ଶିକ୍ଷା ଓ ସାହିତ୍ୟର ବର୍ତ୍ତିକା : ବିଦ୍ୟୁତ୍‌ଲତା

ସେ ଲେଖାଲେଖିରେ ହେଉ କି ସାଙ୍ଗଠନିକ କାର୍ଯ୍ୟ ଅଥବା ଦପ୍ତର, ସବୁଠି ସବୁକ୍ଷେତ୍ରରେ ସେ ପାରଙ୍ଗମ। ସେଥିରେ ପୁଣି ଏକଦମ ପାରିବାରିକ। ଇଏ ହେଲେ ”ବିଦ୍ୟୁତ୍‌ଲତା ଦାସ“। ଦେଖିଦେଲେ ମାଆପଣର ଉଜ୍ଜ୍ବଳତା ବାରି ହୋଇପଡେ ତାଙ୍କ ଚେହେରାରେ । ବୟସ ତାଙ୍କ ପାଇଁ ସମର୍ଥ୍ୟର ମାପକାଠି ନୁହେଁ , ଏହି କଥା ସ୍ପଷ୍ଟ ବାରିହୋଇ ଦିଶୁଥାଏ ତାଙ୍କ ଆଚରଣ ଓ ଉଚ୍ଚାରଣରେ । ଶିଶୁ ଭଳି ଯେମିତି କୋମଳ ଓ ପରିଚ୍ଛନ୍ନ ତାଙ୍କ ଆପଣାପଣ, ବୟସ୍କଙ୍କ ଭଳି ସେତିକି ଗମ୍ଭୀର ଏବଂ ପରିପକ୍ୱ ତାଙ୍କ ଲେଖା ଓ ଅନୁଶାସନ । ଉଭୟ ଶିକ୍ଷା ଓ ସାହିତି୍ୟକ ସର୍ଜନା କ୍ଷେତ୍ରରେ ତାଙ୍କ ସ୍ବାକ୍ଷର ଉଜ୍ଜ୍ୱଳ । ଜଣେ ଶିକ୍ଷୟିତ୍ରୀ ହିସାବରେ ସେ ହଜାର ହଜାର କୋମଳମତି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଛନ୍ତି ,ପୁଣି କବିତା ରଚନା ଓ ଅନୁବାଦ ମାଧ୍ୟମରେ ସାହିତ୍ୟ କ୍ଷେତ୍ରକୁ କରିଛନ୍ତି ପରିପୁଷ୍ଟ । ଉଭୟ ବିଭା ତାଙ୍କ ବ୍ୟକ୍ତିତ୍ୱ ପାଇଁ ପରସ୍ପରର ପରିପୂରକ ସାବ୍ୟସ୍ତ ହୋଇଛନ୍ତି । ଯାଜପୁର ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ଭାବରେ ସେ ଶିଶୁ କଲ୍ୟାଣ କ୍ଷେତ୍ରରେ କରିଛନ୍ତି ନିଷ୍ଠାପର କାର୍ଯ୍ୟ । ଜୀବନ ପ୍ରତି ଏତେ ସକାରାତ୍ମକ ଦୃଷ୍ଟିକୋଣ କେମିତି ପଚାରିଲେ ହସି ହସି ଉତ୍ତର ଦିଅନ୍ତି -‘ମଣିଷ ଯେତେବେଳେ ସମ୍ପୂର୍ଣ୍ଣ ନିଃସ୍ବ ହୋଇଯାଏ ସେତେବେଳେ, କୌଣସି ଅଭିଳାଷ , କାମନା କି ଆକାଂକ୍ଷାର ଊର୍ଦ୍ଧ୍ୱକୁ ଯାଇ ସେ ଶାନ୍ତ ଓ ସ୍ଥିର ହୋଇଯାଏ । ସଂଘର୍ଷ ଓ ଯନ୍ତ୍ରଣା ସହ ରହି ରହି ଉପଲବ୍ଧି ହୋଇଛି ଯେ, ତାକୁ ହିଁ ଈଶ୍ୱର ବେଶି ଦୁଃଖରେ ଘାଣ୍ଟି ଚାଲିଥାନ୍ତି, ଯାହାକୁ ସେ ଭଲପାଉଥାନ୍ତି । ତେଣୁ ସୁଅ ମୁହଁରେ ପତର ପ୍ରାୟେ ମୁଁ କେବଳ ଜୀବନର ସୁଅରେ ଭାସିଚାଲିଛି । ବୁଝିସାରିଛି ଅବାଞ୍ଛିତ ଅଭିଳାଷ ଭିତରେ ଛନ୍ଦିହୋଇ ଦୁଃଖକୁ ସାଉଁଟିବା ଅପେକ୍ଷା ସାମ୍ନାକୁ ଆସୁଥିବା ସବୁ ଛୋଟ ବଡ଼ ଦାୟିତ୍ୱକୁ ଖୁସି ଖୁସି ନିର୍ବାହ କରିବା ହେଉଛି ମୋ ଜୀବନ ।
ବିଦ୍ୟୁତ୍‌ଲତାଙ୍କର ସାହିତ୍ୟ ଅନୁରାଗ ଅତ୍ୟନ୍ତ ଗଭୀର । ‘ମାଟିର ମମତା’,‘ଅଞ୍ଜଳି’,‘ଶୂନ୍ୟ ହାତ’,‘ଡାଆଣୀ ଆଲୁଅ’, ‘ମିଛ ମୋହ’,‘ତୋତେ ଯାହା ମନା’,‘ମେଘର ପାଉଁଜି’, ‘ପକ୍ଷୀ ମୋହ’ ଓ ‘କେହି ଜଣେ ଭଳି’ ଲୋକପ୍ରିୟ ପୁସ୍ତକ ରଚନା କରିବା ସହ ସେ କଲ୍ଲୋଳିନୀ ପ୍ରଥମ ଓ ଦ୍ୱିତୀୟ ଭାଗ ନାମରେ ବଙ୍ଗଳା କବିତାର ଓଡ଼ିଆ ଅନୁବାଦ କରିଛନ୍ତି । ପୁଣି ରବୀନ୍ଦ୍ରନାଥଙ୍କ ‘ରାଜର୍ଷି’ , ରଞ୍ଜନ ବନ୍ଦୋପାଧ୍ୟାୟଙ୍କ ‘କାଦମ୍ବରୀ ଦେବୀର ଶେଷ ଚିଠି’, ‘ମୃଣାଳିନୀର ଆତ୍ମକଥା’ , ‘ମିଜର୍ର୍ା ଏଲିୟାଦଙ୍କ (ମିର୍ଜା ଏଲିୟାଡ୍‌)ଗୋଟିଏ ରାତିର କାହାଣୀ’ ଓ ତାରାଶଙ୍କର ‘ନା’ ଉପନ୍ୟାସର ଅନୁବାଦ କରି ବଙ୍ଗଳା ଓ ଓଡ଼ିଆ ସାହିତ୍ୟ ଭିତରେ ସମ୍ପର୍କର ସେତୁ ବାନ୍ଧିବାକୁ ସକ୍ଷମ ହୋଇପାରିଛନ୍ତି । ତାଙ୍କ କବିତାଗୁଡ଼ିକରେ ଚୁମ୍ବକୀୟ ଆକର୍ଷଣ ଯେତିକି କଥା ଓ ଅନୁବାଦରେ ସେ ମୌଳିକ, ସାବଲୀଳ ଏବଂ ଜୀବନ୍ତ ସେତିକି ।
ଏହି ମହୀୟସୀ ମହିଳା ୧୯୫୨ ମସିହା ଅକ୍ଟୋବର ୧୦ରେ ସ୍ବାଧୀନତା ସଂଗ୍ରାମୀ ରଙ୍ଗାଧର ଦାସ ଓ ବୈଦେହୀ ଦାସଙ୍କ କନ୍ୟା ରୂପେ ଭୂମିଷ୍ଠ ହୋଇଥିଲେ । ନିଜର ଅଧ୍ୟୟନ ନିଷ୍ଠା ହେତୁ ସେ ଓଡ଼ିଆରେ ସ୍ନାତକୋତ୍ତର ସହ ବି.ଏଡ୍‌. ଡିଗ୍ରୀ ଲାଭକରି ରାମବାଗ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତାର ଜୀବନ ଆରମ୍ଭ କରିଥିଲେ । ଦଶରଥପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସେବା ନିବୃତ୍ତ ହୋଇଥିବା ବିଦ୍ୟୁତ୍‌ଲତା ଅନ୍ୟାନ୍ୟ ସମାଜ ଓ ସାହିତ୍ୟ କାର୍ଯ୍ୟରେ ଏଯାବତ ସକ୍ରିୟ ଅଛନ୍ତି। ତାଙ୍କର ସାହିତି୍ୟକ ଓ ସାମାଜିକ କାର୍ଯ୍ୟ ପାଇଁ ସେ ଯାଜପୁର ଜିଲା ଲେଖକ ସମ୍ମେଳନ ,କୋରେଇ ମଣ୍ଡଳ ସାହିତ୍ୟ ସଂସଦ , ବିବର୍ତ୍ତନ ସାହିତ୍ୟ ସଂସଦ, ଯୁଗାନ୍ତର ସାହିତ୍ୟ ସଂସଦ , ଶିଳାଲିପି ସାହିତ୍ୟ ସଂସଦ , ଧର୍ମଶାଳା ସାହିତ୍ୟ ସମାଜ , ରାଜ୍ୟ ଲେଖିକା ସଂସଦ , ଯାଜପୁର ଶାଖା , ସୁକିନ୍ଦା ସାହିତ୍ୟ ସମାଜ, ରାଧାନାଥ ପାଠାଗାର ,ସୋରୋ, ଯାଜପୁର ଜିଲା ଲେଖିକା ସଂସଦ , ଟିକି ଟିକି ତାରାଫୁଲ ପ୍ରତିଭା ସମ୍ମାନ ,ଚିରନ୍ତନୀ ସମ୍ମାନ, ସୂର୍ଯ୍ୟାସ୍ତ ପ୍ରତିଭା ସମ୍ମାନ , ସାରସ୍ବତ ସାରାଂଶ ପ୍ରତିଭା ସମ୍ମାନ ,
ବାଣୀପୀଠ ସମ୍ମାନ ଭଳି ଅସଂଖ୍ୟ ପୁରସ୍କାର ଓ ସମ୍ମାନର ଅଧିକାରିଣୀ ହୋଇଛନ୍ତି । ନିଜ ବୃତ୍ତି ଓ ପ୍ରବୃତ୍ତି ଭିତରେ ସମନ୍ବୟ ରଖିପାରୁଥିବା ବିଦ୍ୟୁତ୍‌ଲତା ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତଭାବରେ ଉଦାହରଣ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri