ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି। ଏ ନେଇ ଛାତ୍ରୀଙ୍କ ବାପା କିଶୋର ବିହାରୀ ଜୁନାଗଡ଼ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୨୭ ତାରିଖ ସନ୍ଧ୍ୟାରେ କିଶୋରଙ୍କ ନାବାଳିକା ଝିଅ ପ୍ରିୟା ବିହାରୀ(୧୩) ଘର ବାହାରୁ କୁଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲେ। ଫଳରେ ପ୍ରିୟାଙ୍କୁ କେହି ଅପହରଣ କରି ଥିବା ନେଇ ସେ ସନ୍ଦେହ କରିଛନ୍ତି। ତେଣୁ ଏ ଦିଗରେ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଏ ନେଇ ଘଟଣାର ତଦନ୍ତ କରୁଥିବା ଜୁନାଗଡ଼ ପୋଲିସ ଏସଆଇ ସୋନାଲିସା ବିଶ୍ୱାଳଙ୍କୁ ପଚାରିବାରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 

Share