ବୋଲ ମାନୁନି ପ୍ରେମ: ବିଗ୍‌ବସ୍‌ରୁ ବାହାରି ରୋମାଣ୍ଟିକ୍‌ ହେଲେ ପବିତ୍ରା-ଏଜାଜ୍‌

ବମ୍ବେ: କଳହ ସାଙ୍ଗକୁ ରୋମାନ୍ସକୁ ନେଇ ଚର୍ଚ୍ଚାରେ ରହିଥାଏ ବିଗ୍‌ବସ୍‌। ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀ ଦର୍ଶକଙ୍କୁ ମନୋରଞ୍ଜନ କରିବାର କୌଣସି ସୁଯୋଗ ଛାଡ଼ି ନ ଥାନ୍ତି। ଗତ ବର୍ଷ ସିଦ୍ଧାର୍ଥ ଶୁକ୍ଳା-ଶେହନାଜ ଗିଲ୍‌ଙ୍କ ଯୋଡ଼ି ଶୋ’ର ଟିଆରପି ବଢ଼ାଇଥିବା ବେଳେ ଚଳିତ ୧୪ତମ ସିଜନ୍‌ରେ ଆଉ ଏକ ଯୋଡ଼ି ଚର୍ଚ୍ଚାରେ। ଏଜାଜ୍‌ ଖାନ୍‌-ପବିତ୍ରା ପୁନିୟା ପ୍ରଥମରୁ ଜଣେ ପରସ୍ପରକୁ ପସନ୍ଦ କରୁ ନ ଥିଲେ। ହେଲେ ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଛି।

ପ୍ରଥମେ ଶୋ’ରୁ ପବିତ୍ରା ବାହାର ହେବା ପରେ ଏଜାଜ୍‌ ତାଙ୍କୁ ଝୁରି ହୋଇଥିଲେ। କେତେବେଳେ ତାଙ୍କ ଫଟୋ ସହ କଥା ହେଉଥିଲେ ତ କେତେବେଳେ ଗୀତ ଗାଇ ତାଙ୍କୁ ମନେ ପକାଉଥିବା କହୁଥିଲେ। ଏହାକୁ ଦୃଷ୍ଟିରେ ରଖି ଶୋ’କୁ ତାଙ୍କୁ ଅତିଥି ଭାବେ ଆସିବାକୁ କୁହାଯାଇଥିଲା। ପବିତ୍ରାଙ୍କୁ ପୁଣିଥରେ ଦେଖି ଭାବବିହ୍ବଳ ହୋଇଯାଇଥିଲେ ଏଜାଜ୍‌। ଏହାର କିଛି ଦିନ ନଯାଉଣୁ ଅସୁସ୍ଥତା କାରଣକୁ ନେଇ ଶୋ’ରୁ ବିରତି ନେଇଥିଲେ ଏଜାଜ୍‌। ତାଙ୍କ ସ୍ଥାନରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଆସିଥିଲେ। ଘରୁ ବାହାରିବା ପରେ ଏଜାଜ୍‌ ଏବଂ ପବିତ୍ରା ଏକାଠି ହୋଇଛନ୍ତି। ପ୍ରେମର ସପ୍ତାହରେ ଉଭୟ ବେଶ୍‌ ରୋମାଣ୍ଟିକ୍‌ ହୋଇ ଅନେକ ଫଟୋ ଛାଡ଼ିଛନ୍ତି। ଏଜାଜ୍‌ ମୋର ଟ୍ରଫି ବୋଲି ପବିତ୍ରା କହିଥିବା ମଧ୍ୟ ନଜର ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri