ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ଦେବ ‘ଏକାମ୍ର ଓ୍ବାକ୍‌’

ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ‘ଡଟ୍‌ ଫେଷ୍ଟ’ର ଦ୍ୱିତୀୟ ସଂସ୍କରଣ ସହ ପୁଣିଥରେ ସହରକୁ ଫେରିଛି ‘ଏକାମ୍ର ଓ୍ବାକ୍‌’। ଐତିହ୍ୟ ଓ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଆଉଏକ ପରିଚୟ ଏକାମ୍ର କ୍ଷେତ୍ର ହୋଇଥିବାରୁ ସେହି ଅନୁସାରେ ଏହାର ନାମକରଣ କରାଯାଇଛି। ‘ଏକାମ୍ର ଓ୍ବାକ୍‌ରେ’ ସାମିଲ ହୋଇ ଲୋକମାନେ ଏକାମ୍ର ଅଞ୍ଚଳ ଓ ଏହାର ଆଖପାଖରେ ଥିବା ବିଭିନ୍ନ ଏତିହ୍ୟ, ପରିବେଶ ଓ ଅନ୍ୟାନ୍ୟ ବିଷୟରେ ଜାଣିବାକୁ ପାଇବେ। ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ‘ଏକାମ୍ର ଓ୍ବାକ୍‌’ ଫେବୃୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ୧୧ଟି ‘ଟ୍ରେଲ୍‌ସ୍‌’ର ମଜା ଉଠାଇପାରିବେ ସହରବାସୀ। ଏହି ଟ୍ରେଲସ୍‌କୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ନେଚର୍‌ ଟ୍ରେଲ୍‌, ଫୁଡ୍‌ ଟ୍ରେଲ୍‌ ଏବଂ ମ୍ୟୁଜିୟମ୍‌ ଟ୍ରେଲ୍‌। ନେଚର ଟ୍ରେଲ୍‌ ମାଧ୍ୟମରେ ୫ଟି କାଟାଗୋରିର ଲୋକମାନେ ପର୍ଯ୍ୟଟନ ସ୍ଥଳ ଡେରାସର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଯୋଗ, ନନ୍ଦନକାନନରେ ବାର୍ଡ ଓ୍ବାଚିଂ, ଏକାମ୍ରକାନନରେ ଔଷଧୀୟ ବୃକ୍ଷ ଚିହ୍ନଟ କରିବା ଏବଂ ଭରତପୁରର ଜଙ୍ଗଲ ସଫାରିର ମଜା ନେଇପାରିବେ। ସେହିପରି ଫୁଡ୍‌ ଟ୍ରେଲ୍‌ରେ ମନ୍ଦିର ଖାଦ୍ୟ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଭୁବନେଶ୍ୱରର ପ୍ରସିଦ୍ଧ ଷ୍ଟ୍ରିଟ୍‌ଫୁଡ୍‌ର ସୁଆଦ ପାଇବେ ପଦଯାତ୍ରାକାରୀ। ମ୍ୟୁଜିୟମ୍‌ ଟ୍ରେଲ୍‌ରେ ସାମିଲ ଲୋକେ ରାଜ୍ୟ ସଂଗ୍ରହାଳୟ ସହିତ ଟ୍ରାଇବାଲ ସଂଗ୍ରହାଳୟ ଏବଂ କଳାଭୂମି ପରିଦର୍ଶନ କରିବାରେ ସୁଯୋଗ ପାଇବେ। ଏକାମ୍ର ହାଟରୁ ପ୍ରତିଦିନ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଏକାମ୍ର ଓ୍ବାକ୍‌ ବାହାରିବ। ଏଥିରେ ଛାତ୍ରୀଛାତ୍ର, ବୟସ୍କ, ପର୍ଯ୍ୟଟକ, ସାଧାରଣ ଲୋକ ସବୁ ବର୍ଗର ଲୋକ ସାମିଲ ହୋଇ ପାରିବେ। ତେବେ ଏଥିପାଇଁ ସେମାନଙ୍କୁ ekamrawalks.comକୁ ଯାଇ ରେଜିଷ୍ଟ୍ରେଶନ କରିବାକୁ ପଡିବ। ମଙ୍ଗଳବାର ସନ୍ଧ୍ୟାରେ ଏହାର ପ୍ରି ରେଜିଷ୍ଟ୍ରେଶନ ଖୋଲା ଯାଇଥିବାବେଳେ ୨ଦିନ ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଓ୍ବେବ୍‌ସାଇଟ୍‌ ଖୋଲାଯିବ। ଅପରପକ୍ଷେ ଏକାମ୍ର ହାଟରେ ୧୪ ତାରିଖରୁ ଏକ କାଉଣ୍ଟର ରହିବ। ଯେଉଁମାନେ ଚାହିଁବେ ସେଠାକୁ ଆସି ସିଧାସଳଖ ଭାବେ ରେଜିଷ୍ଟ୍ରେଶନ କରି ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରତି ଟ୍ରେଲସରେ ଏକାଥରକେ ସର୍ବାଧିକ ୨୦ଜଣ ଯାଇପାରିବେ। ସେହିପରି ଟ୍ରେଲ ପାଇଁ ୫୦ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୨୫୦ଟଙ୍କା ଦେୟ ଦେବାକୁ ପଡିବ। ନେଚର୍‌ ଟ୍ରେଲ୍‌ ପାଇଁ ୫୦ ଟଙ୍କା, ମ୍ୟୁଜିୟମ୍‌ ଟ୍ରେଲ୍‌ ୭୫ଟଙ୍କା ଏବଂ ଫୁଡ୍‌ ଟ୍ରେଲ୍‌ ପାଇଁ ୨୫୦ଟଙ୍କା ରହିଛି। ଏକାମ୍ରଓ୍ବାକ୍‌ ପାଇଁ ସ୍ବତନ୍ତ୍ର ଭାବେ ଗାଡ଼ିର ବ୍ୟବସ୍ଥା କରାଯିବ। ଏକାମ୍ର ହାଟରୁ ଲୋକମାନଙ୍କୁ ନେବା ସହିତ ସେହିଠାରେ ଆଣି ଗାଡ଼ି ଛାଡିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri