ଦିବ୍ୟଶଙ୍କରଙ୍କ ବାସଭବନ ଉପରେ ଅଣ୍ଡା ମାଡ଼

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣାରେ ଆଇନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭବାନୀପାଟଣାଠାରେ ଯୁବ ଓ ଛାତ୍ର କଂଗ୍ରେସର ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି। ଭବାନୀପାଟଣାସ୍ଥିତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବାସଭବନ ଉପରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଛି। ସେହିପରି ବାସଭବନ ଆଗରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରାଯାଇଥିଲା। ଅନ୍ୟପକ୍ଷେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡିଥିଲା ।