ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ ପାଇଁ ପ୍ରୟାସ ଆରମ୍ଭ: ଚାଲିଛି ସର୍ଭେ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କ୍ଷୁଦ୍ରଦାନା ଶସ୍ୟର ବହୁଳ ବ୍ୟବହାରକୁ ନେଇ ରାଜ୍ୟ ସରକାର ଲୋକଙ୍କ ପାଇଁ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଜନସଚେତନ କାର୍ଯ୍ୟ କରୁଛନ୍ତି। ହଜିଯାଇଥିବା ପାରମ୍ପରିକ ଖାଦ୍ୟର ପୁନରୁଦ୍ଧାର ପାଇଁ ପ୍ରୟାସ କରାଯାଉଛି। ଏହି କ୍ରମରେ ମଣିଷ ପାଇଁ ବହୁ ଉପଯୋଗୀ ଶସ୍ୟ ମଧ୍ୟରେ କୁଏରୀ, କାଙ୍ଗୁ, ବାଜେରା, ମାଣ୍ଡିଆ ଆଦି ରହିଥିବା ବେଳେ ଏବେ କନ୍ଧମାଳ ହଳଦୀ ପରେ କନ୍ଧମାଳର ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ (ଜେଗ୍ରୋଫିକାଲ ଇଣ୍ଡିକେସନ ଟ୍ୟାଗ୍‌) ପାଇଁ ଆବେଦନ କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି।

ଜିଲାର ଦାରିଙ୍ଗବାଡି ସମେତ ରାଇକିଆ, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ଓ ଚକାପାଦ ବ୍ଲକ ଅଞ୍ଚଳରେ ବହୁଳ ଭାବେ ଏହି ବୁଢା ମାଣ୍ଡିଆ ଚାଷ କରାଯାଉଛି, ଯାହାକି ଅନ୍ୟ ମାଣ୍ଡିଆଠାରୁ ଅଧିକା ସ୍ବାଦ ସହ ଅଧିକ ପୋଷାକ ତତ୍ତ୍ୱ ଭରପୂର ହୋଇ ରହିଥିବା କୁହାଯାଇଛି।

ରାଜ୍ୟରେ ମୋଟ ୬୨ ପ୍ରକାରର ମାଣ୍ଡିଆ ରହିଥିବାବେଳେ ଜିଲାରେ ପ୍ରାୟ ୧୦ ରୁ ୧୨ ପ୍ରକାରର ମାଣ୍ଡିଆ ଚାଷ କରଯାଇଥାଏ ସେଗୁଡିକ ମଧ୍ୟରୁ ସିର୍କା ଏବଂ ବୁର୍କା, ହାତ ଭଙ୍ଗା, ଯନ୍ତ୍ରୀ ମାଣ୍ଡିଆ , ଭୈରବୀ, ବୁଢା ମାଣ୍ଡିଆ, ଚାଉଳିଆ, ବଡ଼ ମାଣ୍ଡିଆ,ମାମି ମାଣ୍ଡିଆ,ସାନ ମାଣ୍ଡିଆ, ଭିଆର ମାଣ୍ଡିଆ ଆଦି ଚାଷ କରାଯାଉଥିବା ବେଳେ ସବୁଠାରୁ ବୁଢା ମାଣ୍ଡିଆର ଚାହିଦା ରହିଛି। ଏହା ଚାଷ କରିବାରେ ଯେତିକି ଫାଇଦା ଅମଳ ଓ ବ୍ୟବହାର କରିବାରେ ମଧ୍ୟ ଭଲ ଫାଇଦା ରହିଛି ବୁଢା ମାଣ୍ଡିଆ ବିଶେଷ କରି ଶୀତ ଦିନରେ ରୁଆ ହୋଇଥାଏ ଓ ଏହି ଶୀତ ଥାଇ ଅମଳ ହୋଇଥାଏ। କୁହାଯାଏ ଶୀତ ବାଜିଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଥାଏ। ଅକ୍ଟୋବର ମାସରେ ଏହା ରୁଆ ଯାଉଛି ଏବଂ ଜାନୁଆରୀରେ ଅମଳ କରାଯାଉଛି, ଯାହାକି ଅନ୍ୟ ମାଣ୍ଡିଆ ଜିଲାରେ ଜୁନ କିମ୍ବା ଜୁଲାଇରେ ରୁଆଯାଇ ନଭେମ୍ବର ସୁଦ୍ଧା ଅମଳ କରାଯାଉଛି।

ଜିଲା ପ୍ରଶାସନର ଶ୍ରୀ ଅନ୍ନ ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜିକା ସବିତା ସୁବୁଦ୍ଧି କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ ଦେବାପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ବୁଢା ମାଣ୍ଡିଆ ଚାଷ ହେଉଥିବା ବ୍ଲକ ଅଞ୍ଚଳରେ ସର୍ଭେ କାର୍ଯ୍ୟ ଆରମ୍ଭ କରିଛି ଏଥିପାଇଁ ଜିଲାପ୍ରଶାସନ ସହ ସହାଭାଗିତାରେ କ୍ଷୁଦ୍ରଦାନା ଶସ୍ୟର ବିକାଶ ପାଇଁ କାର୍ଯ୍ୟକରୁଥିବା ଜାଗୃତି, ସାତି ଭଳି ଅନ୍ୟ କିଛି ଅନୁଷ୍ଠାନ ସର୍ଭେ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଖୁବଶୀଘ୍ର ସର୍ଭେ କାର୍ଯ୍ୟ ସରିଲେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯିବ ବୋଲି କୁହାଯାଇଛି। ଏହାର ଜିଆଇ ଟ୍ୟାଗ୍‌ ହୋଇଗଲେ ଚାଷୀଙ୍କୁ ଆହୁରି ଫାଇଦା ଦେବ ଓ ଏହାର ଚାହିଦା କେବଳ ରାଜ୍ୟ ନୁହେଁ, ରାଜ୍ୟ ଓ ଦେଶ ବାହାରେ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri