ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଚପଲ କିଣିଦେବାକୁ କହି ଜଙ୍ଗଲକୁ ନେଇ ବଳାତ୍କାର, ବିବାହିତ ଯୁବକଙ୍କ ନାମରେ ଅଭିଯୋଗ…

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଛନ୍ତି। ଏନେଇ ସେହି ଗ୍ରାମର ମହିଳା ମଣ୍ଡଳ ଏକତ୍ରିତ ହୋଇ ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଥାନା ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ଗୋଟିଏ ପରିବାର ବାପା ଓ ମା’ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ଘରେ ୧୨ ବର୍ଷର ନାବାଳିକାଜଣଙ୍କ ତାଙ୍କର ୪ ଛୋଟ ଭାଇ ଭଉଣୀଙ୍କୁ ନେଇ ରହୁଥିଲେ। ଛୋଟ ଭାଇ ଭଉଣୀଙ୍କ ଦାୟିତ୍ୱ ନେବା ସହ ନିଜେ ବିଦ୍ୟାଳୟକୁ ଯାଇ ପାଠ ପଢୁଥିଲେ। ତେବେ ସେହି ଗ୍ରାମର ଜଣେ ବିବାହିତ ଯୁବକ ଶୁକ୍ରବାର ମଧ୍ୟାହ୍ନରେ ନାବାଳିକାଙ୍କୁ ମିଛରେ ତୁମ ବାପା ତୁମ ପାଇଁ ଚପଲ କିଣିବାକୁ ମୋ ଆକାଉଣ୍ଟକୁ ପଇସା ପଠାଇଛନ୍ତି। ଚାଲ, ଦାରିଙ୍ଗବାଡି ଯାଇ ଚପଲ କିଣିଦେବି ବୋଲି କହିଥିଲେ। ଏଥିରେ ନାବାଳିକାଜଣଙ୍କ ତାଙ୍କୁ ବିଶ୍ୱାସ କରି ତାଙ୍କ ସହ ଚାଲିଯାଇଥିଲେ। ହେଲେ ଯୁବକଜଣଙ୍କ ବାଟରୁ ଅପହରଣ କରି ତାଙ୍କୁ ଜଙ୍ଗଲର ଏକ ନିଛାଟିଆ ସ୍ଥାନକୁ ନେଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ନାବାଳିକାଜଣଙ୍କ ଭୟଭୀତ ହୋଇଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଘରକୁ ଫେରି ଗ୍ରାମର କିଛି ମହିଳାମାନଙ୍କୁ ସେ ଘଟଣା ସମ୍ପର୍କରେ ଜଣାଇଥିଲେ। ଗାଁରେ ମହିଳା ମାନେ ଏକତ୍ରିତ ହୋଇ ଥାନାରେ ଅଭିଯୋଗ କରିବାକୁ ନିଷ୍ପତି ନେଇ ଅଭିଯୋଗ କରିଛନ୍ତି। ପୋଲିସ ଉକ୍ତ ଅଭିଯୋଗପତ୍ରକୁ ଗ୍ରହଣ କରିଥିବା ମହିଳା ମଣ୍ଡଳ କହିଛନ୍ତି। ଏନେଇ ପୋଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ କନକ ମାଝୀ କହିଛନ୍ତି। ଖବର ଲେଖିବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇ ନ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri