ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ଗତ ସମସ୍ୟା

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ ଗତ ସମସ୍ୟା। କ୍ରୋମୋଜୋମ ୧୮ର ତୃତୀୟ କପିର ଆଂଶିକ ବା ସମ୍ପୂର୍ଣ୍ଣ ଉପସ୍ଥିତି ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଶରୀରର ବହୁ ଅଂଶ ପ୍ରଭାବିତ ହୁଏ । ଏହାର ପ୍ରଭାବରେ ଜନ୍ମ ସମୟରେ ଶିଶୁର ଆକାର ଛୋଟ ହୁଏ ଓ ଜନ୍ମଠାରୁ ହାର୍ଟରେ ସମସ୍ୟା ରୁହେ। ନବଜାତ ଶିଶୁର ଛୋଟ ମୁଣ୍ଡ ଓ ଛୋଟ ନିମ୍ନ ହନୁ ହାଡ଼ ଥାଏ। ସେହିପରି ଆଙ୍ଗୁଳି ଗୁଡ଼ିକ ତଳ ଉପର ଛନ୍ଦି ହୋଇ ମୁଠା ଆକାରରେ ଥିବାର ଦେଖିବାକୁ ମିଳେ। ଏହା ଯୋଗୁ ଶିଶୁ ବୌଦ୍ଧିକସ୍ତରରେ ପଛୁଆ ରହିଥାଏ। ପ୍ରଜନନ ପରବର୍ତ୍ତୀ ସମୟରେ ଜୀବକୋଷର ତିଆରି ବେଳେ ଭୃଣର ବିକାଶରେ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୁଏ । ବେଳେ ଏହା ବଂଶାନୁକ୍ରମିକ ମଧ୍ୟ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ଗର୍ଭବତୀଙ୍କର ଅଲଟ୍ରାସାଉଣ୍ଡ କରାଗଲେ ଗର୍ଭସ୍ଥ ଶିଶୁଠାରେ ଏଭଳି ସମସ୍ୟା ଥିବା ଅନୁମାନ କରାଯାଇପାରେ। ତେବେ ଆମ୍ନିଓସେଣ୍ଟେସିସ ଦ୍ୱାରା ଏହାର ଚିହ୍ନଟ ହୋଇପାରିଥାଏ। ଜୀବନ୍ତ ଜନ୍ମ ହୋଇଥିବା ପ୍ରତି ୫୦୦୦ ଶିଶୁଙ୍କ ମଧ୍ୟରୁ ଜଣକଠାରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ଏହି ସମସ୍ୟା ସହିତ ଜନ୍ମ ହୋଇଥିବା ଅଧିକାଂଶ ଶିଶୁକନ୍ୟା ହିଁ ରହିଥାନ୍ତି। ଅଧିକାଂଶ ଶିଶୁଙ୍କର ଜନ୍ମ ପୁର୍ବରୁ ମା’ ପେଟରେ ମୃତ୍ୟୁ ଘଟିଥାଏ। ଜୀବିତ ଜନ୍ମ ହୋଇଥିବା ଶିଶୁଙ୍କ ମଧ୍ୟରୁ ଏକ ବର୍ଷ ବୟସ ପରେ ବଞ୍ଚିବା ହାର ୭.୫ ପ୍ରତିଶତ ରହିଥାଏ ବୋଲି ଚିକିତ୍ସକ କହିଥାନ୍ତି। ଜନ ହିଲଟନ ଏଡ଼ୱାର୍ଡ଼ସ ନାମାନୁସାରେ ଏହି ସମସ୍ୟାର ନାମକରଣ ହୋଇଛି। ୧୯୬୦ରେ ସେ ଏହି ସମସ୍ୟା ସମ୍ପର୍କରେ ଜାଣିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri