ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ ପାଇଁ ପ୍ରୟାସ ଆରମ୍ଭ: ଚାଲିଛି ସର୍ଭେ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କ୍ଷୁଦ୍ରଦାନା ଶସ୍ୟର ବହୁଳ ବ୍ୟବହାରକୁ ନେଇ ରାଜ୍ୟ ସରକାର ଲୋକଙ୍କ ପାଇଁ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଜନସଚେତନ କାର୍ଯ୍ୟ କରୁଛନ୍ତି। ହଜିଯାଇଥିବା ପାରମ୍ପରିକ ଖାଦ୍ୟର ପୁନରୁଦ୍ଧାର ପାଇଁ ପ୍ରୟାସ କରାଯାଉଛି। ଏହି କ୍ରମରେ ମଣିଷ ପାଇଁ ବହୁ ଉପଯୋଗୀ ଶସ୍ୟ ମଧ୍ୟରେ କୁଏରୀ, କାଙ୍ଗୁ, ବାଜେରା, ମାଣ୍ଡିଆ ଆଦି ରହିଥିବା ବେଳେ ଏବେ କନ୍ଧମାଳ ହଳଦୀ ପରେ କନ୍ଧମାଳର ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ (ଜେଗ୍ରୋଫିକାଲ ଇଣ୍ଡିକେସନ ଟ୍ୟାଗ୍‌) ପାଇଁ ଆବେଦନ କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି।

ଜିଲାର ଦାରିଙ୍ଗବାଡି ସମେତ ରାଇକିଆ, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ଓ ଚକାପାଦ ବ୍ଲକ ଅଞ୍ଚଳରେ ବହୁଳ ଭାବେ ଏହି ବୁଢା ମାଣ୍ଡିଆ ଚାଷ କରାଯାଉଛି, ଯାହାକି ଅନ୍ୟ ମାଣ୍ଡିଆଠାରୁ ଅଧିକା ସ୍ବାଦ ସହ ଅଧିକ ପୋଷାକ ତତ୍ତ୍ୱ ଭରପୂର ହୋଇ ରହିଥିବା କୁହାଯାଇଛି।

ରାଜ୍ୟରେ ମୋଟ ୬୨ ପ୍ରକାରର ମାଣ୍ଡିଆ ରହିଥିବାବେଳେ ଜିଲାରେ ପ୍ରାୟ ୧୦ ରୁ ୧୨ ପ୍ରକାରର ମାଣ୍ଡିଆ ଚାଷ କରଯାଇଥାଏ ସେଗୁଡିକ ମଧ୍ୟରୁ ସିର୍କା ଏବଂ ବୁର୍କା, ହାତ ଭଙ୍ଗା, ଯନ୍ତ୍ରୀ ମାଣ୍ଡିଆ , ଭୈରବୀ, ବୁଢା ମାଣ୍ଡିଆ, ଚାଉଳିଆ, ବଡ଼ ମାଣ୍ଡିଆ,ମାମି ମାଣ୍ଡିଆ,ସାନ ମାଣ୍ଡିଆ, ଭିଆର ମାଣ୍ଡିଆ ଆଦି ଚାଷ କରାଯାଉଥିବା ବେଳେ ସବୁଠାରୁ ବୁଢା ମାଣ୍ଡିଆର ଚାହିଦା ରହିଛି। ଏହା ଚାଷ କରିବାରେ ଯେତିକି ଫାଇଦା ଅମଳ ଓ ବ୍ୟବହାର କରିବାରେ ମଧ୍ୟ ଭଲ ଫାଇଦା ରହିଛି ବୁଢା ମାଣ୍ଡିଆ ବିଶେଷ କରି ଶୀତ ଦିନରେ ରୁଆ ହୋଇଥାଏ ଓ ଏହି ଶୀତ ଥାଇ ଅମଳ ହୋଇଥାଏ। କୁହାଯାଏ ଶୀତ ବାଜିଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଥାଏ। ଅକ୍ଟୋବର ମାସରେ ଏହା ରୁଆ ଯାଉଛି ଏବଂ ଜାନୁଆରୀରେ ଅମଳ କରାଯାଉଛି, ଯାହାକି ଅନ୍ୟ ମାଣ୍ଡିଆ ଜିଲାରେ ଜୁନ କିମ୍ବା ଜୁଲାଇରେ ରୁଆଯାଇ ନଭେମ୍ବର ସୁଦ୍ଧା ଅମଳ କରାଯାଉଛି।

ଜିଲା ପ୍ରଶାସନର ଶ୍ରୀ ଅନ୍ନ ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜିକା ସବିତା ସୁବୁଦ୍ଧି କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ ଦେବାପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ବୁଢା ମାଣ୍ଡିଆ ଚାଷ ହେଉଥିବା ବ୍ଲକ ଅଞ୍ଚଳରେ ସର୍ଭେ କାର୍ଯ୍ୟ ଆରମ୍ଭ କରିଛି ଏଥିପାଇଁ ଜିଲାପ୍ରଶାସନ ସହ ସହାଭାଗିତାରେ କ୍ଷୁଦ୍ରଦାନା ଶସ୍ୟର ବିକାଶ ପାଇଁ କାର୍ଯ୍ୟକରୁଥିବା ଜାଗୃତି, ସାତି ଭଳି ଅନ୍ୟ କିଛି ଅନୁଷ୍ଠାନ ସର୍ଭେ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଖୁବଶୀଘ୍ର ସର୍ଭେ କାର୍ଯ୍ୟ ସରିଲେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯିବ ବୋଲି କୁହାଯାଇଛି। ଏହାର ଜିଆଇ ଟ୍ୟାଗ୍‌ ହୋଇଗଲେ ଚାଷୀଙ୍କୁ ଆହୁରି ଫାଇଦା ଦେବ ଓ ଏହାର ଚାହିଦା କେବଳ ରାଜ୍ୟ ନୁହେଁ, ରାଜ୍ୟ ଓ ଦେଶ ବାହାରେ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri