ପ୍ରଶ୍ନପତ୍ର ଲିକ୍‌, ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ

ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷା ବାତିଲ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେଶନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ ପ୍ରଶ୍ନପତ୍ର ଏ ମୋବାଇଲରୁ ସେ ମୋବାଇଲକୁ ଘୂରି ବୁଲିଥିଲା। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ମୂଳ ପ୍ରଶ୍ନପତ୍ର ସହ ମିଶୁଥିବା କର୍ତ୍ତୃପକ୍ଷ କରିଛନ୍ତି। ତେଣୁ ଆଜି ହେବାକୁ ଥିବା ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ ପରେ ଆଜି ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିବା ଛାତ୍ରୀଛାତ୍ରୀ ଓ ଅଭିଭାବକତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ ଏହା ଭାଇରାଲ ହେଲା ତାହାର ତଦନ୍ତ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Share