ଶିକ୍ଷା ହିଁ ସମାଜର ମେରୁଦଣ୍ଡ

ଜୀବନରେ ଶିକ୍ଷାର ଭୂମିକାକୁ କିଭଳି ଦେଖୁଛନ୍ତି?
ଶିକ୍ଷା ସମସ୍ତଙ୍କ ପାଇଁ ସବୁକିଛି କହିଲେ ଅତ୍ୟୁକ୍ତି ହେବନି। ବ୍ୟକ୍ତି ପାଇଁ ଶିକ୍ଷାର ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ତାକୁ କଥାରେ ବର୍ଣ୍ଣନା କରାଯାଇ ନ ପାରେ। ଜଣେ ଶିଶୁ ଲାଗି ଶିକ୍ଷା ତୃତୀୟ ନୟନ। ଜଣେ ଶିକ୍ଷିତ ହେଲେ ହିଁ ସାରା ବିଶ୍ୱକୁ ଠିକ୍‌ ଭାବେ ଦେଖିପାରିବ। ଆଖି ଥିଲେ ମଧ୍ୟ ଶିକ୍ଷିତ ହୋଇ ନ ପାରିଲେ ଜୀବନ ଅନ୍ଧକାର ହୋଇଥାଏ। ମୁଁ ଗରିବ ପରିବାରରୁ ଆସି ମଧ୍ୟ ଶିକ୍ଷା ଯୋଗୁ ସମାଜକୁ କିଛି ଭଲ ଅବଦାନ ଦେଇପାରିଛି।
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ନେଇ ଆପଣଙ୍କ ମତ?
ଶିକ୍ଷା ସମାଜର ମେରୁଦଣ୍ଡ। ଯେଉଁ ଜାତି ଯେତେ ଉନ୍ନତି କରିଛି ସେ ଦେଶର ଶିକ୍ଷା ସେତେ ଉନ୍ନତ। ଆମେରିକା ଏବଂ ୟୁରୋପକୁ ଅନେକେ ଉଦାହରଣ ଭାବେ ନେଇଥାନ୍ତି। ସେଠାକାର ବିଶ୍ୱବିଦ୍ୟାଳୟଗୁଡ଼ିକ ଶହ ଶହ ବର୍ଷ ପୁରୁଣା। ଭାରତୀୟ ବିଶ୍ୱବିଦ୍ୟାଳୟଗଡ଼ିକ ପ୍ରାୟ ୧୫୦ ବର୍ଷ ତଳେ ପ୍ରତିଷ୍ଠା ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ପୁରୁଣା ଓ ଉନ୍ନତ ହୋଇଥିବାରୁ ଗବେଷଣା ଏବଂ ଉଦ୍ଭାବନକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ବର୍ତ୍ତମାନ ସରକାର ଏ ଦିଗଗୁଡ଼ିକୁ ଧ୍ୟାନ ଦେଉଥିବାରୁ ଭାରତର କିଛି ବିଶ୍ୱବିଦ୍ୟାଳୟ ଟପ୍‌ ୨୫୦ ବା ଟପ୍‌ ୫୦୦ ପ୍ରତିଷ୍ଠାନ ମଧ୍ୟରେ ଆସିପାରୁଛନ୍ତି। କିଟ୍‌ ଏବଂ କିସ୍‌ର ଗୌରବମୟ ଯାତ୍ରାକୁ କେମିତି ଦେଖନ୍ତି?
ଆଜି କିଟ୍‌, କିସ୍‌ ଯାହାବି ହୋଇଛି, କେବଳ ଭଗବାନଙ୍କ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଛି। ସମସ୍ତଙ୍କ ଶୁଭେଚ୍ଛା, କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ, ମୋ ପରିଶ୍ରମ, ସମର୍ପିତ ଜୀବନ ସବୁକିଛି ମିଶିବା ପରେ ଅନୁଷ୍ଠାନ ଏତେ ବଡ଼ ହୋଇପାରିଲା। କିଟ୍‌-କିସ୍‌ ଏତେ ବଡ଼ ବିଶ୍ୱସ୍ତରୀୟ ଅନୁଷ୍ଠାନ ହୋଇପାରିବା ମୋ ପରିକଳ୍ପନା ବାହାରେ ଥିଲା। କିଟ୍‌, କିସ୍‌ ଆରମ୍ଭ ୫ ହଜାର ଟଙ୍କା ଭଡ଼ାଘରେ ହୋଇଥିଲା। ସେ ସମୟରେ ଅଧ୍ୟାପନାରେ ଥିଲି। ମୋ ଆର୍ଥତ୍କ ସ୍ଥିତି ଭଲ ନ ଥିଲା।
କିସ୍‌ରେ ୩୫ ହଜାର ଆଦିବାସୀ ଶିଶୁଙ୍କ ଭବିଷ୍ୟତ ଗଢ଼ୁଛନ୍ତି। ଆପଣ କେତେ ଖୁସି?
ବହୁତ ଖୁସି ଲାଗୁଛି। ଯେଉଁ ୪ ବର୍ଷର ପିଲା ମୁଣ୍ଡ ଉପରେ ଦିନେ ହାତ ରଖିବାକୁ କେହି ନ ଥିଲେ, ଆଦରରେ କଥା ପଦେ କହି ନ ଥିଲେ, ଦିଗ୍‌ଦର୍ଶନ ମଧ୍ୟ ଦେଇ ନ ଥିଲେ, ସେହି ପିଲା ବଡ଼ ହେବା ପରେ ହଜାର ହଜାର ଗରିବ ଆଦିବାସୀ ପିଲାଙ୍କ ଲାଗି କିଛି କରିବା ପାଇଁ ଆଗକୁ ଆସିଛି। କିସ୍‌ର ଉଦ୍ୟମ ଯୋଗୁ ଆଦିବାସୀ ଛାତ୍ରୀଛାତ୍ର ଭଲ ମଣିଷ ହୋଇ ବାହାରୁଛନ୍ତି। ଯେଉଁ ଜିନିଷ ମୁଁ ପିଲାବେଳେ ପାଇ ନ ଥିଲି ତାହା ଆଜି ଅନ୍ୟକୁ ବାଣ୍ଟିବାକୁ ସକ୍ଷମ ହୋଇଛି।
କିସ୍‌ର ଶାଖା ସମ୍ପ୍ରସାରଣ ନେଇ ଆଗାମୀ ଯୋଜନା କ’ଣ?
ଗରିବ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଶିକ୍ଷା ଏକ ମାଧ୍ୟମ। ୫ଟି ଜିଲାରେ କିସ୍‌ ଶାଖା ଖୋଲିଛି। ଚଳିତ ବର୍ଷ ପ୍ରାୟ ଆଉ ୭ ଜିଲାରେ କିସ୍‌ ଶାଖା ଖୋଲିବ। ୨୦ ଜିଲାରେ ଏହି ଶାଖା ଖୋଲିବା ନେଇ ଯୋଜନା ରଖାଯାଇଛି।
ଆପଣଙ୍କ ସଫଳତାର ମନ୍ତ୍ର କ’ଣ?
ନିଷ୍ଠା, ସାଧୁତା, ସମର୍ପିତ ଜୀବନଯାପନ କଲେ ଜଣେ ନିଶ୍ଚିତ ଭାବେ ସଫଳ ହୋଇପାରିବ। ଭଗବାନଙ୍କ ଆଶୀର୍ବାଦ ଦ୍ୱାରା ଆମ କାମ ବହୁ ପ୍ରସାରିତ ହୋଇପାରିଛି। ସବୁ ଜିନିଷକୁ ସୁନ୍ଦର ଭାବେ ଗଢ଼ିବା ପାଇଁ ପ୍ରୟାସ ଜାରି ରଖିଛୁ।
ନିଯୁକ୍ତି ସଙ୍କୁଚିତ ହେଉଥିବାବେଳେ ଯୁବବର୍ଗଙ୍କୁ କି ପରାମର୍ଶ ଦେବେ?
ଯୁବବର୍ଗ ବର୍ତ୍ତମାନ ନିଜେ କିଛି କରିବାକୁ ଚେଷ୍ଟା କରନ୍ତୁ। ନିଜେ ସ୍ବାବଲମ୍ବୀ ହେବା ସହ ଲୋକଙ୍କୁ ନିଯୁକ୍ତି ଦେବାକୁ ସକ୍ଷମ ହେବେ। ଯେକୌଣସି କାମ କରିବେ ପ୍ରଥମ ପାଞ୍ଚ ବର୍ଷ କଷ୍ଟ ହେବ। ଏହି ସମୟକୁ ଧୈର୍ଯ୍ୟର ସହ ସହିଗଲେ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରସର ହେବେ।
ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଶିକ୍ଷାର ଯୋଗଦାନକୁ କିଭଳି ବିଚାର କରୁଛନ୍ତି?
ଗୁଣାମତ୍କ ଶିକ୍ଷା ଦ୍ୱାରା ଛାତ୍ରୀଛାତ୍ର ନିଯୁକ୍ତି ପାଇବା ଦ୍ୱାରା ତାଙ୍କ ପରିବାର ସ୍ବଚ୍ଛଳ ହୋଇଥାଏ। ଲୋକଙ୍କର ରୋଜଗାର ବଢ଼ିଲେ କ୍ରୟଶକ୍ତି ବଢ଼ିବ। ଶିକ୍ଷାର ଉନ୍ନତି ହେଲେ ରାଜ୍ୟର ପ୍ରଗତି ହୋଇପାରିବ। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଶିକ୍ଷାର ଅବଦାନ ଅନସ୍ବୀକାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri