ଶିକ୍ଷା ଓ ଶୃଙ୍ଖଳା

ବିଶ୍ୱନାଥ ସାହୁ

ଏବେ ବିଦ୍ୟାର୍ଥୀମାନଙ୍କୁ ଶିଷ୍ୟ କୁହାଯାଉନାହିଁ, ତା’ର ଯଥାର୍ଥତା ରହିଛି। ଯେ ଶାସନର ଯୋଗ୍ୟ, ସେ ହେଉଛି ଶିଷ୍ୟ। ବର୍ତ୍ତମାନର ବିଦ୍ୟାର୍ଥୀମାନଙ୍କୁ ଶାସନ କରିବାର ଆବଶ୍ୟକତା ନାହିଁ। ସେମାନଙ୍କୁ ଛାତ୍ର କୁହାଯିବା ଯଥାର୍ଥ। ଛାତ୍ର ଶବ୍ଦକୁ ବିଶ୍ଳେଷଣକଲେ ଜଣାଯାଏ, ଛତ୍ରୟତି ଇତି ଛାତ୍ର, ଅର୍ଥାତ୍‌ ଯେ ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥାରେ ଛତ୍ର ସଦୃଶ, ସେ ହିଁ ଛାତ୍ର ପଦବାଚ୍ୟ। ବିଶେଷ ବ୍ୟାଖ୍ୟାକଲେ ଏହା ବୁଝାପଡ଼ିବ ଯେ, ଯେଉଁମାନେ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇ ସମୃଦ୍ଧ କରିପାରନ୍ତି, ସେମାନେ ହେଲେ ଛାତ୍ର ସମାଜ। ଶିକ୍ଷାର ପ୍ରକୃତ ଉନ୍ନତି ବା ପ୍ରଗତି ଛାତ୍ରସମାଜ ଉପରେ ନିର୍ଭରକରେ।
ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରମୁଖ ଅଙ୍ଗ ହେଲେ ଛାତ୍ର ସମାଜ। କେବଳ ଛାତ୍ର ସମାଜକୁ ନେଇ ଶିକ୍ଷା ବ୍ୟବସ୍ଥା ମଜଭୁତ ହୋଇପାରିବ ନାହିଁ। ଅନ୍ୟାନ୍ୟ ପ୍ରମୁଖ ଅଙ୍ଗ ହେଲେ ଶିକ୍ଷକ, ଶିକ୍ଷା ପ୍ରଣାଳୀ ଓ ଅଭିଭାବକ। ଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀଛାତ୍ର ସମସ୍ତଙ୍କର ମିଳିତ ସହଯୋଗ ତଥା ଗଠନମୂଳକ ଚିନ୍ତାଧାରା ଦ୍ୱାରା ଶିକ୍ଷା କ୍ଷେତ୍ରରେ ପ୍ରକୃତ ଉନ୍ନତି ସାଧିତ ହୋଇପାରିବ। ଛାତ୍ରମାନଙ୍କର ମାନସିକ, ଶାରୀରିକ ତଥା ନୈତିକ ପ୍ରଗତିର ମୂଳାଧାର ହେଉଛି ଶୃଙ୍ଖଳା। ଶୃଙ୍ଖଳା ହେଉଛି ପ୍ରଗତିର ଚାବିକାଠି। ଶୃଙ୍ଖଳା ବିନା ଶିକ୍ଷା ବ୍ୟବସ୍ଥାର ପ୍ରଗତି, ସମୃଦ୍ଧି ବା ବିକାଶ କେବଳ ଦିବାସ୍ବପ୍ନ।
ତେବେ ପ୍ରଶ୍ନ ଉଠୁଛି, ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରମାନେ କିଭଳି ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇ ତାଙ୍କର ଭବିଷ୍ୟତ ନିର୍ମାଣ କରିବେ। ପିଲାଟିଏ ଧୀରେ ଧୀରେ ବଡ଼ ହୁଏ। ସେ ପରିବାରରୁ କିଛି ଶିକ୍ଷା ଓ ସଂସ୍କାର ନେଇ ତା’ର ଛାତ୍ରଜୀବନ ଆରମ୍ଭ କରିଥାଏ। ଏଥିପାଇଁ ଛାତ୍ରୀଛାତ୍ରମାନଙ୍କର ଶୃଙ୍ଖଳା ଓ ସଦାଚାର ପାଇଁ ପିତାମାତା, ସମାଜ ଯତ୍ନବାନ୍‌ ହେବା ଆବଶ୍ୟକ। କଥାରେ କୁହାଯାଇଛି, ପରିବାର ହେଉଛି ପିଲାର ପ୍ରଥମ ବିଦ୍ୟାଳୟ ଏବଂ ମାଆ ହେଉଛି ଆଦ୍ୟ ଶିକ୍ଷକ। ଏହି ପ୍ରସଙ୍ଗରେ ଛାତ୍ରୀଛାତ୍ରମାନଙ୍କୁ ଶୃଙ୍ଖଳା, ସଦାଚାର, ବିନୟଶୀଳତା ଇତ୍ୟାଦି ଗୁଣଗୁଡ଼ିକ ଗୃହରେ ପିତାମାତା ଦାୟିତ୍ୱ ଓ ନିଷ୍ଠାର ସହ ସେମାନଙ୍କୁ ଶିକ୍ଷାଦେବା ଉଚିତ। ନୈତିକ ମୂଲ୍ୟବୋଧ, ସହନଶୀଳତା, ପରୋପକାରିତା ଏସବୁ ମହାନ୍‌ ତଥା ଦେବୋପମ ଗୁଣାବଳୀର ପୂର୍ଣ୍ଣ ବିକାଶ ପାଇଁ ଅଭିଭାବକ ଗୋଷ୍ଠୀ ପ୍ରାରମ୍ଭିକ ସ୍ତରରୁ ଯନତ୍ବାନ୍‌ ହେବା ଉଚିତ। ଏ ପରିପ୍ରେକ୍ଷୀରେ ଶିକ୍ଷକ ସମାଜ ଛାତ୍ରମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ସଦାଚାରର ଶିିକ୍ଷା ଦେବା ଅତ୍ୟନ୍ତ ସହଜ ଓ ସାବଳୀଳ ହେବ। ଛାତ୍ରମାନଙ୍କ ମଧ୍ୟରେ ଶୃଙ୍ଖଳିତ ଚିନ୍ତାଧାରାର ପରିପ୍ରକାଶ ହେଲେ ହେଁ ସେମାନେ ଶିକ୍ଷାର ମହତ୍ତ୍ୱ ବୁଝିପାରିବେ ଏବଂ ଶିକ୍ଷାୟତନରେ ସେମାନେ ଉପଯୁକ୍ତ ଭାବେ ଅଧ୍ୟୟନକରି ନିଜର ତଥା ଜାତିର ବିକାଶ ପଥରେ ଅଗ୍ରସର ହେବେ।
ଏତେ ସବୁ କହିବାର ତାତ୍ପର୍ଯ୍ୟ ହେଲା, ବର୍ତ୍ତମାନ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଶୃଙ୍ଖଳାର ଅଭାବ ପରିଲକ୍ଷିତ ହେଉଛି। ଅଧ୍ୟୟନର ରୁଚି କ୍ରମଶଃ ହ୍ରାସ ପାଉଛି। ଏଥିପାଇଁ ସେମାନଙ୍କୁ ଆମେ ଦାୟୀ କରିପାରିବା ନାହିଁ। ଆମର ସମାଜ ଏଥିପାଇଁ ବହୁ ପରିମାଣରେ ଦାୟୀ। ଛାତ୍ରୀଛାତ୍ରମାନଙ୍କର ନୈତିକ ତଥା ଶୈକ୍ଷିକ ବିକାଶ ପାଇଁ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ମିଳିତ ତଥା ଆନ୍ତରିକ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ।
ବିଦ୍ୟାଳୟ ସ୍ତରରେ ପିଲାଟି ସମ୍ପୂର୍ଣ୍ଣ ନିୟମିତ ତଥା ମନଯୋଗୀ ହେବା ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ସର୍ବଦା ଯୋଗସୂତ୍ର ରହିବା ଆବଶ୍ୟକ। ବିଦ୍ୟାଳୟକୁ ପିଲାଟିଏ ପଠାଇଦେଇ ଅଭିଭାବକ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହେବା ଉଚିତ ନୁହେଁ। ପିଲାଟିର ବିଭିନ୍ନ ପ୍ରଗତି ସମ୍ବନ୍ଧରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ଆବଶ୍ୟକ। ବିଦ୍ୟାଳୟର ପରିବେଶକୁ ସୁନ୍ଦର, ରୁଚିପୂର୍ଣ୍ଣ ତଥା ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଛାତ୍ରୀଛାତ୍ର, ଶିକ୍ଷକ ତଥା ଅଭିଭାବକମାନଙ୍କର ସହଯୋଗ ଆବଶ୍ୟକ। ଛାତ୍ରୀଛାତ୍ରମାନଙ୍କର ପାଠକୀୟ ଅଭିରୁଚି ଦ୍ରୁତ ଅଭିବୃଦ୍ଧି ଦିଗରେ ପ୍ରଧାନ ବାଧକ ହେଉଛି ଆଣ୍ଡ୍ରଏଡ୍‌ ମୋବାଇଲ। ମୋବାଇଲ ଫୋନ୍‌ର ବ୍ୟବହାର ଦ୍ୱାରା ଛାତ୍ରୀଛାତ୍ରମାନେ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ ହୋଇଯାଉଛନ୍ତି। ଏହା କହିହେବ ନାହିଁ ବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ।
ମୋବାଇଲର ସଫଳ ବ୍ୟବହାର ବା ସଦୁପଯୋଗ ଏକାନ୍ତ ଆବଶ୍ୟକ। ଏଥିପାଇଁ ଅଭିଭାବକମାନଙ୍କର ଗୁରୁଦାୟିତ୍ୱ ରହିଛି। ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ମୋବାଇଲ ଫୋନ୍‌ ଦେଇ ତା’ର ତଦାରଖ କରିବା ଆବଶ୍ୟକ। ଛାତ୍ରୀଛାତ୍ରମାନେ ଯେଭଳି ମୋବାଇଲ ଫୋନ୍‌ର ଦୁରୁପଯୋଗ ନ କରନ୍ତି, ସେଥିପାଇଁ ଅଭିଭାବକମାନେ ଘରେ ସଚେତନ ରହିବା ଉଚିତ।
ଶିକ୍ଷକମାନେ ହେଉଛନ୍ତି ସମାଜର ଦିଗଦ୍ରଷ୍ଟା। ଛାତ୍ରୀଛାତ୍ରମାନଙ୍କର ଶୃଙ୍ଖଳାର ବିକାଶ ପାଇଁ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ଆଚରଣ, ଉଚ୍ଚାରଣ, ଜୀବନଶୈଳୀ ସର୍ବଦା ସଂଯତ ହେବା ଜରୁରୀ। କଥାରେ ଅଛି, ଆମେ ଠିକ୍‌ ତ ଦୁନିଆ ଠିକ୍‌। ତେଣୁ ପ୍ରଥମେ ଆମେ ଶୃଙ୍ଗଳିତ ହେବା, ଧୀରେ ଧୀରେ ଅନ୍ୟକୁ ଶୃଙ୍ଖଳିତ କରିବା, ଶିକ୍ଷକ, ଛାତ୍ରୀଛାତ୍ରଙ୍କର ଜିଜ୍ଞାସା ତଥା ପଠନ ରୁଚି ରହିବା ସର୍ବଦା ସ୍ପୃହଣୀୟ। ଏଥିପାଇଁ ସମସ୍ତେ ଯତ୍ନଶୀଳ ହେବା ଉଚିତ। ଶିକ୍ଷା ହେଉଛି ପ୍ରଗିତର ରଥ। ଦେଶ ତଥା ଜାତିର ପ୍ରଗତି ଶିକ୍ଷାବ୍ୟବସ୍ଥା ଉପରେ ନିର୍ଭରକରେ। ୧୯୬୪ରେ କୋଠାରୀ କମିଶନ କହିଥିଲେ, ”Destiny of India is being shaped in her classrooms“. ଏହାର ଗୁରୁତ୍ୱ ଉପଲବ୍ଧିକରି ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ତଥା ଛାତ୍ରୀଛାତ୍ର ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କଲେ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ସମ୍ଭବ, ଏଥିରେ ସନ୍ଦେହ ନାହିଁ। ଛାତ୍ରୀଛାତ୍ରମାନଙ୍କର ମାନସିକ, ଶାରୀରିକ ତଥା ସାମାଜିକ ପ୍ରଗତି ହିଁ ଶିକ୍ଷାର ମୂଳଲକ୍ଷ୍ୟ। ଏସବୁର ବିକାଶ ନିର୍ଭରକରେ, ସେମାନଙ୍କର ସୁବିଚାର ତଥା ଉତ୍ତମ ପରିବେଶ ଉପରେ। ବିଚାର ଆସେ ମନରୁ। ତେଣୁ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ମାନସିକ ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟରେ ସୁସମନ୍ବୟ ରହିଲେ ଯାଇ ବିଦ୍ୟାର୍ଥୀର ମନ ଶାନ୍ତି ରହିବ। ମନ ଶାନ୍ତ ରହିଲେ ସେ ନିଜକୁ ସୁରକ୍ଷିତ ମନେକରିବ, ଯାହାଦ୍ୱାରା ସେ ଆନନ୍ଦ ଉଲ୍ଲାସର ସହ ଜୀବନକୁ ଉପଭୋଗ କରିପାରିବ। ପିଲାମାନେ ଶୃଙ୍ଖଳିତ ହେଲେ ଶିକ୍ଷାର ପ୍ରକୃତ ମହତ୍ତ୍ୱ ସେମାନେ ବୁଝିପାରିବେ ଓ ଶିକ୍ଷା ସେମାନଙ୍କୁ ନିଶ୍ଚିତ ସୁଫଳ ଦାୟୀ ହେବ , ଏଥିରେ ଦ୍ୱିରୁକ୍ତି ନାହିଁ।
ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ,
ଡମଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri