ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ, ଯୋଗଦେଲେ ୧୧ଜିଲାର ପ୍ରତିନିଧି

ଭେଡେନ,୧୫।୩(ହୃଷୀକେଶ ଖମାରୀ): ବରଗଡ ଜିଲା ଭେଡେନ ବ୍ଲକ ପପଙ୍ଗାଠାରେ ରବିବାରରୁ ରାଜ୍ୟସ୍ତରୀୟ ଡୁମାଳ ମହାସଭା ଆରମ୍ଭ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଏହି ମହାସଭା ଚାଲିବ। ଏହି ଅବସରରେ ପ୍ରଥମେ ବକଟି ଉମା ମାହେଶ୍ୱରୀ ମନ୍ଦିରରୁ ମା’ ମାହେଶ୍ୱରୀଙ୍କର ଶାଳକା ବାଡ଼ି, ଛତ୍ର, ବଇରଗ, ଆଲମଙ୍କୁ ସଞ୍ଚାର ବାଦ୍ୟ, ପଞ୍ଚବାଦ୍ୟ ତାଳେ ତାଳେ ବରୁଆମାନେ ନାଚି ନାଚି ବିରାଟ ପଟୁଆରରେ ମହିଳାମାନଙ୍କ ସହ କଳସ ଯାତ୍ରାରେ ସଭାସ୍ଥଳକୁ ଅଣାଯାଇଥିଲା । ପୂଜାସ୍ଥଳରେ ମା’ ମାହେଶ୍ୱରୀଙ୍କର ପୂଜା କରାଯିବା ପରେ ଅତିଥିମାନଙ୍କ ଦ୍ୱାରା ମଞ୍ଚରେ ଦୀପ ପ୍ରଜ୍ବଳନ କରାଯାଇ ପ୍ରଥମ ଅଧିବେଶନର ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ବୁଲୁ ଖମାରୀ ଓ ଲକ୍ଷ୍ମୀକାନ୍ତ ଖମାରୀ ମା’ ମାହେଶ୍ୱରୀଙ୍କର ମାଲେଶ୍ରୀ ଗାନ କରିଥିଲେ । ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମହାସଭାର ଅଧ୍ୟକ୍ଷ ତଥା ବରଗଡ ଜିଲା ସଭାପତି ଗଣେଶ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରଗଡ଼ ଏମପି ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି, ଡୁମାଳ ପରିଷଦର ରାଜ୍ୟ ସଭାପତି ଦୟାସାଗର ମେଣ୍ଡଳୀ, ରାଜ୍ୟ ମହିଳା ସଭାନେତ୍ରୀ ହେମାବତୀ କରନ, ରାଜ୍ୟ ଯୁବ ସଭାପତି ଦୟାନିଧି ଖମାରୀ, ରାଜ୍ୟ ସମ୍ପାଦକ ଉଦିତ ପ୍ରତାପ ଦେହୁରୀ, ରାଜ୍ୟ ଉପସଭାପତି ସୁଦାମ ଚରଣ ଖମାରୀ, ଲୋକନାଥ ମାହାର, ରାଜ୍ୟ କୋଷାଧକ୍ଷ ବିପିନ ବିହାରୀ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସୁଧୀର କର୍ଣ୍ଣ, କାର୍ଯ୍ୟକାରୀ ସଦସ୍ୟ ଭୂଷଣ ପାତ୍ର, ପ୍ରଫୁଲ୍ଲ କୁମାର ବଘାର, କୃଷ୍ଣଚନ୍ଦ୍ର ମହାକୁର, ଦେବଯାନୀ ମେସୁଆ, ବୌଦ୍ଧ ଜିଲା ସଭାପତି ସୀତାଂଶୁ ଶେଖର ମହାକୁଡ଼, ସୁବର୍ଣ୍ଣପୁର ଜିଲା ସଭାପତି ଅଶ୍ୱିନୀ ମହାକୁର, ବଲାଙ୍ଗୀର ଜିଲା ସଭାପତି ଶ୍ରୀଯୁକ୍ତ ଶରତ ମହାକୁର, କଟକ ଜିଲା ସଭାପତି ପ୍ରଭାକର ପ୍ରଧାନ, ଖୋର୍ଦ୍ଧା ଜିଲା ସଭାପତି ବାମଦେବ ବଘାର, କନ୍ଧମାଳ ଜିଲା ସଭାପତି ବିମଳ କିଶୋର ମହାକୁଡ଼, ଦେବଗଡ଼ ଜିଲା ସମ୍ପାଦକ ଦିବ୍ୟକାନ୍ତ ପାତ୍ର, ରାଜ୍ୟ ଯୁବ ସମ୍ପାଦକ ବିଜୟ ରଞ୍ଜନ କର୍ମୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ ।

ସଭାମଞ୍ଚରେ ଡୁମାଳ ସମାଜର ସାଙ୍ଗଠନିକ ଏବଂ ସାମାଜିକ ନିୟମାବଳୀ, ସ୍ମରଣିକା ପତ୍ରିକା ନବଜାଗରଣ, ଶାକ୍ତ କବି ତଥା ବେଜି ପଦ୍ମନ କର୍ଣ୍ଣଙ୍କ ଦ୍ୱାରା ରଚିତ କୁସୁମାଞ୍ଜଳି ପୁସ୍ତକ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଅତିଥି ପୁରୋହିତ ଡୁମାଳ ସମାଜର ବରଗଡ଼ ଜିଲାରେ ଆବଶ୍ୟକ ହେଉଥିବା ଭବ୍ୟ ଡୁମାଳ ସଂସ୍କୃତି ଭବନ ନିର୍ମାଣ ପାଇଁ ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ । ରାଜ୍ୟ ସଭାପତିମେଣ୍ଡଳଳୀ ବିବରଣୀ ପାଠ କରିଥିଲେ । ସମ୍ପାଦକ ଦେହୁରୀ ରାଜ୍ୟ ଡୁମାଳ ପରିଷଦର ୩ବର୍ଷର ବାର୍ଷିକ ବୈଠକ, କାର୍ଯ୍ୟକ୍ରମ ଓ କାର୍ଯ୍ୟପନ୍ଥାର ବିବରଣୀ ଉପସ୍ଥାପନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଡୁମାଳ ଜାତିର ମହିଳାମାନଙ୍କୁ ନେଇ ମହିଳା ଅଧିବେଶନ ହୋଇଥିଲା। ରାଜ୍ୟ ସଭାନେତ୍ରୀ କରନ ଏଥିରେ ସଭାପତିତ୍ୱ କରିଥିଲେ । ଏହି ଅଧିବେଶନରେ କଳାପଥର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଦେବଯାନୀ ମେସୁଆ, ସିଣ୍ଡୋଲ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ଯଶୋବନ୍ତୀ ଭୋଇ, ଉଲୁଣ୍ଡା ମହାବିଦ୍ୟାଳୟର ଅଧ୍ୟାପିକା ମୀନାକୁମାରୀ ପ୍ରଧାନ, ବରଗଡ ଜିଲା ପ୍ରତିନିଧି ରୀନା କମ୍ପ, ସନ୍ତୋଷିନୀ ଦନ୍ତା, ଗାୟତ୍ରୀ ପ୍ରଧାନ, ପପଙ୍ଗା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ମନ୍ଦାକିନୀ କର୍ଣ୍ଣ, ଅତାବିରା ଜୋନ -୪ର ପୂର୍ବତନ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ମୀରା ବଘାର ପ୍ରମୁଖ ଯୋଗଦାନ କରିଥିଲେ ।

ତୃତୀୟ ଅଧିବେଶନରେ ରାଜ୍ୟ ସଭାପତି ମେଣ୍ଡଳୀଙ୍କ ସଭାପତିତ୍ୱରେ ବିଭିନ୍ନ ଜାତିଭିତ୍ତିକ ଅଭିଯୋଗର ସମାଧାନ କରାଯାଇଥିଲା । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, କଟକ ସମେତ ୧୧ ଜିଲାର ଜିଲା ସମ୍ପାଦକ ,ସମସ୍ତ କେନ୍ଦ୍ରର ସଭାପତି, ସମ୍ପାଦକ, କାର୍ଯ୍ୟକାରୀ ସଦସ୍ୟ, ସଦସ୍ୟବୃନ୍ଦ, ମହିଳା ସଦସ୍ୟା, ଜାତିଭାଇ ଏବଂ ମା’  ମାହେଶ୍ୱରୀ ସେନାର ସଦସ୍ୟମାନେ ଯୋଗଦାନ କରିଥିଲେ । ଶିକ୍ଷକ କେଶବ ଚନ୍ଦ୍ର ଛନ୍ଦ ମଞ୍ଚ ପରିଚାଳନା କରିଥିଲେ । ରାଜ୍ୟ ଯୁବ ସମ୍ପାଦକ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ  । ସନ୍ଧ୍ୟାରେ ଛୁମକୁ ଛୁମା ସାଂସ୍କୃତିକ ଅନୁଷ୍ଠାନ, ସିଂହେନପାଲି ଓ ମାଁ ସମଲେଶ୍ୱରୀ ସଂସ୍କୃତି ଗବେଷଣା କେନ୍ଦ୍ର, ତୋରାର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?