ଅଣ୍ଡା ଭାଗ ନ ଛିଡ଼ିବାରୁ ଥାନାରେ ପହଞ୍ଚିଲେ ଦମ୍ପତି, ପୂରା ମାମଲା ଜାଣିଲେ…

ମୁମ୍ବାଇ,୬।୨: ସାମାନ୍ୟ ଅଣ୍ଡା ପାଇଁ ସ୍ତ୍ରୀ-ସ୍ବାମୀଙ୍କ କଳି ଯାଇ ଥାନାରେ ପହଞ୍ଚିବା ଯେତିକି ହାସ୍ୟାସ୍ପଦ ସେତିକି ଚର୍ଚ୍ଚାର ବିଷୟ ମଧ୍ୟ। ମହାରାଷ୍ଟ୍ରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ସ୍ତ୍ରୀ ସ୍ବାମୀଙ୍କ ଝଗଡ଼ାର ମୂଳ କାରଣ ଅଣ୍ଡା।

ମହାରାଷ୍ଟ୍ରର ବୁଲଢାଣା ଜିଲା ସାଖରଖେରଡ଼ା ଗାଁରେ କୁକୁଡ଼ା ଅଣ୍ଡାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ଝଗଡ଼ା ଥାନା ପର୍ଯ୍ୟନ୍ତ ଯାଇଛି। ପୋଲିସ ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି କଥାରେ କିଛି ନାହିଁ, ସାଧାରଣ ମାମଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି, ବଜାରରୁ ୩ଟି ଅଣ୍ଡା ଆଣିଥିଲେ ସ୍ବାମୀ। ସ୍ତ୍ରୀଙ୍କୁ ଭୁଜିଆ କରିବା ପାଇଁ କହିଥିଲେ। ସ୍ତ୍ରୀ ଭୁଜିଆ ନ କରି ତରକାରୀ କରି ଝିଅକୁ ଖାଇବାକୁ ଦେଇଥିଲେ। ଯେତେବେଳେ ସ୍ବାମୀ ଘରକୁ ଫେରିଲେ ସ୍ତ୍ରୀଙ୍କୁ ଅଣ୍ଡା ଖାଇବାକୁ ମାଗିଲେ। ସ୍ତ୍ରୀ କହିଲେ ଝିଅ ଖାଇ ଦେଇଛି। ଏଥିରୁ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ।


ଦୁଇଜଣଙ୍କ ବିବାଦ ଏତେ ବଢ଼ିଗଲା ଯେ, ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ଏପରି ଝଗଡ଼ା ଶୁଣି ହସିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲା। ସାଖରଖେରଡ଼ା ପୋଲିସ ଅଧିକାରୀ କହିଛନ୍ତି, ସେ ଆଗରୁ ଅନେକ ମାମଲାର ସମାଧାନ କରିଛନ୍ତି ମାତ୍ର ଏହି ମାମଲା ତାଙ୍କ ପାଇଁ ନୂଆ ଏବଂ ହାସ୍ୟାସ୍ପଦ ବି।
ପୋଲିସ ଅଧିକାରୀ ଜିତେନ୍ଦ୍ର ଅଡୋଲେ ନିଜ ଷ୍ଟାଫଙ୍କ ମଧ୍ୟରୁ ଜଣଙ୍କୁ ବଜାର ପଠାଇ ୩ଟି ଅଣ୍ଡା ମଗାଇଲେ। ସ୍ବାମୀ ସ୍ତ୍ରୀଙ୍କୁ ଦେଇ ଘରକୁ ପଠାଇଛନ୍ତି। ଉଭୟ ଖୁସି ମନରେ ଘରକୁ ଫେରି ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ପୁଣି ଆଜିଠୁ ଜୋର୍‌ଦାର ଆନ୍ଦୋଳନ: ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି ଶତାଧିକ ଲୋକ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୧।୮: ଦିଲ୍ଲୀରେ ପେପର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଏବେ ‘ସଂରକ୍ଷଣ ହଟାଅ ଆନ୍ଦୋଳନ’ ଜୋର ଧରିଛି। ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

ଭୁତକୋଠି ସାଜିଛି କଲ୍ୟାଣ ମଣ୍ଡପ: ୧୦ ବର୍ଷ ହେଲା ହୋଇପଡିଛି ଅକାମୀ

କେସିଙ୍ଗା,୨୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ମିଟରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଗୋଦାମ ଗୃହ ଗତ ୨୦୧୬-୧୭…

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri