Posted inଜାତୀୟ

ଏକନାଥ ଶିନ୍ଦେ ଭାଜପାର ଗୋଲାମ: ସଞ୍ଜୟ ରାଉତ

ମୁମ୍ବାଇ,୧୧।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ରାଜନୈତିକ ଦଳର ମାନ୍ୟତା ଦେଇଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ପକ୍ଷରୁ ଦାବି ହୋଇଥିବା ୧୬ ବିଦ୍ରୋହୀ ବିଧାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ମନା କରିଦେଇଛନ୍ତି। ଶିବସେନା (ଉଦ୍ଧବ ବାଲାସାହେବ ଦଳ) ଏହି ନିଷ୍ପତ୍ତି ହଜମ କରିପାରୁନାହାନ୍ତି। ଏହି କାରଣରୁ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ଗୁରୁବାର ଶିନ୍ଦେଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଭାଜପାର ଗୋଲାମ ବୋଲି କହିଥିଲେ। ଶିନ୍ଦେଙ୍କ ପୁଅ ମଧ୍ୟ ଜଣେ ଏମ୍‌ପି, ସେ ଏଠାରେ ପରିବାରବାଦ ଦେଖୁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସଞ୍ଜୟ ରାଉତ ଗଣତନ୍ତ୍ର ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି, ମହାରାଷ୍ଟ୍ରରେ ଗଣତନ୍ତ୍ରର ସମାପ୍ତି ଯୋଗୁ ସମଗ୍ର ରାଜ୍ୟ ଦୁଃଖିତ। ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି – ଗଣତନ୍ତ୍ର (୧୯୫୦ – ୨୦୨୩)।
ଅନ୍ୟ ଏକ ଟୁଇଟ୍‌ରେ ରାଉତ ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, ପ୍ରତ୍ୟକ୍ଷଦର୍ଶୀ ଅନ୍ଧ ହୋଇଗଲେ, ବଧିରମାନେ ଯୁକ୍ତି ଶୁଣିଲେ, ମିଥ୍ୟାବାଦୀମାନେ ପ୍ରାଧାନ୍ୟ ବିସ୍ତାର କଲେ, ସତ୍ୟ ଅପମାନିତ ହେଲା … ଜୟ ମହାରାଷ୍ଟ୍ର!
ବାଚସ୍ପତି ନାରଓ୍ବେକର ଶିନ୍ଦେ ଏବଂ ବିରୋଧୀ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ପରସ୍ପର ବିରୋଧରେ ଆଗତ ଅଯୋଗ୍ୟ ଆବେଦନଗୁଡ଼ିକ ଉପରେ ନିଜ ରାୟ ଶୁଣାଇଛନ୍ତି। ସେ କହିଛନ୍ତି, ୨୦୨୨ ଜୁନ୍‌ରେ ଆବିର୍ଭାବ ହୋଇଥିବା ଶିବସେନା ହିଁ ପ୍ରକୃତ ଶିବସେନା। ୨୦୨୨ ଜୁନ୍‌ ୨୧ରେ ଶିବସେନା ୟୁବିଟିର ସୁନୀଲ ପ୍ରଭୁ ସଚେତକ ପଦ ହରାଇସାରିଥିଲେ ଏବଂ ଶିନ୍ଦେ ଗୋଷ୍ଠୀର ଭରତ ଗୋଗାଓ୍ବାଲେ କ୍ଷମତାପ୍ରାପ୍ତ ହୁଇପ୍‌ ହୋଇଥିଲେ। ତେଣୁ ଶିନ୍ଦେଙ୍କୁ ଶିବସେନା ନେତା ନିଯୁକ୍ତ କରିବା ବୈଧ ନିଷ୍ପତ୍ତି। ତାଙ୍କ ସହ ମିଶି ବିଦ୍ରୋହ କରିଥିବା ବିଧାୟକମାନଙ୍କ ସଦସ୍ୟତା ରଦ୍ଦ କରାଯାଇପାରିବ ନାହିଁ। ଶିନ୍ଦେଙ୍କୁ ହଟାଇବା କ୍ଷମତା ଉଦ୍ଧବଙ୍କର ନ ଥିଲା। ଏପରି କି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ କରିବା କ୍ଷମତା ମଧ୍ୟ ଶିବସେନା ପ୍ରମୁଖଙ୍କର ନ ଥିଲା। ଶିବସେନାର ୧୯୯୯ ସମ୍ବିଧାନ ଅନୁସାରେ ଶିନ୍ଦେଙ୍କ ନେତୃତ୍ୱ ବଜାୟ ରହିବ।
ପ୍ରକାଶ ଯେ, ୨୦୨୨ ଜୁନ୍‌ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବିରୋଧରେ କ୍ୟାବିନେଟ ମନ୍ତ୍ରୀ ଶିନ୍ଦେ ବିଦ୍ରୋହ କରିଥିଲେ। ଫଳରେ ଦଳ ଦୁଇଭାଗ ହୋଇଯାଇଥିଲା ଏବଂ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରର ପତନ ଘଟିଥିଲା। ଉଦ୍ଧବ ଗୋଷ୍ଠୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଇତିମଧ୍ୟରେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୩ ଫେବୃଆରୀରେ ଶିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ସହ ଦଳର ନିର୍ବାଚନୀ ସଙ୍କେତ ‘ଧନୁ ଓ ତୀର’ ପ୍ରଦାନ କରିଥିଲେ। ଆସ୍ଥାଭୋଟ ପୂର୍ବରୁ ଉଦ୍ଧବ ଇସ୍ତଫା ଦେଇଥିବାରୁ ତାଙ୍କ ଅଭିଯୋଗ ବିଚାରଯୋଗ୍ୟ ନୁହେଁ ବୋଲି ଗତ ମେ’ ୧୧ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ବଲ୍‌ ବାଚସ୍ପତିଙ୍କ କୋର୍ଟରେ ଥିବାରୁ ସେ ଜାନୁୟାରୀ ୧୦ ସୁଦ୍ଧା ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଗତ ୭ ତାରିଖରେ ବାଚସ୍ପତି ନାରଓ୍ବେକର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଶିନ୍ଦେଙ୍କୁ ସାକ୍ଷାତ କରିଥିଲେ। ଏହାକୁ ନେଇ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଣେ ଅଭିଯୁକ୍ତଙ୍କୁ ବିଚାରପତି କିପରି ସାକ୍ଷାତ୍‌ କରିପାରିବେ ବୋଲି ୟୁବିଟି ଗୋଷ୍ଠୀ ପ୍ରଶ୍ନ ଉଠାଇଛନ୍ତି। ସଦ୍ୟ ରାୟ ଆସିବା ପରେ ୟୁବିଟି ଗୋଷ୍ଠୀ ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ଏହାକୁ ଆମେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ। ଉଦ୍ଧବ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ‘ଗଣତନ୍ତ୍ରର ହତ୍ୟା’ ଭାବେ ଅଭିହିତ କରି ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯିବ ବୋଲି ପ୍ରକାଶ କରିଛନ୍ତି। ଶିବସେନାର ମୋଟ ୫୪ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ସଂଖ୍ୟାଗରିଷ୍ଠ ୩୭ ଜଣ ଶିନ୍ଦେ ଗୋଷ୍ଠୀରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri