ଆର୍ଥିକ ଅଭାବରୁ ପୁଅର ଶୁଦ୍ଧିକ୍ରିୟା କରିବାକୁ ଅସମର୍ଥ ବୃଦ୍ଧା ମହିଳା, ସହଯୋଗର ହାତ ବଢାଇଲେ ପୌରାଧ୍ୟକ୍ଷା

ବଲାଙ୍ଗୀର, ୧୭।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲଟି ୧୮ନମ୍ବର ୱାର୍ଡ ତୁଳସୀନଗର ନିବାସୀ ଜଣେ ଗରିବ ବିଧବା ବୟସ୍କା ମହିଳା ସୁମତି ବିଶିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ ଓ ତୁଲସୀନଗର ପଡାବାସୀ । କିଛିଦିନ ତଳେ ଉକ୍ତ ମହିଳାଙ୍କ ପୁଅ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁରେ ମହିଳା ଜଣକ ଭାଙ୍ଗି ପଡିଥିଲେ। ଏଭଳି ଆର୍ଥିକ ଅଭାବରୁ ପୁଅର ଶୁଦ୍ଧିକ୍ରିୟା କରିବାକୁ ଅସମର୍ଥ ହୋଇପଡ଼ିଥିଲେ । ଏଭଳି ପରିସ୍ଥିତିରେ ଶୁଦ୍ଧିକ୍ରିୟା ଓ କାର୍ଯ୍ୟ ତୁଲାଇବା ପାଇଁ ତୁଲସୀନଗରର କିଛି ସହୃଦୟ ଲୋକ ସହଯୋଗର ହାତ ବଢ଼ାଇଥିଲେ । ଏହା ଜାଣିବା ପରେ ବଲାଙ୍ଗୀର ପୌରଧ୍ୟକ୍ଷା ଲିକା ସାହୁ ଓ ସ୍ଥାନୀୟ କାଉନସିଲର ଗଙ୍ଗାଧର ଚାନ୍ଦ ତାଙ୍କ ଘରକୁ ଯାଇ ସହଯୋଗର ହାତ ବଢ଼ାଇଛନ୍ତି। କୌଣସି ଗରିବ ପରିବାରର କାହାର ମୃତ୍ୟୁ ହେଲେ ବଲାଙ୍ଗୀର ମ୍ୟୁନିସିପାଲଟି ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଯୋଗାଇ ଦିଆଯାଉଥିଲା। ସରକାର ଏହି ସ୍କିମକୁ ବନ୍ଦ କରିଦେବା ପରେ ଗରିବ ପରିବାର ଆର୍ଥିକ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହା ଫଳରେ ଗରିବ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗରିବ ପରିବାରଙ୍କୁ ଅର୍ନ୍ତଦୋୟ କାର୍ଡ ମାଧ୍ୟମରେ ସରକାର ମାଗଣା ୩୫କେଜି ଚାଉଳ ଯୋଗାଇ ଦିଆଯାଉଥିବା ସ୍କିମକୁ ମଧ୍ୟ ସରକାର ବନ୍ଦ କରିଦେଇଛନ୍ତି l ଯାହା ଫଳରେ ଗରିବ ଲୋକଟିଏ ମାଗଣା ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ମ୍ୟୁନିସିପାଲଟି ପୌରଧ୍ୟକ୍ଷା ମ୍ୟୁନିସିପାଲଟି ଓନ ଫଣ୍ଡରୁ ସୋମବାର ୪ ହଜାର ଟଙ୍କା ଚେକ ଆକାରରେ ସୁମତି ବିଶିଙ୍କ ଘରକୁ ଆସି ପ୍ରଦାନ କରିଛନ୍ତି । ତ’ା ସହିତ ଚାଉଳ ଅନ୍ୟାନ୍ୟ ଜିନିଷ ପ୍ରଦାନ କରିଛନ୍ତି । ତାଙ୍କ ପାଇଁ ଆଉ କଣ ବ୍ୟବସ୍ଥା କରାଯାଇପାରିବ ମ୍ୟୁନିସିପାଲଟି ପକ୍ଷରୁ କରାଯିବ ବୋଲି ପୌରଧ୍ୟକ୍ଷା ସାହୁ କହିଛନ୍ତି । ଅନ୍ୟ ପଟେ ସୁମତି ବିଶି ପୌରଧ୍ୟକ୍ଷା ସାହୁଙ୍କୁ ସରକାର ଯୋଗାଉଥିବା ୩୦ ରୁ ୩୫ କେଜି ମାଗଣା ଚାଉଳ କାର୍ଡ ଖଣ୍ଡେ ତାଙ୍କ ପାଇଁ କରିଦେବାକୁ ଗୁହାରୀ କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri