ମଣିଷ-ପ୍ରାଣୀ ସଂଘର୍ଷ ଏଡ଼ାଇବାରେ ପ୍ରୟାସରତ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ବରିଷ୍ଠ ପରିବେଶ ବିଜ୍ଞାନୀ ରମଣ ସୁକୁମାର। ଏସୀୟ ହାତୀଙ୍କ ସୁରକ୍ଷା ଏବଂ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ଉପରେ ନିଜ ଗବେଷଣା ଓ କାର୍ଯ୍ୟକୁ ନେଇ ସୁକୁମାର ବେଶ୍‌ ଜଣାଶୁଣା। ସେ ଜଳବାୟୁ ପରିବର୍ତ୍ତନ ଏବଂ ବିଷୁବ ମଣ୍ଡଳୀୟ ଜଙ୍ଗଲ ପରିବେଶ ବିଜ୍ଞାନ ଉପରେ ମଧ୍ୟ ଗବେଷଣା ଜାରି ରଖିଛନ୍ତି। ୧୯୫୫ରେ ମାଡ୍ରାସରେ ଜନ୍ମିତ ସୁକୁମାର ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିବା ପରେ ସେହିଠାରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ। ୧୯୮୫ରେ ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ପି.ଏଚ୍‌ଡି ଲାଭ କରିଥିଲେ। ୧୯୯୭ରେ ସୁକୁମାର ଏସିଆନ୍‌ ନେଚର କଞ୍ଜରଭେଶନ ଫାଉଣ୍ଡେଶନ ପ୍ରତିଷ୍ଠା କରିଥିଲେ। ଏସୀୟ ହାତୀ ଗବେଷଣା ଓ ସଂରକ୍ଷଣ ଉପରେ ଆଧାରିତ ଏହି ପ୍ରତିଷ୍ଠାନ ଭାରତ ତଥା ଏସୀୟ ରାଷ୍ଟ୍ରଗୁଡ଼ିକରେ ହାତୀ ଏବଂ ସେମାନଙ୍କ ସହାବସ୍ଥାନ ଉପରେ କାର୍ଯ୍ୟ କରିଆସୁଛି। ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସେସରେ ସେଣ୍ଟର ଫର୍‌ ଇକୋଲୋଜିକାଲ୍‌ ସାଇନ୍ସେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ଅଧ୍ୟୟନଗୁଡ଼ିକ ବିଶେଷକରି ପରିବେଶ ସଂରକ୍ଷଣ ଆଧାରିତ ବୈଜ୍ଞାନିକ ଗବେଷଣା ଉପରେ ପର୍ଯ୍ୟବସିତ। ସେ ଜାତୀୟ, ଅନ୍ତର୍ଜାତୀୟ ସ୍ତରୀୟ ବିଭିନ୍ନ କମିଟିରେ ଭାରତୀୟ ବନ୍ୟପ୍ରାଣୀ ବିଜ୍ଞାନୀ ଭାବେ ପ୍ରତିନିଧିତ୍ୱ କରିଛନ୍ତି। ୨୦୦୬ରେ ସେ ପ୍ରଥମ ଭାରତୀୟ ଭାବେ ଜାପାନର ଇଣ୍ଟରନ୍ୟାଶନାଲ କସ୍‌ମସ୍‌ ପୁରସ୍କାର ପାଇଥିଲେ। ୨୦୦୭ରେ ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ(ଆଇପିସିସି) ସଂଗଠନ ସହ ଜଡ଼ିତଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି।
ହାଇସ୍କୁଲରେ ପଢ଼ୁଥିବାବେଳେ ସୁକୁମାରଙ୍କ ପରିବେଶ ସଂରକ୍ଷଣ ଉପରେ ଆଗ୍ରହ ବଢ଼ିଥିଲା। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ଡକ୍ଟରେଟ ଡିଗ୍ରୀ ପାଇବା ପରେ ସେ ହାତୀ ଏବଂ ମଣିଷ ମଧ୍ୟରେ ଦେଖାଯାଉଥିବା ସଂଘର୍ଷର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଜଙ୍ଗଲ ନଷ୍ଟ ଯୋଗୁ ଗୋଟିଏ ସ୍ଥାନରେ ରହିବା ପାଇଁ ହାତୀ ଓ ମଣିଷ ମଧ୍ୟରେ କିପରି ସଂଘର୍ଷ ଚାଲିଛି, ତା’ ଉପରେ ସେ ଅନେକ ଗବେଷଣା କରିଛନ୍ତି। ଏପରି କି ହାତୀମାନଙ୍କୁ ଏକ ସୁରକ୍ଷିତ ବାସସ୍ଥଳୀ କିପରି ମିଳିପାରିବ ସେଥିପାଇଁ ବିଭିନ୍ନ ସର୍ଭେ କରିଥିଲେ। ଜନବସତିର ଚାରିପଟେ ସୁରକ୍ଷିତ ତାରବାଡ଼ ଲଗାଯାଇ ଲୋକଙ୍କଠାରୁ ହାତୀମାନଙ୍କୁ ଦୂରେଇ ରଖିବା ପାଇଁ ସୁକୁମାର ଅନେକ ପ୍ରୟାସ କରିଛନ୍ତି। ୧୯୯୩ରେ ସୁକୁମାର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଷ୍ଟିଅରିଂ କମିଟିର ସଦସ୍ୟ ହୋଇଥିଲେ। ଏହି କମିଟି ଭାରତ ସରକାରଙ୍କୁ ହାତୀ ସୁରକ୍ଷା ପାଇଁ ବୈଷୟିକ ସହଯୋଗ କରିଥାଏ। ସେ ୧୯୯୭ରୁ ୨୦୦୪ ପର୍ଯ୍ୟନ୍ତ ଓ୍ବାର୍ଲଡ କଞ୍ଜରଭେଶନ ୟୁନିୟନର ଏସିଆନ ଏଲିଫ୍ୟାଣ୍ଟ ସ୍ପେଶିଆଲିଷ୍ଟ ଗ୍ରୁପ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ଏସିଆନ୍‌ ଏଲିଫ୍ୟାଣ୍ଟ ରିସର୍ଚ୍ଚ ଆଣ୍ଡ କଞ୍ଜରଭେଶନ ସେଣ୍ଟର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ହାତୀ ସୁରକ୍ଷା କ୍ଷେତ୍ରରେ ସୁକୁମାରଙ୍କ ନିରନ୍ତର ପ୍ରୟାସ ତାଙ୍କ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଛି। ୧୯୮୯ରେ ଶିକାଗୋ ଜୁଲୋଜିକାଲ ସୋସାଇଟିର ପ୍ରେସିଡେନ୍ସିଆଲ ଆଓ୍ବାର୍ଡ, ୧୯୯୭ରେ ଅର୍ଡର ଅଫ୍‌ ଦି ଗୋଲ୍‌ଡେନ୍‌ ଆର୍କ ପାଇଥିଲେ। ୨୦୦୦ରେ ଇଣ୍ଡିଆନ୍‌ ଏକାଡେମିକ ଅଫ୍‌ ସାଇନ୍ସେସ୍‌ ସଦସ୍ୟ ହୋଇଥିଲେ। ୨୦୦୩ରେ ହ୍ବାଇଟ୍‌ଲି ଗୋଲ୍‌ଡ ଆଓ୍ବାର୍ଡ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?