ଭୁବନେଶ୍ୱର, ୪।୧୧(ବ୍ୟୁରୋ) : ରାଜଧାନୀର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ କଂଗ୍ରେସ ସରକାର ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ। ଏହାକୁ ବର୍ତ୍ତମାନ ହଡପ କରିବାକୁ ରାଜ୍ୟ ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। କଂଗ୍ରେସ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁର କହିଛନ୍ତି ଯେ, ଏହି ପାର୍କରେ ବିଭିନ୍ନ ପ୍ରକାର ଉଦ୍ୟାନ ଭିତ୍ତିକ ବୃକ୍ଷଲତା ରୋପଣ କରାଯାଇ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଫୁଲ, ଫଳ ଚାରା ଯୋଗାଇ ଦେବାର ବ୍ୟବସ୍ଥା ଥିଲା। ଏପରିକି ୩୦ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ମୂଲ୍ୟବାନ ଫୁଲ ଗଛ ଲଗାଯାଇଥିଲା। ଏହାଛଡା ଉନ୍ନତମାନର ପଲ୍ଲୀ ହାଉସ ଏବଂ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ଉଦ୍ୟାନ ଫ୍ରେସ୍ ପ୍ରଭୃତିରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହାର ଭିତ୍ତିିଭୂମି ସୁଦୃଢ଼ କରାଯାଇଥିଲା। ଏହା ଏକ ସଫଳ କାର୍ଯ୍ୟକ୍ରମ ହୋଇଥିଲା। ମାତ୍ର ରାଜ୍ୟ ସରକାର ୨୦ ବର୍ଷ ହେଲା ଏହାର ରକ୍ଷଣାବେକ୍ଷଣ କଲେନାହିଁ। ଏବେ ରାଜ୍ୟ ସରକାର ଗତ ୧୩ ତାରିଖ ଦିନ ଏଠାରେ ଥିବା ୨୬ ଏକରରୁ ୨୦ ଏକର ୯୦ ଡେସିମିଲ ଜାଗାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ହସ୍ତାନ୍ତର କରିବା ପାଇଁ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି। ବର୍ତ୍ତମାନ ଏହି ସମଗ୍ର ଜମିକୁ ରାଜ୍ୟ ସରକାର ବ୍ୟବସାୟିକ ପ୍ରତିଷ୍ଠାନ ହାତରେ ଶାଗମୁଗ ମୂଲ୍ୟରେ ଟେକି ଦେବା ଲାଗି ଚକ୍ରାନ୍ତ କରିଛନ୍ତି। ଏହାସହ ଡମଣା ଏବଂ ଜଟଣୀ ନିର୍ବାଚନମଣ୍ଡଳୀର ତମାଣ୍ଡୋ, ଅନ୍ଧାରୁଆ, ପାତ୍ରପଡା, ତରାବୋଇ, ଗଙ୍ଗପଡା, ଜାମୁକୋଳି, ମେଣ୍ଢାଶାଳ, କୁମାରବସ୍ତ, ବେଲପଡା ଇତ୍ୟାଦି ଗ୍ରାମଗୁଡିକର ମଶାଣୀ, ଖେଳପଡିଆ, ମେଲଣପଡିଆ, ସ୍କୁଲ ପଡିଆକୁ ରାଜ୍ୟ ସରକାରଙ୍କ ବଡ ଅଫିସରମାନେ ସଲାସୁତୁରା କରି ବାହାର ସଂସ୍ଥାଗୁଡିକୁ ଶାଗମୁଗ ମୂଲ୍ୟରେ ବିକ୍ରି କରିବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରଥିବା ସେ ଅଭିଯୋଗ କରିଛନ୍ତି। ଏକାମ୍ରକାନନକୁ ବିକ୍ରି କରିବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତାକୁ ସଫଳ କରିବାକୁ ଦିଆଯିବ ନାହିଁ। ତୁରନ୍ତ ସରକାର ତାଙ୍କ ଚିଠିକୁ ବାତିଲ କରି ଉଦ୍ୟାନ କୃଷି ବିଭାଗ ହାତରେ ସେହି ଜମି ରଖନ୍ତୁ ବୋଲି ସୁର ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏମିତି କ’ଣ ଆବଶ୍ୟକତା ପଡିଲା ସରକାର ଏଭଳି ନିଷ୍ପତ୍ତି ନେଲେ। ୨୦ ଏକର ଜମିରେ ବହୁ ଓଷଧିୟ ବୃକ୍ଷ ସୃଷ୍ଟି କରାଯାଇଛି। ଏହାକୁ ନଷ୍ଟ କରି ସରକାର ସେଠାରେ କଂକ୍ରିଟ ଜଙ୍ଗଲ କରିବାକୁ ବସିଛନ୍ତି। ଏହି ଉତ୍ତର ସରକାରଙ୍କୁ ଦେବାର ଆବଶ୍ୟକତା ଅଛି ବୋଲି ପୃଥ୍ବିରାଜ କହିଛନ୍ତି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ସରକାର ଯେଉଁ ନିଷ୍ପତ୍ତି ନିଅନ୍ତି ତାର ବିକଳ୍ପ ତିଆରି କରନ୍ତି। ସେମାନେ ନଈ ନ ଦେଖି ଲଙ୍ଗଳା ହୋଇପଡୁଛନ୍ତି। ଆଗାମୀ ଦିନରେ ନିଶ୍ଚିତଭାବେ ସେନେଇ ସରକାର ସ୍ପଷ୍ଟ କରିବେ ବୋଲି ଶତପଥୀ କହିଛନ୍ତି।
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…
ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…
ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…
ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…
ପୁଣି ଦୁର୍ଘଟଣା ଘଟାଇଲା ଆମବସ୍: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ
ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…
ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…
ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…
Archives

