ମଣିଷ-ପ୍ରାଣୀ ସଂଘର୍ଷ ଏଡ଼ାଇବାରେ ପ୍ରୟାସରତ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ବରିଷ୍ଠ ପରିବେଶ ବିଜ୍ଞାନୀ ରମଣ ସୁକୁମାର। ଏସୀୟ ହାତୀଙ୍କ ସୁରକ୍ଷା ଏବଂ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ଉପରେ ନିଜ ଗବେଷଣା ଓ କାର୍ଯ୍ୟକୁ ନେଇ ସୁକୁମାର ବେଶ୍‌ ଜଣାଶୁଣା। ସେ ଜଳବାୟୁ ପରିବର୍ତ୍ତନ ଏବଂ ବିଷୁବ ମଣ୍ଡଳୀୟ ଜଙ୍ଗଲ ପରିବେଶ ବିଜ୍ଞାନ ଉପରେ ମଧ୍ୟ ଗବେଷଣା ଜାରି ରଖିଛନ୍ତି। ୧୯୫୫ରେ ମାଡ୍ରାସରେ ଜନ୍ମିତ ସୁକୁମାର ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିବା ପରେ ସେହିଠାରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ। ୧୯୮୫ରେ ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ପି.ଏଚ୍‌ଡି ଲାଭ କରିଥିଲେ। ୧୯୯୭ରେ ସୁକୁମାର ଏସିଆନ୍‌ ନେଚର କଞ୍ଜରଭେଶନ ଫାଉଣ୍ଡେଶନ ପ୍ରତିଷ୍ଠା କରିଥିଲେ। ଏସୀୟ ହାତୀ ଗବେଷଣା ଓ ସଂରକ୍ଷଣ ଉପରେ ଆଧାରିତ ଏହି ପ୍ରତିଷ୍ଠାନ ଭାରତ ତଥା ଏସୀୟ ରାଷ୍ଟ୍ରଗୁଡ଼ିକରେ ହାତୀ ଏବଂ ସେମାନଙ୍କ ସହାବସ୍ଥାନ ଉପରେ କାର୍ଯ୍ୟ କରିଆସୁଛି। ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସେସରେ ସେଣ୍ଟର ଫର୍‌ ଇକୋଲୋଜିକାଲ୍‌ ସାଇନ୍ସେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ଅଧ୍ୟୟନଗୁଡ଼ିକ ବିଶେଷକରି ପରିବେଶ ସଂରକ୍ଷଣ ଆଧାରିତ ବୈଜ୍ଞାନିକ ଗବେଷଣା ଉପରେ ପର୍ଯ୍ୟବସିତ। ସେ ଜାତୀୟ, ଅନ୍ତର୍ଜାତୀୟ ସ୍ତରୀୟ ବିଭିନ୍ନ କମିଟିରେ ଭାରତୀୟ ବନ୍ୟପ୍ରାଣୀ ବିଜ୍ଞାନୀ ଭାବେ ପ୍ରତିନିଧିତ୍ୱ କରିଛନ୍ତି। ୨୦୦୬ରେ ସେ ପ୍ରଥମ ଭାରତୀୟ ଭାବେ ଜାପାନର ଇଣ୍ଟରନ୍ୟାଶନାଲ କସ୍‌ମସ୍‌ ପୁରସ୍କାର ପାଇଥିଲେ। ୨୦୦୭ରେ ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ(ଆଇପିସିସି) ସଂଗଠନ ସହ ଜଡ଼ିତଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି।
ହାଇସ୍କୁଲରେ ପଢ଼ୁଥିବାବେଳେ ସୁକୁମାରଙ୍କ ପରିବେଶ ସଂରକ୍ଷଣ ଉପରେ ଆଗ୍ରହ ବଢ଼ିଥିଲା। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ଡକ୍ଟରେଟ ଡିଗ୍ରୀ ପାଇବା ପରେ ସେ ହାତୀ ଏବଂ ମଣିଷ ମଧ୍ୟରେ ଦେଖାଯାଉଥିବା ସଂଘର୍ଷର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଜଙ୍ଗଲ ନଷ୍ଟ ଯୋଗୁ ଗୋଟିଏ ସ୍ଥାନରେ ରହିବା ପାଇଁ ହାତୀ ଓ ମଣିଷ ମଧ୍ୟରେ କିପରି ସଂଘର୍ଷ ଚାଲିଛି, ତା’ ଉପରେ ସେ ଅନେକ ଗବେଷଣା କରିଛନ୍ତି। ଏପରି କି ହାତୀମାନଙ୍କୁ ଏକ ସୁରକ୍ଷିତ ବାସସ୍ଥଳୀ କିପରି ମିଳିପାରିବ ସେଥିପାଇଁ ବିଭିନ୍ନ ସର୍ଭେ କରିଥିଲେ। ଜନବସତିର ଚାରିପଟେ ସୁରକ୍ଷିତ ତାରବାଡ଼ ଲଗାଯାଇ ଲୋକଙ୍କଠାରୁ ହାତୀମାନଙ୍କୁ ଦୂରେଇ ରଖିବା ପାଇଁ ସୁକୁମାର ଅନେକ ପ୍ରୟାସ କରିଛନ୍ତି। ୧୯୯୩ରେ ସୁକୁମାର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଷ୍ଟିଅରିଂ କମିଟିର ସଦସ୍ୟ ହୋଇଥିଲେ। ଏହି କମିଟି ଭାରତ ସରକାରଙ୍କୁ ହାତୀ ସୁରକ୍ଷା ପାଇଁ ବୈଷୟିକ ସହଯୋଗ କରିଥାଏ। ସେ ୧୯୯୭ରୁ ୨୦୦୪ ପର୍ଯ୍ୟନ୍ତ ଓ୍ବାର୍ଲଡ କଞ୍ଜରଭେଶନ ୟୁନିୟନର ଏସିଆନ ଏଲିଫ୍ୟାଣ୍ଟ ସ୍ପେଶିଆଲିଷ୍ଟ ଗ୍ରୁପ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ଏସିଆନ୍‌ ଏଲିଫ୍ୟାଣ୍ଟ ରିସର୍ଚ୍ଚ ଆଣ୍ଡ କଞ୍ଜରଭେଶନ ସେଣ୍ଟର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ହାତୀ ସୁରକ୍ଷା କ୍ଷେତ୍ରରେ ସୁକୁମାରଙ୍କ ନିରନ୍ତର ପ୍ରୟାସ ତାଙ୍କ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଛି। ୧୯୮୯ରେ ଶିକାଗୋ ଜୁଲୋଜିକାଲ ସୋସାଇଟିର ପ୍ରେସିଡେନ୍ସିଆଲ ଆଓ୍ବାର୍ଡ, ୧୯୯୭ରେ ଅର୍ଡର ଅଫ୍‌ ଦି ଗୋଲ୍‌ଡେନ୍‌ ଆର୍କ ପାଇଥିଲେ। ୨୦୦୦ରେ ଇଣ୍ଡିଆନ୍‌ ଏକାଡେମିକ ଅଫ୍‌ ସାଇନ୍ସେସ୍‌ ସଦସ୍ୟ ହୋଇଥିଲେ। ୨୦୦୩ରେ ହ୍ବାଇଟ୍‌ଲି ଗୋଲ୍‌ଡ ଆଓ୍ବାର୍ଡ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri