ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ,ବୈଜ୍ଞାନିକ ଦେଲେ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୬ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି କରିପାରେ । ଏଲନିନୋ ଯୋଗୁ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ବାଭାବିକଠାରୁ ୪-୫ ଡିଗ୍ରୀ ଅଧିକ ହୋଇଯାଏ। ଆମେରିକାର ବିଜ୍ଞାନ ଏଜେନ୍ସି ନ୍ୟାଶନାଲ ଓସେନିକ ଏବଂ ଆଟମୋସଫେରିକ ଆଡମିନିଷ୍ଟ୍ରେସନ ଘୋଷଣା କରିଛି ଏଲ ନିନୋ ସକ୍ରିୟ ହୋଇଛି। ଯଦିଓ ଏହା ବର୍ତ୍ତମାନ ଦୁର୍ବଳ, ଶୀତ ସୁଦ୍ଧା ଏହା ଏକ ଶକ୍ତିଶାଳୀ ଘଟଣା ହୋଇପାରେ । ଏଜେନ୍ସି ପୂର୍ବାନୁମାନରେ କରିଛି, ’ଏଲ ନି ନୋ ଶୀତଦିନେ ମଧ୍ୟ ଜାରି ରହିବ।

ଏଲ ନିନୋ ଯୋଗୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅପେକ୍ଷା ଗରମ ହୋଇଯାଏ। ଏହି ପରିବର୍ତ୍ତନ ଦ୍ୱାରା ପାଣିପାଗ ଚକ୍ର ଖରାପ ପ୍ରଭାବିତ ହୁଏ । ଏଲ ନିନୋର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହୁଏ, ଯେଉଁଥିପାଇଁ ବର୍ଷା, ଥଣ୍ଡା, ଉତ୍ତାପରେ ପାର୍ଥକ୍ୟ  ହୁଏ।

ବର୍ତ୍ତମାନ ପାଣିପାଗର ପରିବର୍ତ୍ତନ ଯୋଗୁ ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଲ ନିନୋ ସକ୍ରିୟ ହେଲେ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିଥାଏ ଏହି କାରଣରୁ ପୃଥିବୀର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୁଏ ଏବଂ କେତେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ପରିସ୍ଥିତି ସାମ୍ନାକୁ ଆସିଥାଏ। ଯଦିଓ ଏହା ବେଳେବେଳେ ସକାରାତ୍ମକ ପ୍ରଭାବ ପକାଇପାରେ, ଉଦାହରଣ ସ୍ବରୂପ ଏଲ ନିନୋ ଆଟଲାଣ୍ଟିକ ମହାସାଗରରେ ଝଡ଼ ସୃଷ୍ଟି ସଂଖ୍ୟାରେ ହ୍ରାସ ଘଟାଇଥାଏ ।

ବିଶ୍ୱସ୍ତରରେ, ଏଲ ନିନୋ ସମୟରେ ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ମଧ୍ୟ ଆଫ୍ରିକା ଭଳି ସ୍ଥାନରେ ଶୁଖିଲା ପାଗ ହୋଇଥାଏ। ଭାରତରେ ଏହା ଯୋଗୁ ମୌ ସୁମୀ ଦୁର୍ବଳ ହୋଇଯାଏ । ଏହି ସମୟରେ, ଚାରି ବର୍ଷର ଦୀର୍ଘ ବିଳମ୍ବ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର କେରଳରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ, ଏଲ ନିନୋ କାରଣରୁ ଚଳିତ ବର୍ଷ ଭାରତରେ ସାଧାରଣ ବୃଷ୍ଟିପାତ କମ ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଗତ ୭୦ ବର୍ଷ ମଧ୍ୟରେ ଏଲ ନିନୋ ପାଣିପାଗ ଘଟଣା ୧୫ ଥର ଘଟିଛି, ଯେଉଁଥିରୁ ଭାରତରେ ମାତ୍ର ୬ ଥର ସାଧାରଣ ବୃଷ୍ଟିପାତ ହୋଇଛି। ଗତ ଚାରିଟି ଏଲ ନିନୋ ବର୍ଷରେ ଭାରତ କ୍ରମାଗତ ମରୁଡ଼ି ପରିସ୍ଥିତି ଏବଂ ବର୍ଷାରେ ପ୍ରବଳ ଅଭାବର ସମ୍ମୁଖୀନ ହୋଇଛି। ଦୁର୍ବଳ, ମଧ୍ୟମ କିମ୍ବା ଶକ୍ତିଶାଳୀ ଏଲ ନିନୋ ଘଟଣା ଉପରେ ନିର୍ଭର କରି ମୌସୁମୀ ବର୍ଷା ମଧ୍ୟ ଭିନ୍ନ ହୋଇପାରେ। ୧୯୯୭ ରେ, ଏକ ଶକ୍ତିଶାଳୀ ଏଲ ନିନୋ ଭାରତରେ ସାଧାରଣ ବୃଷ୍ଟିପାତର ୧୦୨ ପ୍ରତିଶତ ରେକର୍ଡ ସୃଷ୍ଟି କରିଥିଲା।

ଏହାର ସବୁଠାରୁ ବଡ ପ୍ରଭାବ କୃଷି କ୍ଷେତ୍ର ଉପରେ ପଡିପାରେ, ଯାହା ଭଲ ଅମଳ ପାଇଁ ମୌସୁମୀ ଉପରେ ନିର୍ଭରଶୀଳ। ମୌସୁମୀ ଚାଉଳ, ଗହମ, ଆଖୁ, ସୋୟାବିନ ଏବଂ ଭୂମି ବାଦାମ ପରି ପ୍ରମୁଖ ଫସଲକୁ ପ୍ରଭାବିତ କରିଥାଏ । ଏହି ଫସଲର ଅଭାବ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିପାରେ, ଯାହା ମୁଦ୍ରାସ୍ଫୀତିର କାରଣ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri