ପ୍ରଭାବୀ ସ୍ବର

କଶ୍ମୀର ଟାଇମ୍ସ ଖବରକାଗଜ ଏବଂ ଏହାର ସମ୍ପାଦିକା ଅନୁରାଧା ଭାସିନଙ୍କ ଉପରେ ଚଢ଼ାଉ ସମ୍ପର୍କିତ ବହୁ ଅଯୋଗଭିତ୍ତିକ ଖବର ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ କିଛି ପୃଷ୍ଠଭୂମିକୁ ଏଠାରେ ଉପସ୍ଥାପନ କରାଯାଉଛି, ଯେଉଁଥିରୁ ପାଠକେ ଏହାର ଗୁରୁତ୍ୱକୁ ଉପଲବ୍ଧି କରିପାରିବେ। ୨ ଜୁନ୍‌ ୨୦୨୦ରେ ମୋଦି ସରକାର କଶ୍ମୀରକୁ ଲକ୍ଷ୍ୟ କରି ‘ନୂତନ ଗଣମାଧ୍ୟମ ନୀତି ୨୦୨୦’ ଘୋଷଣା କରିଥିଲେ। ଉଲ୍ଲେଖନୀୟ, କଶ୍ମୀରରେ ଲୋକଦେଖାଣିଆ ସମନ୍ବୟ ଆଣିବା ଏବଂ ଏହାର ସ୍ବତନ୍ତ୍ର ଆଇନଗୁଡ଼ିକୁ ଉଚ୍ଛେଦ କରିବା ସରକାରଙ୍କ ଏକ ବାହାନା ଥିଲା। ତଥାପି ଏଠାରେ ଆଉ ଏକ କଶ୍ମୀର ନୀତି ଥିଲା। ୫୦ ପୃଷ୍ଠାରୁ ଅଧିକ ଲମ୍ବା ଏହି ନୀତି ସରକାରଙ୍କୁ ‘ନକଲି’, ‘ଅନୈତିକ’ କିମ୍ବା ‘ଦେଶ ବିରୋଧୀ’ ଖବର କ’ଣ ତାହା ନିର୍ଣ୍ଣୟ କରିବା ପାଇଁ ଅବାଧ କ୍ଷମତା ଦେଇଥିଲା। ଏହି ଆଧାରରେ ଏହା ସାମ୍ବାଦିକ ଏବଂ ଗଣମାଧ୍ୟମ ସଙ୍ଗଠନ ବିରୋଧରେ ଆଇନଗତ ଏବଂ ଅନ୍ୟାନ୍ୟ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନେଇପାରିବ। ବିଦେଶରେ ଗଣମାଧ୍ୟମ ତତ୍ତ୍ୱାବଧାରକମାନେ ‘ନକଲି’, ‘ଅନୈତିକ’, ‘ଦେଶ ବିରୋଧୀ’ ଏବଂ ‘ସମାଜ ବିରୋଧୀ’ ଭଳି ଅସ୍ପଷ୍ଟ ତଥା ଅନିର୍ଦ୍ଧାରିତ ଶବ୍ଦର ବ୍ୟବହାର ସମ୍ପର୍କରେ ଭଲଭାବେ ଜାଣିଥିଲେ, ଯାହା ଅପବ୍ୟବହାର ପାଇଁ ପଥ ଖୋଲି ଦେଇଥିଲା। କାରଣ ଖବର ଉପରେ ବିଚାର କରୁଥିବା ଅମଲାତନ୍ତ୍ରୀ ବା ଅଧିକାରୀଙ୍କ ପାଇଁ କୌଣସି ମାର୍ଗଦର୍ଶିକା ମାନଦଣ୍ଡ କିମ୍ବା ନୀତି ରଖାଯାଇ ନ ଥିଲା। ଏହା ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ନିଷ୍ପତ୍ତି ଥିଲା। କଶ୍ମୀରର ଗଣମାଧ୍ୟମ ଏହି ନୀତିର ଦୃଢ଼ ବିରୋଧ କରିଥିବାବେଳେ ଜମ୍ମୁର ପ୍ରେସ୍‌ ଏ ବିଷୟରେ ନୀରବ ରହିଥିଲେ। ଯେଉଁମାନେ ଦୃଢ଼ ସ୍ବର ଉଠାଇଥିଲେ, ସେମାନଙ୍କ ମଧ୍ୟରୁ ଭାସିନ ଥିଲେ ଜଣେ। ୧୦ ଜାନୁଆରୀ ୨୦୨୦ରେ କଶ୍ମୀରରେ ଇଣ୍ଟର୍‌ନେଟ ପୁନଃ ସ୍ଥାପନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ଇଣ୍ଟରନେଟ୍‌ ବ୍ୟବହାର ଭାରତୀୟଙ୍କର ଏକ ମୌଳିକ ଅଧିକାର। ପରଦିନ ‘ଇଣ୍ଟରନେଟ୍‌ ବ୍ୟବହାର ଏକ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଦୁର୍ଭାଗ୍ୟବଶତଃ, ପ୍ରକୃତରେ ନ୍ୟାୟ ମିଳିଲା ନାହିଁ ଏବଂ କଶ୍ମୀରରେ ଇଣ୍ଟରନେଟ୍‌ ବ୍ୟବହାର ବନ୍ଦ ଜାରି ରହିଲା। ସରକାର କହିଥିଲେ ଯେ, ‘ଇଣ୍ଟରନେଟ୍‌ ବ୍ୟବହାର କରିବାର ଅଧିକାର ଏକ ମୌଳିକ ଅଧିକାର ନୁହେଁ। ତେଣୁ ଅନୁଚ୍ଛେଦ ୧୯(୧)(ଏ) ଅନୁଯାୟୀ ବାକ୍‌ ଏବଂ ଅଭିବ୍ୟକ୍ତି ସ୍ବାଧୀନତାର ଅଧିକାର ପାଳନ କରିବା କିମ୍ବା ଇଣ୍ଟରନେଟ୍‌ ମାଧ୍ୟମରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଜି) ଅନୁଯାୟୀ ଯେକୌଣସି ପ୍ରକାର ବାଣିଜ୍ୟ କିମ୍ବା ବ୍ୟବସାୟର ପ୍ରଚାର ବା ବିସ୍ତାରକୁ ରୋକାଯାଇପାରିବ।’ କଶ୍ମୀରବାସୀଙ୍କ ପାଇଁ ଏହି ସାମୂହିକ ଦଣ୍ଡ ଯଥାର୍ଥ ବୋଲି ଦର୍ଶାଇ କୁହାଯାଇଥିଲା ଯେ, ‘ଅଗଷ୍ଟ ୨୦୧୯ ସାମ୍ବିଧାନିକ ଘଟଣା ପରେ ପାକିସ୍ତାନ ହ୍ୟାଣ୍ଡଲରମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଏହି ଅଞ୍ଚଳରେ ଶାନ୍ତି ଭଙ୍ଗ କରିବା, ହିଂସାକୁ ଉସ୍‌କାଇବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଛନ୍ତି’। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ‘ଦୁର୍ଭାଗ୍ୟବଶତଃ, ଇଣ୍ଟରନେଟ୍‌ ଜିହାଦ ସଫଳ ହୋଇଛି। ଏହା ଏକ ବିଶ୍ୱସ୍ତରୀୟ ବିଷୟ। ଜିହାଦୀ ନେତାମାନେ ଇଣ୍ଟରନେଟ୍‌ ମାଧ୍ୟମରେ ଘୃଣା ଏବଂ ଅବୈଧ କାର୍ଯ୍ୟକଳାପ ପ୍ରସାର କରିପାରୁଛନ୍ତି।’ ଖଣ୍ଡପୀଠ ପଚାରିଥିଲେ ଯେ କିଛି ପ୍ରତିବନ୍ଧକ ସହିତ ଇଣ୍ଟରନେଟ୍‌ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରିବ କି? କେନ୍ଦ୍ରର ଉତ୍ତର ଥିଲା, ‘ଇଣ୍ଟରନେଟ୍‌ ଗତି ବୃଦ୍ଧି ହେବା ଦ୍ୱାରା ଉତ୍ତେଜକ ଭିଡିଓ ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ବଳିତ ଫାଇଲଗୁଡ଼ିକ ଶୀଘ୍ର ଅପ୍‌ଲୋଡ ଏବଂ ପୋଷ୍ଟିଂ ହୋଇଯିବ।’
ଉଲ୍ଲେଖନୀୟ, ୨୦୦୧ରେ କଶ୍ମୀରରେ ହିଂସା ଶୀର୍ଷରେ ପହଞ୍ଚତ୍ଥିଲା ଏବଂ ଏଥିରେ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ କଶ୍ମୀରରେ ଇଣ୍ଟରନେଟ୍‌ କିମ୍ବା ମୋବାଇଲ ଟେଲିଫୋନ ନ ଥିଲା। ତଥ୍ୟ ଅନୁଯାୟୀ, ହିଂସାର ସ୍ତର ସହିତ ଇଣ୍ଟରନେଟ୍‌ ଉପଲବ୍ଧତାର କୌଣସି ସମ୍ପର୍କ ନାହିଁ। କିନ୍ତୁ ସରକାର କିମ୍ବା କୋର୍ଟ ଏହାକୁ ବିଚାରକୁ ନେଇଥିଲେ। ୨୦୧୯ର ସାମ୍ବିଧାନିକ ପରିବର୍ତ୍ତନ ପରଠାରୁ ଜମ୍ମୁ ଏବଂ କଶ୍ମୀରରେ ସରକାର ଅତିକମ୍‌ରେ ୯୦ ଥର ଇଣ୍ଟର୍‌ନେଟ ବନ୍ଦ କରିବା ଯୋଗୁ ଏହାର ଉପଲବ୍ଧତା ବାଧାପ୍ରାପ୍ତ ହୋଇଛି, ଯାହା ବିଶ୍ୱରେ ସର୍ବାଧିକ। ଇଣ୍ଟର୍‌ନ୍ୟାଶନାଲ ଆଡ୍‌ଭୋକେସି ଗ୍ରୁପ ଆକ୍ସେସ ନାଓ ରିପୋର୍ଟ ଅନୁଯାୟୀ, ୧୭ ମାସ ଇଣ୍ଟର୍‌ନେଟ ବନ୍ଦ କରାଯିବା ଏକ ଗଣତନ୍ତ୍ରରେ ସବୁଠାରୁ ଦୀର୍ଘ ସମୟ। ଆମ୍‌ନେଷ୍ଟି ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୧୪ ଜାନୁଆରୀ ୨୦୨୦ରୁ ୪ ଅଗଷ୍ଟ ୨୦୨୦ ମଧ୍ୟରେ ସରକାର ମୋଟ ୬୭ ଥର ଇଣ୍ଟରନେଟ୍‌ ବନ୍ଦ କରିଥିଲେ। କଶ୍ମୀରରେ ଇଣ୍ଟରନେଟ୍‌ ପୁନଃ ସ୍ଥାପନ ସତ୍ତ୍ୱେ ମନମୁଖି ଭାବେ ଏହାକୁ ବନ୍ଦ କରାଯାଉଛି।
ତେବେ ୧୦ ଜାନୁଆରୀ ୨୦୨୦ରେ ଶୁଣାଣି ହୋଇଥିବା ମାମଲାର ଆବେଦନକାରୀ ଥିଲେ ‘କଶ୍ମୀର ଟାଇମ୍ସ’ର ସମ୍ପାଦିକା ତଥା ପ୍ରକାଶକ ଅନୁରାଧା ଭାସିନ୍‌। ସେ କୋର୍ଟକୁ କହିଥିଲେ, ଭାରତ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଯୋଗାଯୋଗ କଟକଣା ଯୋଗୁଁ ସେ ଖବରକାଗଜ ପ୍ରକାଶ କରିପାରି ନ ଥିଲେ। ସେ ଇଣ୍ଟରନେଟ୍‌, ମୋବାଇଲ ଏବଂ ଲ୍ୟାଣ୍ଡଲାଇନ୍‌ ଫୋନ ବ୍ୟବହାର ଉପରେ ଲାଗୁ ହୋଇଥିବା କଟକଣାକୁ ହଟାଇବା ଏବଂ ଅନ୍ୟାନ୍ୟ ବିଷୟକୁ କୋହଳ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଯେପରି ଉତ୍ତର ଦେବା କଥା ସେପରି କରି ନ ଥିଲେ ଏବଂ କଟକଣା ଜାରି ରହିଲା। ଫଳରେ କଶ୍ମୀର ଟାଇମ୍ସ ପ୍ରକାଶ ପାଇିପାରିଲା ନାହିଁ ଏବଂ ସ୍ବତଃ ଏହାର କାମ ବନ୍ଦ ହୋଇଗଲା। ୨୦ ଅକ୍ଟୋବର ୨୦୨୦ରେ ‘ଭେଣ୍ଡେଟା: ଭାରତୀୟ ଅଧିକାରୀଙ୍କ ଦ୍ୱାରା କଶ୍ମୀର ଖବରକାଗଜର କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି’ ଶୀର୍ଷକ ଏକ ମୁଖ୍ୟ ଖବର ପ୍ରକାଶ ବି ପାଇଥିଲା। ଏବକାର ଅଭିଯୋଗ ପରେ, ଚଳିତ ସପ୍ତାହରେ ‘କଶ୍ମୀର ଟାଇମ୍ସ: ଏକ ଜମ୍ମୁ ଖବରକାଗଜ ଯାହା ଉପତ୍ୟକା ପାଇଁ ଠିଆ ହୋଇଥିଲା’ ଶୀର୍ଷକ ଆଉ ଏକ ଖବର ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ୧୯୫୪ରେ ପ୍ରତିଷ୍ଠିତ ଏହି ଖବରକାଗଜ କଶ୍ମୀର ଗଣମାଧ୍ୟମ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଏବଂ ବିଶ୍ୱସନୀୟ ସ୍ବର ଭାବରେ ବିବେଚିତ ହୋଇଛି।’ ଏହା ସମ୍ପୂର୍ଣ୍ଣ ସତ୍ୟ। ହେଲେ ଏହା ଉପରେ ଯେଉଁଭଳି ଆକ୍ରମଣ କରାଯାଇଛି ଏବଂ ଭାସିନ୍‌ ତଥା ତାଙ୍କ ଖବରକାଗଜକୁ ବିଶେଷକରି ଭାରତର ତେଜହୀନ ଗଣମାଧ୍ୟମରୁ ଅଧିକ ସମର୍ଥନ ନ ମିଳିବା ଅତ୍ୟନ୍ତ ଲଜ୍ଜାଜନକ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri