ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ, ଭାଙ୍ଗି ପଡ଼ିଲା କାନ୍ଥ: ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା ,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମର ଢିପା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୮ ବର୍ଷୀୟ ଡେଡ୍ ମୁଣ୍ଡା।

ପ୍ରକାଶ ଯେ, ବର୍ଷା ପାଗ ଯୋଗୁ ସକାଳ ସମୟରେ ଡେଡ୍ ମୁଣ୍ଡା ନିଜ ରୋଷେଇ ଘର ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ। ଏହି ସମୟରେ ହଠାତ୍ ରୋଷେଇ ଘରର କାନ୍ଥ ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା। କାନ୍ଥ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକେ ଆସି ମୃତଦେହ ଉଦ୍ଧାର କରିବା ପରେ ଶବ ସତ୍କାର କରିଦେଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

Dharitri – Odisha’s No.1 Odia Daily

Share