରଣନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି। କଂଗ୍ରେସ ବି ଗତ ନିର୍ବାଚନ ତୁଳନାରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ । ଏଥର ପଞ୍ଚାୟତ ଭୋଟ ବେଳେ ବିଜେଡି ଯେମିତି ଦମ୍‌ ଦେଖାଇଥିଲା ବିରୋଧୀଙ୍କ ପାଖରେ ସେମିତି ପ୍ରସ୍ତୁତି ଦେଖିବାକୁ ମିଳି ନ ଥିଲା। ସେହିପରି ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ/ମ୍ୟୁନିସିପାଲିଟି ଓ ୩ ମହାନଗର ନିଗମ ନିମନ୍ତେ ଭୋଟ ହେବ। ଏହି ନିର୍ବାଚନ ଫଳାଫଳ କେମିତି ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପଞ୍ଚାୟତ ଭୋଟ ବେଳେ ରାଜ୍ୟର ୩ ପ୍ରମୁଖ ଦଳର ପ୍ରମୁଖ ନେତାମାନେ କ୍ୟାମ୍ପେନ କରିବାକୁ ଆସି ନ ଥିଲେ। ପଞ୍ଚାୟତ ଭୋଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଜିକାଲି ନା ଭର୍ଚୁଆଲି କୌଣସି ପ୍ରକାର ରାଲି କିମ୍ବା ସଭାରେ ଯୋଗଦେଇ ନ ଥିଲେ। ସେହିପରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଗତ ଦିନରେ ରାଜ୍ୟ ପ୍ରଭାରୀ, କେନ୍ଦ୍ର ନେତାମାନେ ଆସି ପ୍ରଚାର କରିଥାଆନ୍ତି ହେଲେ ଏଥର ସେସବୁ ନ ଥିଲା। ଖୋଦ୍‌ ପିସିସି ସଭାପତି ଶେଷ ସମୟରେ କିଛିଟା ସ୍ଥାନରେ ସାଧାରଣ ସଭା, ରାଲି କରି ଥିଲେ। ସେହିପରି ୨୦୧୭ ପଞ୍ଚାୟତ ଭୋଟ୍‌ ଏବଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ରାଜ୍ୟ ପ୍ରଭାରୀ, ସହପ୍ରଭାରୀ, କେନ୍ଦ୍ରମନ୍ତ୍ରୀ ଥିବା ଅନେକ ନେତାଙ୍କୁ ଆସି ପ୍ରଚାର କରିବାର ଦେଖିବାକୁ ମିଳିଥିଲା। ହେଲେ ୨୦୨୨ ପଞ୍ଚାୟତ ଭୋଟ୍‌ ବେଳକୁ ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପ୍ରଚାରରେ ନ ଥିଲେ। ତେଣୁ ଏବେ ଆଗକୁ ହେବାକୁ ଥିବା ପୌର ଭୋଟ୍‌ ସକାଶେ କ୍ୟାମ୍ପେନ୍‌, ର଼୍ୟାଲି, ସଭା ଆଦି ଆରମ୍ଭ ହେଲାଣି। ମେୟର ପ୍ରାର୍ଥୀମାନେ କିଛିଟା ସ୍ଥାନରେ ମଙ୍ଗଳବାର କ୍ୟାମ୍ପେନ କରିଥିବା ବେଳେ ଆଗକୁ ଏହା ଜୋରଦାର କରିବେ। ଏବେ ବିରୋଧୀଙ୍କ ଲାଗି ସେମାନଙ୍କ ପ୍ରଭାରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀମାନେ ଆସିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ତେବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ପାଇଁ ବିଜେଡି, ଭାଜପା ଏବଂ କଂଗ୍ରେସର ମେୟର ଓ କର୍ପୋରେଟର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ବିଜେଡି ଏବଂ ବିରୋଧୀଙ୍କ ର଼୍ୟାଲି ଭିତରେ ବହୁ ଫରକ ରହିଥିଲା। ଭୁବନେଶ୍ୱରର ୩ ବିଧାୟକ, ପୂର୍ବତନ ଏମ୍‌ପି ଏବଂ ଅନ୍ୟ ବହୁ ବରିଷ୍ଠ ନେତା ନିଜ ମେୟର ପ୍ରାର୍ଥୀଙ୍କ ସାଙ୍ଗରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଭାଜପା କିମ୍ବା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେମିତି ଆଗ୍ରହ କିମ୍ବା ବରିଷ୍ଠ ନେତାମାନେ ସାଙ୍ଗରେ ଯିବା ଆଦର ଦୃଶ୍ୟ ଦେଖିବାକୁ ମିଳିନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତରେ ଯମାବି ନ ଆସିବା ପରେ ପୌର ଭୋଟ୍‌ କ୍ୟାମ୍ପେନ ସମୟରେ ପହଞ୍ଚିବେ ନା ନାହିଁ ସମସ୍ତଙ୍କ ଚିନ୍ତାର ବିଷୟ ହୋଇଛି। ଭାଜପା ମେୟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଯିବା ସମୟରେ ଖୋଦ୍‌ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ସାଙ୍ଗରେ ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଆହୁରି ଅନେକ ନେତା ମଧ୍ୟ ଯାଇ ନ ଥିଲେ। ସେହିପରି କଂଗ୍ରେସର ମଧ୍ୟ ସମଦଶା। ଉଭୟ ଭାଜପା ଏବଂ କଂଗ୍ରେସ ଜାତୀୟ ଦଳ ହୋଇଥିବାରୁ ବିଗତ ଦିନ ଗୁଡିକରେ ଯେତେସବୁ ନିର୍ବାଚନ ହୋଇଛି ସବୁବେଳେ କେନ୍ଦ୍ର ନେତାମାନେ ଆସି ସ୍ଥାନୀୟ ଶାସକ ଦଳ ବିରୋଧରେ ବର୍ଷିଥାଆନ୍ତି। ମାତ୍ର ଏବେ କୌଣସି କେନ୍ଦ୍ରୀୟ ନେତା ଆସି ବ୍ୟକ୍ତବ୍ୟ ନ ରଖିବା ରାଜନୈତିକ ମହଲରେ ଆଲୋଚନାର ଖୋରାକ୍‌ ପାଲଟିଛି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ୱରେ ବିଏମ୍‌ସି ଭୋଟ୍‌ ଲଢାଯାଉଛି। ତେଣୁ ଦଳ ଭିତରେ ତାଙ୍କ ପ୍ରତି କିଛି ନେତାଙ୍କ ଅସନ୍ତୋଷ ରହିଛି। ଦୀର୍ଘଦିନ ଧରି ଦଳ ପାଇଁ କାମ କରି ଆସିଥିବା ଭାଜପାର କେତେଜଣ ମହିଳା ନେତ୍ରୀ ମହିଳାଙ୍କୁ ଟିକେଟରୁ ବଞ୍ଚିତ କରି ସଙ୍ଗଠନ ସହ ଜଡିତ ନ ଥିବା ଜଣଙ୍କୁ ମେୟର ପ୍ରାର୍ଥୀ କରିବାରେ କେତେକ ଅସନ୍ତୋଷ ରହିଛନ୍ତି। ଅନ୍ୟପଟେ ପଞ୍ଚାୟତ ଭୋଟ୍‌ ଫଳାଫଳ ପରେ ପୌରସ୍ତରରେ ତୃଣମୂଳସ୍ତର ନେତା ଏବଂ କର୍ମୀ ସେତେଟା ସକ୍ରିୟ ଥିବାଭଳି ମନେ ହେଉ ନ ଥିବା ଭାଜପା ଶିବିରରେ ଆଲୋଚନା ଜୋର୍‌ ଧରିଛି। ଅନ୍ୟପଟେ କଂଗ୍ରେସ ନେତୃତ୍ୱ ମଧ୍ୟ ଦୁର୍ବଳ ହୋଇପଡିଛି। ଭୁବନେଶ୍ୱରର କେତେଗୁଡିଏ ଓ୍ବାର୍ଡ ଲାଗି ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକା ମଧ୍ୟରୁ ବହୁଜଣ ନାମାଙ୍କନ ଦାଖଲ କରିନାହାନ୍ତି। କେତେଜଣ ବିଜେଡି ଏବଂ ଭାଜପା ସହ ମିଶିଯାଇ ନାମାଙ୍କନ ଭରି ନ ଥିବା ଦଳ ପକ୍ଷରୁ ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଫଳରେ ଦଳ ସେହିସବୁ ଓ୍ବାର୍ଡରେ ପ୍ରାର୍ଥୀଶୂନ୍ୟ ହେଲା ବୋଲି କୁହାଯାଉଛି। ଦଳର ଆଗଧାଡିର ନେତାମାନେ ସକ୍ରିୟ ନ ରହିବା ଏଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି କେତେକ କର୍ମୀ କହୁଥିବା ଶୁଣିବାକୁ ମିଳୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri