ସ୍ବରକୁ ବଢ଼ାଏ ସଙ୍ଗୀତ: ରୁମିତ୍‌ ଓ୍ବାଲିଆ

ଭାରତର ଲୋକପ୍ରିୟ ଏବଂ ପରିବେଶ ସଚେତନଧର୍ମୀ ବ୍ୟାଣ୍ଡ ମଧ୍ୟରେ ‘ବିରାହ’ ଅନ୍ୟତମ। ଏହି ବ୍ୟାଣ୍ଡର ନିଜସ୍ବ ପରିବେଷଣ ଶୈଳୀ ସାରା ଦେଶରେ ସଙ୍ଗୀତପ୍ରେମୀଙ୍କୁ ଅନେକ ବର୍ଷ ଧରି ବାନ୍ଧି ରଖିପାରିଛି। ଗ୍ଲୋବାଲ ପିସ୍‌ ଲିଡରଶିପ୍‌ କନ୍‌ଫରେନ୍ସ, ଆଇଟିପିଓ ପ୍ରଗତି ମଇଦାନ, ଆମେରିକାନ ସେଣ୍ଟର-ୟୁନାଇଟେଡ୍‌ ଷ୍ଟେଟ୍‌ସ ଏମ୍ବାସି ଏବଂ ରକ୍‌ ଭିୟୁ ଏୟାରଫୋର୍ସ ଷ୍ଟେଶନ ଭଳି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ ମାଧ୍ୟମରେ ଏହି ବ୍ୟାଣ୍ଡ ଅନେକ ଲକ୍ଷ ସଙ୍ଗୀତପ୍ରେମୀଙ୍କୁ ଅନୁଗାମୀ କରିପାରିଛି। ବ୍ୟାଣ୍ଡର ମୁଖ୍ୟ ଗାୟକ ରୁମିତ୍‌ ଓ୍ବାଲିଆ, ପ୍ରଚ୍ଛଦ ଭୋକାଲିଷ୍ଟ ତଥା ଗିଟାର ବାଦକ ଉତ୍ସବ ଭରଦ୍ୱାଜ ଏବଂ ଯନ୍ତ୍ରବାଦକ ତରୁନ୍‌ କୁମାର ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ -୨୦୨୪ ‘କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’ କାର୍ଯ୍ୟକ୍ରମ ଅବସରରେ ଆସନ୍ତା ୨୩ତାରିଖରେ ହେବାକୁ ଥିବା ‘ଗ୍ରୀନ୍‌ ହିରୋଜ୍‌ ସ୍ପିକ୍‌ ମ୍ୟୁଜିକ୍‌’ କନ୍‌ସର୍ଟରେ ସଙ୍ଗୀତ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ବିରାହ ବ୍ୟାଣ୍ଡର ଗାୟକ ରୁମିତ୍‌ ଓ୍ବାଲିଆ ଧରିତ୍ରୀ ସହ ତାଙ୍କ ସଙ୍ଗୀତ ଯାତ୍ରା ଏବଂ ପରିବେଶ ସୁରକ୍ଷା ପାଇଁ ସଙ୍ଗୀତର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି।

ପ୍ର.୧- ପରିବେଶ ସମ୍ପର୍କିତ ପ୍ରସଙ୍ଗରେ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ କ’ଣ ପ୍ରେରିତ କରିଛିି?
ଉ- ଅନ୍ୟମାନଙ୍କ ଭଳି ଆମେ ରକ୍‌ ମ୍ୟୁଜିକ୍‌ ଆରମ୍ଭ କରିଥିଲୁ। ସୁଫି ରକ୍‌ ଉପରେ ଆମର ସ୍ବତନ୍ତ୍ରତା ଥିଲା। ଆମେ ମଧ୍ୟ ଏନ୍‌ଭାଇରନ୍‌ମେଣ୍ଟାଲ ଗ୍ରୁପ୍‌ ‘ଟିୟର୍ସ ଅଫ୍‌ ଦ ଆର୍ଥ’ର ଏକ ଅଂଶ। ପ୍ରାରମ୍ଭରୁ ଆମେ ଲୋକପ୍ରିୟ ବଲିଉଡ୍‌ ଗୀତର ସ୍ବରର ତାଳରେ ପରିବେଶ ସମ୍ପର୍କିିତ ସଙ୍ଗୀତ ଗାନ କରୁଥିଲୁ। ପରେ ଆମେ ପରିବେଶ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ ହେଲୁ।
ପ୍ର.୨- ଆପଣଙ୍କ ସୃଜନଶୀଳତାକୁ କ’ଣ ସର୍ବାଧିକ ପ୍ରଭାବିତ କରିଛି?
ଉ- ଏହି ବ୍ୟାଣ୍ଡରେ ଆମେ ୩ଜଣ ରହିଛୁ। ପ୍ରତ୍ୟେକ ଭିନ୍ନ ଭିନ୍ନ ଶୈଳୀର ମ୍ୟୁଜିକ୍‌ ଦ୍ୱାରା ଆମେ ପ୍ରଭାବିତ। ବିଭିନ୍ନ ଯନ୍ତ୍ରବାଦ୍ୟ ବ୍ୟବହାର କରି କୀର୍ତ୍ତନ କରୁଥିବା ପରିବାରର ପରିବେଶ ଭିତରେ ତରୁନ୍‌ କୁମାର ବଢ଼ିଥିଲେ। ଗିଟାର ବାଦକ ଉତ୍ସବ ଭରଦ୍ୱାଜ କନ୍‌ଭେଣ୍ଟ ସ୍କୁଲରେ ପଢ଼ିବା ବେଳେ ବିବିଧ ବାଦ୍ୟଯନ୍ତ୍ରର ଶବ୍ଦ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ଅନେକ ବାଦ୍ୟଯନ୍ତ୍ର ପରିଚାଳନାରେ ସିଦ୍ଧହସ୍ତ। ମୁଁ ମଧ୍ୟ ରକ୍‌ ଆଣ୍ଡ ବ୍ୟାଣ୍ଡ ଗୀତ ଦ୍ୱାରା ପ୍ରଭାବିତ ହୋଇ ଆସିଛି। ଆମେ ୩ଜଣ ଏକତ୍ରିତ ହେବା ପରେ ସୁଫି ଏବଂ ରକ୍‌ ମ୍ୟୁଜିକ ଜରିଆରେ ଯୋଡ଼ିହେଲୁ।
ପ୍ର.୩- ପରିବେଶ ସଂରକ୍ଷଣରେ ସଙ୍ଗୀତ କି ଭୂମିକା ନେଇପାରେ?
ଉ- ଜୀବନରେ ସଙ୍ଗୀତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନେକ ଘଣ୍ଟା ଧରି କହିବା ଏବଂ ଆଲୋଚନା କରିବା ଦ୍ୱାରା ଯାହା ପ୍ରକାଶ କରାଯାଇପାରେ ନାହିଁ, ସେ ସମ୍ପର୍କିତ ପ୍ରସଙ୍ଗର ସ୍ବରକୁ ଏହା ବହୁଗୁଣିତ କରିଥାଏ। ଯଦି ଆପଣ ପଛକୁ ଚାହିଁ ଦେଖିବେ ଅନେକ ଅଭିଯାନ ଓ ଆନ୍ଦୋଳନ ମ୍ୟୁଜିକ୍‌ ଯୋଗୁ ସଫଳ ହୋଇଥିବା ଜାଣିପାରିବେ।
ପ୍ର.୪- ରୋମାନ୍ସ କିମ୍ବା ଅବସାଦ ଉପରେ ଅଗଣିତ ଗୀତ ରଚନା କରାଯାଇଛି। କିନ୍ତୁ ପରିବେଶ ଉପରେ କାହିଁକି କ୍ୱଚିତ ଗୀତ ଲେଖା ବା ଗାନ କରାଯାଇଥାଏ?
ଉ: ଆପଣଙ୍କ କଥା କେତେକାଂଶରେ ଠିକ୍‌। ପୃଥିବୀ ଏବଂ ପ୍ରକୃତି ଉପରେ ଗ୍ରାମାଞ୍ଚଳରେ ଅନେକ ଗୀତ ଶୁଣିବାକୁ ମିଳିଥାଏ। କିନ୍ତୁ ଯୋଗାଯୋଗ ଅଭାବରୁ ଲୋକେ ସେଥିସହିତ ନିଜକୁ ଯୋଡ଼ି ପାରୁନାହାନ୍ତି। ଆମେ ସେହି ସୁମଧୁର ଗୀତ ସହିତ ଯୋଡ଼ିହୋଇଗଲେ, ଏହାଦ୍ୱାରା ବୃହତ୍‌ ସ୍ବାର୍ଥ ସାଧନ ହୋଇପାରିବ। ଆମେ ସେହି ଦିଗରେ କାର୍ଯ୍ୟରତ।
ପ୍ର.୫- ଭାରତୀୟ ଶ୍ରୋତାଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଉ- ପରିବେଶ ପ୍ରସଙ୍ଗକୁ ବୋଝ କରିଦିଅନ୍ତୁ ନାହିଁ। ନିଜ ଦାୟିତ୍ୱ ତୁଲାଇବା ସହ ଜୀବନ ଏବଂ ସଙ୍ଗୀତକୁ ଉପଭୋଗ କରନ୍ତୁ।
ପ୍ର.୬- ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ ସମ୍ପର୍କରେ କ’ଣ କହିବେ?
ଉ- ଏହା ଏପରି ଏକ କାର୍ଯ୍ୟକ୍ରମ, ଯେଉଁଥିରେ ସ୍ଥାନୀୟ ପରିବେଶ କର୍ମୀମାନେ ସମ୍ପୃକ୍ତ ରହିବା ସହିତ ତୃଣମୂଳ ସ୍ତରର ଲୋକେ ମଧ୍ୟ ଯୋଡ଼ିହେଉଛନ୍ତି। ସେମାନେ ନିଜ ଉଦ୍ୟମରେ ସ୍ବୀକୃତି ଲାଭ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?