Posted inଖେଳ

ଆଇପିଏଲ୍‌ର ଅବଶିଷ୍ଟାଂଶ ଆୟୋଜନ ପାଇଁ ୪ ଇଂଲିଶ କାଉଣ୍ଟି ଆଗ୍ରହୀ

ଲଣ୍ଡନ, ୭।୫(ପି.ଟି.)-
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନ ପାଇଁ ୪ ଇଂଲିଶ ପ୍ରିମିୟର କାଉଣ୍ଟି ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ହେଲେ ମିଡିଲସେକ୍ସ, ସରେ, ଓ୍ବାରଓ୍ବିକଶାୟାର ଓ ଲଙ୍କାଶାୟାର। ଜୈବ ସୁରକ୍ଷିତ ପରିବେଶରେ ୪ ଖେଳାଳି ଓ କିଛି ସପୋର୍ଟ ଷ୍ଟାଫ୍‌ କରୋନା ସଂକ୍ରମିତ ହେବାରୁ ଭାରତରେ ଆୟୋଜିତ ଆଇପିଏଲର ୧୪ତମ ସଂସ୍କରଣକୁ ଅଧାରୁ ବନ୍ଦ ରଖାଯାଇଛି। ଚଳିତ ବର୍ଷ ଶେଷ ଭାଗରେ ଭାରତରେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍‌ ଇଣ୍ଡିଆର ଇଂଲଣ୍ଡ ଟୁର୍‌ ପରେ ସେପ୍ଟେମ୍ବରରେ ଏକ ଓ୍ବିଣ୍ଡୋ ବାହାର କରିବାକୁ ଚେଷ୍ଟା କରୁଛି। ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ରେ ଶେଷ ହେବ। ଇଏସ୍‌ପିଏନ୍‌ ରିପୋର୍ଟ ଅନୁସାରେ ଲଡର୍‌ସ, ଓଭାଲ (ଉଭୟ ଲଣ୍ଡନ), ଏଜ୍‌ବାଷ୍ଟନ (ବର୍ମିଂହାମ) ଏବଂ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ (ମାଞ୍ଚେଷ୍ଟର) ଏହି ଗ୍ରୁପ୍‌ର ଅଂଶବିଶେଷ ଭାବେ ଇସିବି (ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ)କୁ ସେମାନଙ୍କ ଆଗ୍ରହ ଦେଖାଇଛନ୍ତି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ୨ ସପ୍ତାହ ମଧ୍ୟରେ ଟୁର୍ନାମେଣ୍ଟ ଶେଷ କରିବା ଯୋଜନା ରହିଛି। ପ୍ରତିଦିନ ୨ଟି ଲେଖାଏ ମ୍ୟାଚ କରି ଲିଗ୍‌କୁ ୨୦ ଦିନ ମଧ୍ୟରେ ଶେଷ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ବିସିସିଆଇ ଏବଂ ଇସିବି ପ୍ରତିନିଧିଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି। ଟୁର୍ନାମେଣ୍ଟ ଆୟୋଜନ ସପକ୍ଷରେ ଯୁକ୍ତି ହେଲା ସବୁ ଖେଳାଳି ଟି୨୦ ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଏହି ମେଗା ଇଭେଣ୍ଟ ଭାରତରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହେବା ସମ୍ଭାବନା ରହିଛି। ଯଦି ଉଭୟ ଆଇପିଏଲ ଏବଂ ଟି୨୦ ବିଶ୍ୱକପ ୟୁଏଇରେ ଖେଳାଯାଏ ତେବେ ବିଶ୍ୱକପର ଦ୍ୱିତୀୟାର୍ଦ୍ଧ ବେଳକୁ ପିଚ୍‌ ସ୍ଲୋ ହୋଇଯିବା ସମ୍ଭାବନା ରହିଛି। ତେଣୁ ଆଇପିଏଲ ଆୟୋଜନ ପାଇଁ ଇଂଲଣ୍ଡ ପ୍ରକୃଷ୍ଟ ବିକଳ୍ପ ହୋଇପାରେ। ତେବେ କେତେକ ସମସ୍ୟା ମଧ୍ୟ ମୁଣ୍ଡ ଟେକିବା ସମ୍ଭାବନା ରହିଛି। ସେପ୍ଟେମ୍ବର ୧୪ରେ ଭାରତର ଇଂଲଣ୍ଡ ଗସ୍ତ ଶେଷ ବେଳକୁ ସେଠାରେ ୩୦ ଭାରତୀୟ କ୍ରିକେଟର ଉପସ୍ଥିତ ଥିବେ। ମାତ୍ର କ୍ୱାରାଣ୍ଟାଇନ୍‌ ନିୟମ ଦେଖିବାକୁ ଗଲେ ଅନ୍ୟ ଖେଳାଳିମାନେ ଯିବା କଷ୍ଟକର ହୋଇପଡ଼ିବ। ଲିଗ୍‌ ଯଦି ଚଳିତ ବର୍ଷ ନ ହୁଏ ତେବେ ବିସିସିଆଇ ୨୦୦୦ରୁ ୨୫୦୦ କୋଟି କ୍ଷତି ସହିବ। ତେଣୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୌଣସି ପ୍ରକାରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ନିଶ୍ଚିତ ଉଦ୍ୟମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri